Featuredଓଡ଼ିଶାଜୀବନଶୈଳୀସ୍ୱାସ୍ଥ୍ୟ

ଭୁବନେଶ୍ଵର ଫେମସ୍‌ ସୋଡ଼ା, ୨୫ଟଙ୍କାରେ ଆତ୍ମା ଶାନ୍ତି…

City Women's College ରୁ ଜାଗମରା ଯିବା ରାସ୍ତାର ଏଇ ଦୋକାନରେ ଜମେ ପ୍ରବଳ ଭିଡ଼

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଅସହ୍ୟ ତାତିରେ ସିଝୁଛି ସାରା ଓଡ଼ିଶା । ଏହା ମଧ୍ୟରେ ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ଉପରେ। ଖରାରେ ବାହାରିଲେ ଖୋଜା ପଡୁଛି ଆଖୁ ରସ, ଘୋଳଦହି ଭଳି ଯେତେ ଥଣ୍ଡା ପାନୀୟ । ଆଉ ଏହି ସମୟରେ ରାସ୍ତା କଡ଼ରେ ଭଳିକି ଭଳି ଥଣ୍ଡାପାନୀୟ ତଥା ଫଳ ଦୋକାନର ଭିଡ଼ ଲାଗିଛି । କିନ୍ତୁ ସକାଳ ହେଉ କି ଖରାବେଳ, ସନ୍ଧ୍ୟା ହେଉ କି ରାତି ୧୦ଟା, ବାଟୋଇଙ୍କ ଭିଡ଼ ଲାଗିଥାଏ ନିରଞ୍ଜନ ମଉସାଙ୍କ ସୋଡ଼ା ଦୋକାନରେ । କେବଳ ଏଠାରେ ସୋଡ଼ ପିଇବେନି ସୋଡ଼ା ପିଇବା ସହ ଦେଖିବେ ଫ୍ଲାଇଟ୍ ଲ୍ୟାଣ୍ଡିଂ କରିବାର ଦୃଶ୍ୟ । ଯିଏ ଥରେ ଏଠାରେ ସୋଡ଼ା ପିଇଛି ସେ ବାରମ୍ବାର ଆସିଛି ।

ଛୋଟ ଠୁ ବଡ଼ ସମସ୍ତଙ୍କ ପସନ୍ଦ ଜାଗମରା ରୋଡ଼ରେ ଥିବା ନିରଞ୍ଜନ ମଉସାଙ୍କ ସୋଡ଼ା ଦୋକାନ । ଖାଲି ସୋଡ଼ା ନୁହେଁ ଲେମ୍ବୁ ପାଣି , କକ୍‌ଟେଲ୍‌, ମକ୍‌ଟେଲ ସହ ମଉସା ଗ୍ରାକଙ୍କୁ ଦିଅନ୍ତି ୪୦ରୁ ଊର୍ଦ୍ଧ୍ୱ ଫ୍ଲେଭରର ସୋଡ଼ା । ଥରୁଟେ ନଜର ପକାନ୍ତୁ କେମିତି ମଉସା ପ୍ରସ୍ତୁତ କରୁଛନ୍ତି ଲେମ୍ବୁ ପାଣି ଆଉ ସୋଡ଼ା । ଏହାକୁ ଦେଖିବା ପରେ ଆପଣ ଅନୁମାନ କରିପାରୁଥିବେ ନିରଞ୍ଜନ ମଉସାଙ୍କ ସୋଡ଼ା ଖାଲି ଗରମରୁ ଶାନ୍ତି ଦିଏ ନାହିଁ ବରଂ ଶରୀରକୁ ମଧ୍ୟ ଠିକ୍ ରଖେ । ଯେଉଁଥି ପାଇଁ ବୟସ୍କଙ୍କଠାରୁ ଯୁବପୀଢି ସମସ୍ତଙ୍କ ପ୍ରଥମ ପସନ୍ଦ ନିରଞ୍ଜନ ମଉସାଙ୍କ ମା’ ଖମ୍ବେଶ୍ୱରା ମକ୍‌ଟେଲ୍ ଦରବାର୍ ।

ରାତି ପାହିଲେ ମଉସା ଆରମ୍ଭ କରିଦିଅନ୍ତି ପ୍ରସ୍ତୁତି । ସୋଡ଼ା ବନାଇବା ପାଇଁ ବିଭିନ୍ନ ସ୍ଥାନରୁ ସଂଗ୍ରହ କରନ୍ତି ତୁଳସୀ, ପୁଦିନା, ନାଣ୍ଡିବଗୁଲି, ଅଁଳା, ଆମ୍ବ ଅଦା ଭଳି ବିଭିନ୍ନ ପ୍ରାକୃତିକ ଜିନିଷ। ଯାହାକୁ ବ୍ୟବହାର କରି ଟେଷ୍ଟି ସୋଡ଼ା ପ୍ରସ୍ତୁତ କରନ୍ତି । ଏସବୁ ଶରୀରକୁ କୌଣସି କ୍ଷତି ପହଞ୍ଚାଏ ନାହିଁ । ଯଦି ଏହି ନ୍ୟାଚୁରାଲ ସୋଡ଼ା ବା କକ୍‌ଟେଲ ଡ଼୍ରିଙ୍କ୍‌ର ମଜା ନେବାକୁ ଚାହୁଁଛନ୍ତି ତେବେ ନିହାତି ଆସନ୍ତୁ ନିରଞ୍ଜନ ମଉସାଙ୍କ ମା ଖମ୍ବେଶ୍ୱରା ମକ୍‌ଟେଲ୍ ଦରବାର୍ । ଶିରିପୁର ସିଟି ଓମେନସ୍ କଲେଜରୁ ଯାଗମରା ଆଡ଼କୁ ଗଲେ ନୀଳକଣ୍ଠେଶ୍ୱର ମନ୍ଦିର ଛକରେ ପଡ଼େ ମଉସାଙ୍କ ଦୋକାନ । ତେବେ ଏଠାରେ ଗରମ ଦିନରେ ଥଣ୍ଡା ପବନ ସହ ଏରୋପ୍ଲେନ୍ ଲ୍ୟାଣ୍ଡି ଦେଖିବାର ମଜା ମଧ୍ୟ ନେଇପାରିବେ।

 

Related Articles

Back to top button
WP Twitter Auto Publish Powered By : XYZScripts.com