Featuredଜାତୀୟରାଜନୀତି

ପାଇଲଟ ଓ ଗେହଲଟ ଭିତରେ ପ୍ୟାଚ୍, ବଡ଼ ପଦବୀରେ ବସିବେ ସଚିନ

କର୍ଣ୍ଣାଟକ ଭଳି ରାଜସ୍ଥାନ କଂଗ୍ରେସକୁ ଯୋଡ଼ିବା ପାଇଁ ଖଡଗେଙ୍କ କସରତ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ୨୦୧୮ରେ କଂଗ୍ରେସ ରାଜସ୍ଥାନ ନିର୍ବାଚନ ଜିତି ସରକାର ପଢିବା ପରେ ଆରମ୍ଭ ହୋଇ ଯାଇଥିଲା ଗେହଲଟ-ପାଇଲଟ ଲଢେଇ । ପଦ ଆଉ ପାୱାର ପାଇଁ ପ୍ରଥମେ ଚାଲିଥିଲା ଶୀତଳ ଯୁଦ୍ଦ । କିନ୍ତୁ ହାଇକମାଣ୍ଡଙ୍କ ନିର୍ଦେଶ ଅନୁସାରେ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ଓ ପାଇଲଟଙ୍କୁ ଉପ ମୁଖ୍ୟମନ୍ତ୍ରୀ ସହ ପୁର୍ବରୁ ଥିବା ରାଜ୍ୟ ସଭାପତି ପଦ ମିଳିଥିଲା । କିନ୍ତୁ ପରେ ବିବାଦ ଉଗ୍ର ରୁପ ନେବା ସହ ଗେହଲଟଙ୍କ ବିରେଧରେ ବିଦ୍ରୋହର ଡାକରା ଦେଇଥିଲେ ପାଇଲଟ । ଏଇ ଲଢେଇ ପାଇଲଟଙ୍କ ପାଇଁ ଖୁବ ମହଙ୍ଗା ସାବ୍ୟସ୍ତ ହୋଇଛି । ଯେଉଁଥି ପାଇଁ ଉପ ମୁଖ୍ୟମନ୍ତ୍ରୀ ସହ ପିସିସି ସଭାପତି ପଦରୁ ପାଇଲଟଙ୍କୁ ବିଦା ହେବାକୁ ପଡିଛି ।

କଂଗ୍ରେସର ଦୁଇ ମହାଶକ୍ତିଙ୍କ ଭିତରେ ଲଢେଇକୁ ୪ବର୍ଷ ବିତିଲାଣି । ଏହାରି ଭିତରେ ଅନେକ ଥର ଖୋଲା ବିଦୋ୍ରହକରି ମାତ୍ ଖାଇଛନ୍ତି ପାଇଲଟ। ପ୍ରଥମେ ଜୁଲାଇ ୨୦୨୦ରେ ୩୦ ବିଧାୟକଙ୍କୁ ଧରି ରାଜ୍ୟ ବିଜେପିର ଭିତିରି ସହଯୋଗରେ ଗେହଲଟଙ୍କୁ ଖୋଲା ଚେତାବନୀ ଦେଇଥିଲେ ପାଇଲଟ । ଏପରିକି ଗୁରଗାଓଁର ଏକ ହୋଟେଲରେ ୩୦ ବିଧାୟକଙ୍କୁ ଧରି ସରକାର ବିଜେପି ସହେଯାଗରେ ନୂଆ ସରକାର ଗଢିବା ପାଇଁ ଧମକ ଦେଇଥିଲେ ଗେହଲଟଙ୍କୁ । କିନ୍ତୁ ଗେହଲଟଙ୍କ ରଣନୀତି ଆଗରେ ଫେଲ ମାରିଥିଲା ପାଇଲଟଙ୍କ ଚାଲ । ଏଇ ବିବାଦ ତୁଟାଇବାକୁ କଂଗ୍ରେସ କୋର କମିଟି ବହୁ ଦିନରୁ ଚେଷ୍ଟା କରୁଥିଲେ ବି ସଫଳ ହେଇ ପାରୁ ନଥିଲେ । ପାଇଲଟ ଓ ଗେହଲଟଙ୍କ ସଂପର୍କଏତେ ତିକ୍ତ ହୋଇ ଯାଇଥିଲା ଯେ କେହି କାହାରି ମୁହଁ ଚାହିଁବାକୁ ପ୍ରସ୍ତୁତ ନଥିଲେ । ଏହାରି ଭିତରେ ଯେତେବେଳେ ଜଣେ ଅଣଗାନ୍ଧୀ ବ୍ୟକ୍ତିଙ୍କୁ କଂଗ୍ରେସ ସଭାପତି କରାଯିବାର ନିଷ୍ପତି ନିଆଗଲା ସେତେବେଳେ ଗେହଲଟଙ୍କ ନାଁ ଥିଲା ସବୁଠୁ ଉପରେ । କୁହାଗଲା ସେ ଦଳ ହାଇକମାଣ୍ଡ ରହିଲେ କଳି ତୁଟିଯିବ । ଏହାସହ ଦେଶରେଏକ ଭଲ ବାର୍ତ୍ତା ଯିବ କଂଗ୍ରେସ ସପକ୍ଷରେ । କିନ୍ତୁ ଗେହଲଟ କହିଥିଲେ ମୁଁ ମୁଖ୍ୟମନ୍ତ୍ରୀ ସହ ଦଳ ସଭାପତି ବି ରହିବି । ସେତେବେଳେ ପ୍ରଭାରୀ ଅଜୟ ମାକନ ୱାନ ମେନ ୱାନ ପୋଷ୍ଟ ଆଳରେ ଏଇ ବିବାଦର ସମାଧାନ କରିବାକୁ ଚାହୁଁଥିଲେ । ମାକନଙ୍କୁ ଧରି ପାଇଲଟ ଆସନ ହାତେଇବାକୁ ଚାହୁଁଥିଲେ । କିନ୍ତୁ କୌଣସି କିମତରେ ବି ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ ନଥିଲେ ଗେହଲଟ । ତେଣୁ ପାଇଲଟଙ୍କ ଏଇ ରଣନୀତି ବି ଫେଲ ମାରିଥିଲା ।

ରାଜସ୍ଥାନ କଂଗ୍ରେସର ଦୁଇ ହେଭୱେଟ ନିଜ ନିଜ ଭିତରେ ଲଢେଇ କରି ହାଲିଆ ହୋଇ ସାରିଲେଣି । ଦୁହେଁ ଜାଣିଛନ୍ତି ଯେ ଏଇ ଲଢେଇ ପାଇଁ କେବଳ ରାଜସ୍ଥାନ ନୁହେଁ ପୁରା ଦେଶରେ କଂଗ୍ରେସର ଛବି ଖରାପ ହେଉଛି । ସେପଟେ ପାଇଲଟ ବି ଜାଣିଗଲେଣି ଯେ କଂଗ୍ରେସ ଛଡା ତାଙ୍କ ପାଖରେ ଆଉ କୌଣସି ଚାରା ନାହିଁ । ବିଜେପି ଯାଇ ପାରିବେନି କି ନୂଆ ଦଳ ଗଢି ଆଗକୁ ବଢି ପାରିବେନି । ଏପରିକି ଗେହଲଟଙ୍କୁ ଆଉଟ କରି ସିଏମ ହେବା ବି ସମ୍ଭବପର ନୁହେଁ । ତେଣୁ ସେ ବି ଗୋଟେ ସମାଧାନ ଚାହୁଁଛନ୍ତି । ସେପଟେ ଗେହଲଟ ବି ଏହାର ଗୋଟେ ସମାଧାନ ଚାହୁଛନ୍ତି କାରଣ ସ୍ଥିତି ଏମିତି ରହିଲେ ଏଇ ମାସ କେଇଟା ପରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଦଳକୁ ବ୍ୟକଫୁଟରେ ରହିବାକୁ ପଡିବ । କିନ୍ତୁ ବିଲେଇ ବେକରେ ଘଣ୍ଟି ବାନ୍ଧିଲା ଭଳି କିଏ ବି ଏଇ ମାମଲା ତୁଟାଉ ବୋଲି ଚାହିୁଁଛନ୍ତି ଉଭୟ । ଏପରିକି ଏଭଳି ଘଡିସନ୍ଦି ମୁହୁର୍ତ୍ତରେ କର୍ଣ୍ଣାଟକ ବିବାଦର ସରଳ ସମାଧାନ କରିଥିବା ପାର୍ଟି ଅଧକ୍ଷ୍ୟ ଖଡଗେ ଉଭୟଙ୍କୁ ଅଲଗା ଅଲଗା ଦେଖା କରି ସାରିଲେଣି । ଆମକୁ ମିଳିଥିବା ସୂଚନା ମୁତାବକ ଏଇ କଳିରେ ତାଳି ବି ପଡି ସାରିଲାଣି । ପାଇଲଟ ଉପମୁଖ୍ୟମନ୍ତ୍ରୀ ସହ ଡେପୁଟି ସିଏମ ପଦଚାହୁଁଛନ୍ତି । କିନ୍ତୁ ଗେହଲଟ ପିସିସି ସଭାପତି ପଦଦେବାକୁ ନାରାଜ । କାରଣ ବର୍ତ୍ତମାନ ଯିଏ ସଭାପତି ଅଛନ୍ତି ସେ ହେଉଛନ୍ତି ଜାଟ ସଂପ୍ରଦାୟର । ତେଣୁ ତାଙ୍କୁ ଅପସାରଣ କଲେ ଏକ ବଡ ଭୋଟ ବ୍ୟାଙ୍କ ପ୍ରଭାବିତ ହେବ ବୋଲି ଯୁକ୍ତି ରଖୁଛନ୍ତି ଗେହଲଟ । ତେଣୁ କେବଳ ଉପ ମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡିବ ପାଇଲଟଙ୍କୁ । ଏକଥା ସତ ଯେପାଇଲଟ-ଗେହଲଟ ଲଢେଇ ଭିତରେ ବଳି ପଡୁଛି କଂଗ୍ରେସ । କିନ୍ତୁ କାହାରିକୁ ଦଳରୁ ବାହାର କରିବା ସମ୍ଭବ ନୁହେଁ । ଗେହଲଟଙ୍କର ତ ପ୍ରଥମରୁ ଦବଦବା ରହିଛି କିନ୍ତୁ ପାଇଲଟଙ୍କର ବି କଂଗ୍ରେସ ପାଇଁ ବହୁ ଅବଦାନ ରହିଛି । ରାହୁଲ ଓ ପ୍ରିୟଙ୍କାଙ୍କ ସହ ପାଇଲଟଙ୍କ ଖୁବ ଉତ୍ତମ ସମ୍ପର୍କ ରହିଛି । ତେଣୁ ଦେଖିବାକୁ ରହିଲା କଂଗ୍ରେସ କେମିତି ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ସନ୍ତୁଷ୍ଟ କରୁଛି ଆଉ ପାଇଲଟଙ୍କ ମାନଭଞ୍ଜନ ପାଇଁ କେଉଁ ପଦବୀ ଦିଆଯାଉଛିି।

Related Articles

Back to top button
WP Twitter Auto Publish Powered By : XYZScripts.com