Featuredଜାତୀୟଭାଇରାଲ୍ ଭିଡିଓଶିକ୍ଷା

ସ୍କୁଲ୍‌ ପାଲଟିଲା ରଣକ୍ଷେତ୍ର, ଶିକ୍ଷୟିତ୍ରୀମାନେ କଲେ ଏଭଳି କାଣ୍ଡ… ଜାଣନ୍ତୁ ପୂରା ଖବର

ଶିକ୍ଷୟିତ୍ରୀମାନେ ତଳେ ଗଡୁଥିଲେ, ପିଲାଏ ବି ଦେଖୁଥିଲେ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବିଦ୍ୟାଳୟ ପାଲଟିଲା ରଣକ୍ଷେତ୍ର । ଶିକ୍ଷୟିତ୍ରୀମାନେ କଲେ ଏଭଳି କାଣ୍ଡ, ଯିଏ ଦେଖିଲା ଆଉ ଯିଏ ଶୁଣିଲା ସେ ମୁଣ୍ଡରେ ହାତ ଦେଲା। ଏପରିକି ଶିକ୍ଷୟିତ୍ରୀମାନେ ତଳେ ଗଡୁଥିବାବେଳେ ପିଲାଏ ବି ଦେଖୁଥିଲେ। ମାର୍‌ପିଟ୍‌ ଲାଗି ତଳେ ଗଡ଼ୁଥିଲେ ଆଉ ପିଲାମାନେ ଦେଖିୁଥିଲେ । ବିଦ୍ୟାଳୟରେ ବିଭିନ୍ନ ସମୟରେ ଛୋଟ ପିଲାମାନେ ମାରପିଟ୍ ଝଗଡ଼ା କରିଥାନ୍ତି । ଯାହାକୁ ଶିକ୍ଷକ ଶିକ୍ଷୟିତ୍ରୀ ସମାଧାନ କରିଥାନ୍ତି । ଏଭଳି ଘଟଣା ପ୍ରାୟ ସମସ୍ତଙ୍କ ଜୀବନରେ ଥରେ ଅଧେ ଘଟିଥାଏ । କିନ୍ତୁ ଏବେ ଶିକ୍ଷୟିତ୍ରୀମାନେ ଛୋଟ ପିଲାଙ୍କ ଭଳି ହରକତ୍ କରୁଥିବା ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେଉଁମାନେ ଛୁଆଙ୍କ ଭଳି ତଳେ ଗଡ଼ୁଛନ୍ତି । ଆପଣ ଭାବୁଥିବେ ସେମାନେ ବୋଧହୁଏ ଖେଳୁଛନ୍ତି , କିନ୍ତୁ ନା ଏହା ହେଉଛି ସେମାନଙ୍କ ଝଗଡ଼ା କରିବାର କୌଶଳ । ଯେଉଁମାନେ ଲଜ୍ୟା ସରମ ଭୁଲି ସ୍କୁଲକୁ ରଣକ୍ଷେତ୍ର କରିଦେଇଛନ୍ତି । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବିହାରର କୋରିଆ ପଞ୍ଚାୟତ ବିଦ୍ୟାଳୟରେ। ଆଉ ସ୍କୁଲ୍‌ର ସାହିତ୍ୟ ଦିଦିକୁ ହୋଇଛି ବହେ ମାଡ଼।

ଘଟଣାଟି ଏହିପରି। ଝଗଡ଼ାର କାରଣ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । ସାମନ୍ୟ ଝରକା ବନ୍ଦ କରିବାକୁ ନେଇ ଆରମ୍ଭ ହୋଇଥିଲା କଥା କଟାକଟି। ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଏବଂ ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ହୋଇଥିଲା ଯୁକ୍ତି । ପରେ କଥା ଏତେ ବଢ଼ି ଯାଇଥିଲା ଯେ ସେମାନେ ସ୍କୁଲ ଭିତରେ ପିଲାଙ୍କ ଆଗରେ ପରସ୍ପରକୁ ଗାଳି ଗୁଲଜ କରିଥିଲେ । ଏହା ପରେ ପ୍ରଧାନଶିକ୍ଷୟିତ୍ରୀ କାନ୍ତୀ କୁମାରୀ ଶ୍ରେଣୀଗୃହରୁ ବାହାରକୁ ଯିବା ସମୟରେ ଅନ୍ୟ ଶିକ୍ଷୟିତ୍ରୀ ହାତରେ ଏକ ଚପଲ ଧରି ତାଙ୍କ ପଛରେ ଦୌଡ଼ିଥିଲେ । ପରେ ପରେ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଯୋଗ ଦେଇଥିଲେ ଆଉ ଜଣେ ଶିକ୍ଷୟିତ୍ରୀ । ଯାହାପରର ଦୃଶ୍ୟ ଆପଣ ଦେଖିପାରୁଥିବେ । ଦୁଇ ଶିକ୍ଷୟିତ୍ରୀ ପଡ଼ିଆରେ ଗଡ଼ି ଗଡ଼ି ଟଣା ଭିଡ଼ା ହେଉଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ନିର୍ଦ୍ଦିଷ୍ଟ ଶିକ୍ଷୟିତ୍ରୀଙ୍କୁ ଚପଲରେ ପିଟି ଚାଲିଛନ୍ତି । ଏହି ସମୟରେ ଜଣେ ବ୍ୟକ୍ତି ପହଞ୍ଚିବା ପରେ ଝଗଡ଼ାର ଅନ୍ତ ହୋଇଛି । କିନ୍ତୁ ଏସବୁକୁ ଚକିତ ହୋଇ ଦେଖୁଛନ୍ତି ଛାତ୍ରଛାତ୍ରୀ । ଏହି ଘଟଣାପରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ଯେ ଏହି ଦୁଇ ଶିକ୍ଷକଙ୍କ ମଧ୍ୟରେ ବ୍ୟକ୍ତିଗତ ବିବାଦ ଥିଲା ଯାହା ସ୍କୁଲରେ ଏହି ଘଟଣା ପର୍ଯ୍ୟନ୍ତ ପହଞ୍ଚିଛି। ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏସମ୍ପର୍କରେ ଅବଗତ କରାଯାଇଛି ଏବଂ ସେ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହାକୁ ଅପେକ୍ଷା କରାଯାଇଛି।

 

 

Related Articles

Back to top button
WP Twitter Auto Publish Powered By : XYZScripts.com