ଜୀବନଶୈଳୀ

ଗୁରୁବାର ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶ୍ରୀମନ୍ଦିର ଦର୍ଶନ ସହ ପରିଦର୍ଶନ କରିବେ ନିଜେ ପଢୁଥିବା ସ୍କୁଲ

ଭୁବନେଶ୍ୱର, ୦୯/୧୧/୨୦୨୨ –   ଆସନ୍ତାକାଲି ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । । ରାଷ୍ଟ୍ରପତି ଏକ ୨ ଦିନିଆ ଓଡ଼ିଶା ଗସ୍ତରେ ରହିବେ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଗୁରୁବାର ସକାଳ ସାଢେ ୯ଟାରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସାଢ଼େ ୧୦ଟାରେ ସିଧାସଳଖ ପୁରୀ ଯାତ୍ରା କରିବେ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରିବେ । ପରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେଠାରୁ ପୁରୀ ରାଜଭବନକୁ ଯିବେ । ରାଷ୍ଟ୍ରପତି ବିମାନ ବନ୍ଦରରେ ଅବତରଣ କଲା ପରେ ଗାର୍ଡ ଅଫ ଅନର ଦିଆଯିବା ସହିତ ତାଙ୍କର ଗସ୍ତ ନେଇ ବୁଧବାର ଫୁଲଡ୍ରେସ ଓ କାରକେଡ ରିହର୍ସଲ କରାଯାଇଛି ।

ଅପରାହ୍ନରେ ଭୁବନେଶ୍ବର ଆସି ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ରାଜଭବନରେ ସିଭିକ୍ ରିସେପସନ କାର୍ଯ୍ୟକ୍ରମରେ ଯୋଗଦେବେ । ୧୧ ତାରିଖରେ ଖଣ୍ଡଗିରି ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ । ସେହିଭଳି ଜୟଦେବ ଭବନରେ ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦର କାର‌୍ୟ୍ୟକ୍ରମ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମହାମହିମଙ୍କ ଗସ୍ତ ପାଇଁ ବିମାନବନ୍ଦର, ରୁଟ୍ ଲାଇନ ଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସୁରକ୍ଷା ଦାୟିତ୍ୱରେ ୫୫ ପ୍ଲାଟୁନ ପୋଲିସ ସହ ୩୦୦ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହେବେ । ପୁରୀରେ ଏସପି ଓ କମାଣ୍ଡାଂଟ ର‌୍ୟାଙ୍କର ୫ ଜଣ ଅଧିକାରୀ, ଅତିରିକ୍ତ ଏସପି ରାଙ୍କର ୭ ଜଣ , ଡିଏସପି ରାଙ୍କର ୧୮ ଜଣ ନିୟୋଜିତ ରହିବେ । ଏହା ସହ ଇନସପେକ୍ଟର ଓ ଏସଆଇ ରାଙ୍କର ୧୧୦ ଜଣଙ୍କ ସହ ୨୪ ପ୍ଲାଟୁନ ପୋଲିସ୍ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ । ଅନ୍ୟପଟେ ପୁରୀ ତାଳବଣିଆ ହେଲିପ୍ୟାଡରେ ବାୟୁସେନାର ସ୍ୱତନ୍ତ୍ର ୫ ଜଣିଆ ଅଧିକାରୀ ହେଲିପ୍ୟାଡ ଓ ହେଲିକପ୍ଟର ଅବତରଣ ସ୍ଥିତିର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିରରୁ ରାଜଭବନକୁ କାରକେଡ ରିଅଲସେଲ କରାଯିବା ସହ ବାୟୁସେନାର ସ୍ୱତନ୍ତ୍ର ଅଧିକାରୀ ଏନେଇ ପୁରୀ ପ୍ରଶାସନ ସହ ଆଲୋଚନା କରିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com