ଐତିହ୍ୟ ଓ ସଂସ୍କୃତିଓଡ଼ିଶାମନୋରଞ୍ଜନ

 ଆଜି ଶିବ-ପାର୍ବତୀଙ୍କ ବିବାହ

ସମ୍ବଲପୁର:  ଆଜି ପବିତ୍ର ଶୀତଳଷଷ୍ଠୀ ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି ସମ୍ବଲପୁର ସହର । ସକାଳ ୯ଟାରେ ପହଡଖିଆ ଅନ୍ନନୀତି ଲାଗି ହେବା ପରେ ୧୦ଟାରେ ମହାଦେବଙ୍କୁ ବରଣ କରାଯିବ । ପାର୍ବତୀ ଭାଇ ସାଜିଥିବା ପବନପୁତ୍ର ହନୁମାନ ବରଧରା ବେଶରେ ଗମନ କରିବେ। ସନ୍ଧ୍ୟାରେ  ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଅପରାହ୍ନ  ୪ଟାରେ ବାବାଙ୍କର ରାଜ ରାଜେଶ୍ୱର ବେଶ ସହ ୫ଟାରେ ଦିଅଁ ମଙ୍ଗୁଳା ନୀତି ହେବ।

ଶୀତଳଷଷ୍ଠୀ ଯାତ୍ରା ମାଆଙ୍କୁ କନ୍ୟା ରୂପେ ପାଇ ସୌଭାଗ୍ୟ ପାଇଛନ୍ତି ବୁଢାରାଜା ପଡ଼ାର ସୁରେଖା ଓ ତାଙ୍କ ପରିବାର। ମହାଦେବଙ୍କୁ ଜ୍ବାଇଁ ରୂପେ ବାଛିଥିବାରୁ ଅତ୍ୟନ୍ତ ଆନନ୍ଦିତ ପରିବାର । ଜ୍ୱାଇଁଙ୍କ ପାଇଁ ସୁନା,  ରୁପା ଠାରୁ ଆରମ୍ଭ କରି ସମସ୍ତ ସାଜସଜ୍ଜା କିଣା ସରିଛି । ଗୋଟି ଗୋଟିକରି ସବୁ ଜିନିଷକୁ ସଜାଇ ରଖିଛନ୍ତି କନ୍ୟା ପିତାମାତା । ବୁଢାରାଜା, ନନ୍ଦପଡାର ବମବରାଡ଼ ବାଲୁଙ୍କେଶ୍ୱର, ଝାଡୁଆପଡ଼ା ଏବଂ ମୁଦିପଡ଼lରେ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସେପଟେ  ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳଲାଗି କରାଯାଇ ଦିଗମ୍ବର ବେଶରେ ବାବାଙ୍କୁ ସଜ୍ଜିତ କରାଯାଇ  ପହିଲି ବାଲ୍ୟ ଭୋଗ ଲାଗି କରାଯାଇଛି  ।

 

Related Articles

Back to top button
WP Twitter Auto Publish Powered By : XYZScripts.com