Breaking Newsଓଡ଼ିଶାଜାତୀୟବାଣିଜ୍ୟସ୍ୱାସ୍ଥ୍ୟ

ବନ୍ଦ ହେବ ଅପମିଶ୍ରଣ, ବିଶୁଦ୍ଧ କ୍ଷୀର ଯାଞ୍ଚ କରିବ FSSAI

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଏଥର ମିଳିବ ବିଶୁଦ୍ଧ କ୍ଷୀର । ସାବାଡ଼ ହେବେ ଅସାଧୁ ବ୍ୟବସାୟୀ । ବନ୍ଦ ହେବ ଅପମିଶ୍ରଣ ଲୋକେ ଖାଇବେ ନିରୋଳା କ୍ଷୀର । ସାରା ଦେଶରେ ଦୁଗ୍ଧ ତଥା ଦୁଗ୍ଧଜାତ ସାମଗ୍ରୀର ଯାଞ୍ଚ କରିବ ଏଫ୍‌ଏସ୍‌ଏସ୍‌ଆଇ । ଅପମଶ୍ରଣ ରୋକିବାକୁ ଏହି ଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି ଫୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ବା ଏଫ୍‌ଏସ୍‌ଏସ୍‌ଆଇ ।

ଏହି ଯାଞ୍ଚ ପ୍ରକ୍ରିୟା ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲାମାନଙ୍କରେ ଅନୁଷ୍ଠିତ ହେବ । ସମସ୍ତ ଜିଲ୍ଲା ସହ ସଂଗଠିତ ତଥା ଅସଂଗଠିତ କ୍ଷେତ୍ରରୁ ସାମ୍ପଲ ସଂଗ୍ରହ କରିବ ଏଫ୍‌ଏସ୍‌ଏସ୍‌ଆଇ । କ୍ଷୀର ସହ ଘିଅ, ଖୁଆ, ଛେନା, ପନିର୍‌, ଦହି, ଆଇସକ୍ରିମ୍ ଯାଞ୍ଚ କରାଯିବ। ଖାଦ୍ୟ ନିୟାମକ ଏଫ୍‌ଏସ୍‌ଏସ୍‌ଆଇର ଉଦ୍ଦେଶ୍ୟ ହେଉଛି କ୍ଷୀର ତଥା କ୍ଷୀର ଜାତୀୟ ଦ୍ରବ୍ୟର ଅପମିଶ୍ରଣର ହଟସ୍ପଟକୁ ଚିହ୍ନଟ କରିବା ପଳାଫଳକୁ ଅନୁଧ୍ୟାନ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବା ଏବଂ ମାର୍ଗଦର୍ଶିକା ପ୍ରସ୍ତୁୁତ କରିବା । “ପରିବର୍ତ୍ତିତ ଜୀବନଶୈଳୀ ଏବଂ ସ୍ୱାସ୍ଥ୍ୟ ଚେତନା ବୃଦ୍ଧି ଭାରତରେ କ୍ଷୀର ଏବଂ ଉଚ୍ଚ ମୂଲ୍ୟର ଦୁଗ୍ଧ ଉତ୍ପାଦ ପାଇଁ ପ୍ରମୁଖ ଅଭିବୃଦ୍ଧି ଡ୍ରାଇଭର ବୋଲି FSSAI ଏହାର ବିବୃତ୍ତିରେ କହିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com