Featuredଜାତୀୟଭାଇରାଲ୍ ଭିଡିଓମନୋରଞ୍ଜନ

ବିଚ୍‍ ରାସ୍ତାରେ… ଗାଡ଼ି ଉପରେ ଏମିତି କଲେ ଯୁବକ-ଯୁବତୀ, ତା’ପରେ…

ମୋବାଇଲ୍‍ ନ୍ୟୁଜ୍‍ ବ୍ୟୁରୋ: ଏବେ ସାରା ଦେଶରେ ଅସହ୍ୟ ଗରମ ଓ ଗୁଳୁଗୁଳି ଛଟପଟ କରିଦେଲାଣି । ମୁଣ୍ଡଫଟା ଖରାରେ ଚାରିଆଡ଼େ ଅନ୍ଧାର ଦିଶୁଛି । ଦିନ ୯ଟା-୧୦ଟାରୁ ବାହାରକୁ ଯିବାକୁ ଡର ଲାଗୁଛି । ଲୋକେ ବିଭିନ୍ନ ଥଣ୍ଡା ଦରବ ପ୍ରତି ଆଗ୍ରହ ଦେଖାଉଛନ୍ତି । ସେହିପରି ମୁଣ୍ଡ ପାଇଁ ଗାମୁଛା, ଟୋପି, ଛତା ଆଦି ଅନେକ ଉପାୟରେ ଲୋକେ ଖରା ଦାଉରୁ ରକ୍ଷା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଆମେ ଏଠାରେ ଦେଖାଇବୁ ଏକ ନିଆରା ଭିଡିଓ, ଯେଉଁଥିରେ ବିଚ୍‍ ରାସ୍ତାରେ ଯିବାବେଳେ ଚଳନ୍ତା ସ୍କୁଟିରେ ହିଁ ଯୁବକ-ଯୁବତୀ ପାଣି ଢାଳି ହେଉଛନ୍ତି । ଏଭଳି ଉଭୟ ଗାଧୋଉଥିବା ଦୃଶ୍ୟକୁ ଭଲରେ ଦେଖନ୍ତୁ:

ଭାଇରାଲ୍‍ ହେଉଥିବା ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ଜଣେ ଯୁବକ ସ୍କୁଟି ଚଳାଉଛନ୍ତି ଓ ପଛରେ ବସିଛନ୍ତି ଯୁବତୀ । ତେବେ ସେମାନଙ୍କ ମଝିରେ ରହିଛି ପାଣି ଭର୍ତ୍ତି ବାଲଟି । ଆଉ ଯୁବତୀ ଜଣଙ୍କ ମଗ୍‍ରେ ପାଣି ବାହାର କରି କେତେବେଳେ ନିଜ ଉପରେ ଢାଳୁଛନ୍ତି ତ ଆଉ ପରେ ପରେ ଯୁବକଙ୍କ ଉପରେ ଢାଳୁଛନ୍ତି ପାଣି । ଏଭଳି ଚଳନ୍ତା ସ୍କୁଟିରେ ଗାଧୋଇ ହେବା ଦେଖି ଲୋକେ ପୂରା ତାଜୁବ୍‍ ।

ତେବେ ଭିଡିଓରେ ଗାଡ଼ି ଚଳାଉଥିବା ଯୁବକ ଜଣଙ୍କ ହେଉଛନ୍ତି ଆଦର୍ଶ ଶୁକ୍ଳା । ସେ ‘ଚୁଭ୍‍ତି-ଜଲତି ଗର୍ମି କା ମୌସମ ଆୟା’ ବା ‘ଗରମ ପାଗ’ ଭଳି ଏକ ବିଜ୍ଞାପନ ପାଇଁ ରିଲ୍‍ ବନାଉଛନ୍ତି । ସେପଟେ ମୁମ୍ବାଇର ଉଲ୍ଲାସନଗର ଅଞ୍ଚଳରେ ପ୍ରସ୍ତୁତ ଭିଡିଓ ଭାଇରାଲ୍‍ ହେବା ପରେ ଆଦର୍ଶଙ୍କ ପାଇଁ ବଢ଼ିଛି ଅଡୁଆ । ଥାନେ ପୁଲିସ୍‍ ଏନେଇ ଏକ ମାମଲା ରୁଜୁ କରିଛି । ହେଲମେଟ୍‍ ନପିନ୍ଧିବା ଓ ଜାଣିଶୁଣି ଜୀବନକୁ ବିପଦରେ ପକାଇବା ଭଳି ଅଭିଯୋଗରେ ଆଦର୍ଶଙ୍କ ନାଁରେ ମାମଲା ରୁଜୁ ହୋଇ ତଦନ୍ତ ଚଳାଇଛି ପୁଲିସ୍‍ । ସବୁଠୁ ବଡ଼ କଥା ହେଉଛି ଏହି ଭାଇରାଲ୍‍ ଭିଡିଓକୁ ଟ୍ୱିଟର୍‍ରେ କେତେକ ୟୁଜର୍ସ ମହାରାଷ୍ଟ୍ର ଡିଜିପି ଓ ଥାନେ ପୁଲିସ୍‍କୁ ଟାଗ୍‍ କରିଥିଲେ । ମନୋରଞ୍ଜନ ନାଁରେ ଏଭଳି କାଣ୍ଡ କରିବାକୁ କାହିଁକି ଅନୁମତି ଦିଆଯାଉଛି ବୋଲି ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି । ସେହିପରି ଏହି ଭିଡିଓ ବ୍ୟସ୍ତବହୁଳ ଉଲ୍ଲାସନଗର ସେକ୍‍ଟର-୧୭ର ମୁଖ୍ୟସ୍ଥଳରେ ପ୍ରସ୍ତୁତ କରାଯାଇଥିବାରୁ ଲୋକେ ଯାତାୟାତରେ ସମସ୍ୟା ଭୋଗିବା କଥା ଅନେକ ଉଠାଇଛନ୍ତି । ସୋସିଆଲ୍‍ ମିଡିଆରୁ ଏହି ପୋଷ୍ଟକୁ ହଟାଇବା ସହ ଭିଡିଓ ସହ ଜଡ଼ିତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ୟୁଜର୍ସମାନେ ଦାବି ଜଣାଇଛନ୍ତି । ତେବେ ରିଲ୍ସ ପାଇଁ ଏଭଳି କିଏ କଣ କରି ଦେଉଛନ୍ତି ସେସବୁରେ କିଛି ସୀମାରେଖା ରହୁନି । ଫଳରେ ଅନେକ ଆଇନ୍‍ ଜାଲରେ ଛନ୍ଦି ହେଉଛନ୍ତି । ତେଣୁ ଆପଣ ବି ରିଲ୍ସ ବନାଉଥିଲେ ସତର୍କ ହୋଇଯାଆନ୍ତୁ ।

Related Articles

Back to top button
WP Twitter Auto Publish Powered By : XYZScripts.com