Featuredଅନ୍ତର୍ଜାତୀୟଓଡ଼ିଶାଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ବଢ଼ି ଚାଲିଛି ବିଶ୍ୱ ତାପମାତ୍ରା, କଲବଲ ହେଉଛନ୍ତି ବିଶ୍ୱବାସୀ

ଆସନ୍ତା ୪ ବର୍ଷ ଭିତରେ ଦେଢ଼ ଡିଗ୍ରୀ ସେଲସିୟସ ତାପମାତ୍ରା ବୃଦ୍ଧି ପାଇବ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ତାପମାନ ବୃଦ୍ଧି ଯୋଗୁଁ ସାରା ବିଶ୍ୱବାସୀ ଏବେ ଚିନ୍ତାରେ । ଆସନ୍ତା ୪ ବର୍ଷ ଭିତରେ ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ଏଭଳି ଆକଳନ କରିଛନ୍ତି ବିଶ୍ୱ ପାଣିପାଗ ସଂଗଠନ ବା ଡବ୍ଲୁଏମଓ । କେବଳ ଆକଳନ ନୁହେଁ ଡବ୍ଲୁଏମଓ ପକ୍ଷରୁ ଏକ ଚେତାବନୀ ବାର୍ତ୍ତା ମଧ୍ୟ ଜାରି କରାଯାଇଛି । ୨୦୨୭ ସୁଦ୍ଧା ବିଶ୍ୱ ତାପମାତ୍ରା ଦେଢ଼ ଡିଗ୍ରୀ ବୃଦ୍ଧି ପାଇବାର ୬୬ ପ୍ରତିଷତ ସମ୍ଭାବନା ରହିଛି । ଯାହାକୁ ନେଇ ବ୍ରିଟେନର ପାଣିପାଗ କାର୍ଯ୍ୟାଳୟ ହାଡଲୀ ସେଣ୍ଟରର ମୁଖ୍ୟ ତଥା ବିଶ୍ୱ ପାଣିପାଗ ସଂଗଠନର ସଦ୍ୟତମ ଗ୍ଲୋବାଲ ଆନୁଆଲ ଟୁ ଡିକେଡଲ କ୍ଲାଇମେଟ ଅପଡେଟରେ କାର୍ଯ୍ୟ କରିଥିବା ଆଦାମ ସ୍କେଫ କହିଛନ୍ତି । ତେବେ ଦୁନିଆର ତାପମାତ୍ରା ୨୦୧୫ର ପ୍ରାକ ଶିଳ୍ପବିପ୍ଲବ ତାପମାତ୍ରା ସ୍ତରଠୁ ଉପରକୁ ଉଠିବାର ସମ୍ଭାବନା ନାହିଁ । କିନ୍ତୁ ଗରମ ବଢ଼ିବ, ପୂରା ଦୁନିଆ ପ୍ରଚଣ୍ଡ ରୌଦ୍ରତାପରେ ଜଳିବ ।

ତାପମାନ ବୃଦ୍ଧି ଫଳରେ ଅଦିନିଆ ବର୍ଷା, ବନ୍ୟା, ମରୁଡ଼ି, ସାମୁଦ୍ରୀକ ଝଡ ବାତ୍ୟା ସମୁଦ୍ରର ଜଳସ୍ତର ବଢିବ ଜଙ୍ଗଲ ନିଆଁ ଦେଖାଦେବ । ଅର୍ଥାତ ଦୁନିଆରେ ସବୁଜ ଗୃହରୁ ନିର୍ଗତ ଗ୍ୟାସ ରୋକିବାରେ ଅସଫଳ ହୋଇଛି ବୋଲି ଭାବିନେବାକୁ ପଡିବ । ଡବ୍ଲୁଏମଓ ୩୦ ବର୍ଷର ଆଭରେଜ ଗ୍ଲୋବାଲ ଟେମ୍ପରେଚର ଆଧାରରେ ଏହି ସର୍ଭେ କରିଛି । ଏହି ସଂଙ୍ଗଠନ ଆଉ ଏକ ଚେତାବନୀ ମଧ୍ୟ ଦେଇଛି ଯେ, ଆଗାମୀ ୫ ବର୍ଷ ମଧ୍ୟରେ ଗୋଟିଏ ବର୍ଷ ରେକର୍ଡ ଭଙ୍ଗା ଖରା ହେବାର ୯୮ ପ୍ରତିଶତ ଆଶଙ୍କା ରହିଛି ।

ଏଲନିନୋ ସମୟରେ ବିଷୁବ ପ୍ରଶାନ୍ତ ମହାସାଗରୀୟ ଅଂଚଳର ଉତପ୍ତ ଜଳରାଶି ବାୟୁମଣ୍ଡଳର ତାପମାତ୍ରା ଦେଢ ଡିଗ୍ରୀ ବୃଦ୍ଧି ପାଇବା ଅସମ୍ଭବ ନୁହେଁ । ବାୟୁମଣ୍ଡଳରେ ସବୁଜ ଗୃହ ବାଷ୍ପ ବା ଅଙ୍ଗାରକାମ୍ଲର ପରିମାଣ ବୃଦ୍ଧି ହେଉଛି । ମାନବ କୃତ କଳକାରଖାନା ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ । ଆଗାମୀ ଦିନରେ ଏହି ତାପମାତ୍ରା ବୃଦ୍ଧିକୁ ସବୁଜ ଗୃହର ପ୍ରଭାବ ବୋଲି କୁହାଯାଉଛି । ଅନ୍ୟପଟେ କ୍ଲାଇମେଟ ଟାଇମ ବମ ଟିକଟିକ କରି ଚାଲୁଥିବାରୁ ବିଶ୍ୱ ତାପମାତ୍ରା ନିୟନ୍ତ୍ରଣ ପାଇଁ ଉଦ୍ୟମ ଆହୁରି ଜୋରଦାର କରାଯିବା ଉଚିତ ବୋଲି ଜଳବାୟୁ ବିଶାରଦମାନେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com