Featuredଓଡ଼ିଶାଭାଇରାଲ୍ ଭିଡିଓ

ବୃୃଦ୍ଧାଙ୍କୁ ତଳେ ପକାଇ ଜୋରଜବରଦସ୍ତ ଛିଣ୍ଡାଇ ନେଲେ ଚେନ୍‌, CCTV ଖୋଲିଲା ଗୁମର

ଭଦ୍ରକ: ରାଜ୍ୟରେ ବଢ଼ି ଚାଲିଛି ଅପରାଧ। ପୁଲିସ୍‌ ଆଖିରେ ଧୂଳି ଦେଇ ଦିନରେ ଖୁଲମଖୁଲା ମାତିଛନ୍ତି ଲୁଟେରା । ରାତି କଥା ଦୂରେ ଥାଉ ଦିନ ଦ୍ୱିପ୍ରହରେ ବି ଚଳାଇଛନ୍ତି ଆତଙ୍କରାଜ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ତ୍ରାହି ତ୍ରାହି ଡାକିଲେଣି ଏମାନଙ୍କ ଦୌରାତ୍ମ୍ୟରେ । ଭଦ୍ରକର ଏଭଳି ଏକ ଘଟଣା ସିସିଟିଭିରେ କଏଦ ହୋଇଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ଚମକି ପଡିବେ ।

ଜଣେ ବୟସ୍କା ବୃଦ୍ଧାଙ୍କୁ ଲୁଟେରା ତଳେ ପକାଇ ମାଡିବସି ଅତି ଅମାନୁଷିକ ଭାବେ ଚେନ୍ ଛିଣ୍ଡାଇ ନେଉଛି । ଏହାପରେ ବୃଦ୍ଧା ଜଣକ ଆହତ ଅବସ୍ଥାରେ ଉଠି ପାଟି କରିଥିଲେ ମଧ୍ୟ ୨ ଲୁଟେରା ଖସି ପଳାଇବାରେ ସମର୍ଥ ହୋଇଥିଲେ । ତେବେ ଲୁଟର ଶିକାର ହୋଇଥିବା ବୃଦ୍ଧା ହେଉଛନ୍ତି ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ରଙ୍ଗଲତା ମହାନ୍ତି ।

ତେବେ ନିକଟରେ ଥିବା ଏକ ମୋବାଇଲ ଦୋକାନରେ ଥିବା ସିସିଟିଭିରୁ ଏହି ଲୁଟର ଦୃଶ୍ୟ କଏଦ ହୋଇଥିଲା । ଏନେଇ ଟାଉନ ଥାନାରେ ରଙ୍ଗଲତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ମାତ୍ର ପୋଲିସ ୨୭୮/୨୦୨୩ ରେ ମାମଲା ରୁଜୁ କରିଥିଲେ ମଧ୍ୟ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com