Breaking NewsFeaturedଅନ୍ତର୍ଜାତୀୟସ୍ୱାସ୍ଥ୍ୟ

କରୋନା ପରେ ପୁଣି ଆତଙ୍କ ଖେଳାଇବ ମହାମାରୀ, ସତର୍କ କରାଇଲା WHO

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଆସିବ ଆଉ ଏକ ମହାମାରୀ? ସଜାଗ ରହିବାକୁ ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ‘ହୁ’ର ମୁଖ୍ୟ ଟେଡ୍ରୋସ ଆଧନମ ଗେବ୍ରେୟେସୁସ ଚେତାବନୀ ଦେଇ କହିଛନ୍ତି କୋଭିଡ ବିଶ୍ୱର ଶେଷ ମହାମାରୀ ନୁହେଁ । ଏହା ପରେ ମଧ୍ୟ ଭୟଙ୍କର ମହାମାରୀ ଆସିବାର ଆଶଙ୍କା ରହିଛି । ଆମକୁ ପରବର୍ତ୍ତୀ ମହାମାରୀ ପାଇଁ ପ୍ରସ୍ତୁତ ରହିବାକୁ ହେବ । ଯାହା କୋଭିଡ-୧୯ ମହାମାରୀ ଠାରୁ ଅଧିକ ମାରାତ୍ମକ ହୋଇପାରେ ।

ଗୋଟେପଟେ ସମଗ୍ର ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ସ୍ଥିର ରହିଥିବା ବେଳେ ହୁ ମୁଖ୍ୟଙ୍କ ଏହି ଚେତାବନୀ ଲୋକଙ୍କ ଚିନ୍ତା ବଢ଼େଇଦେଇଛି । ୭୬ ତମ ବିଶ୍ୱ ସ୍ୱାସ୍ଥ୍ୟ ସଭାରେ ନିଜର ରିପୋର୍ଟ ଉପସ୍ଥାପନ କରିବା ଅବସରରେ ହୁ ମୁଖ୍ୟ କହିଛନ୍ତି ଯେ ଆଗାମୀ ଭୂତାଣୁ ଅନେକ ଲୋକଙ୍କୁ ସଂକ୍ରମିତ କରିବ । ଆମକୁ ଉଚିତ୍ ଜବାବ ଦେବା ପାଇଁ ପ୍ରସ୍ତୁତ ହେବାକୁ ପଡିବ । ଯାହା ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସମାଧାନ ଜାରି ରଖିବ । ଯେତେବେଳେ ପରବର୍ତ୍ତି ମହାମାରି ପାଖେଇ ଆସୁଛି ଆମକୁ ନିର୍ଣ୍ଣାୟକ ଏବଂ ସାମୂହିକ ଭାବେ ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ତିନି ବର୍ଷ ମଧ୍ୟରେ କରୋନା ମହାମାରୀ ପୁରା ବିଶ୍ୱକୁ ବଦଳେଇଦେଇଛି । ଏଥିରେ ପ୍ରାୟ ୨ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । କୋଭିଡକୁ ଗ୍ଲୋବାଲ ଏମଚ୍ନେନ୍ସିରୁ ହଟାଇ ଦିଆଯାଇଥିଲେ ମଧ୍ୟ ଆମକୁ ସଜାଗ ରହିବାକୁ ହେବ । ସେହିପରି ଆଗାମୀ ଦିନରେ କରୋନା ମହାମାରୀଠୁ ବି ଆହିରୀ ଭୟଙ୍କର ପରିସ୍ଥିତି ଆସିପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com