ଅନ୍ତର୍ଜାତୀୟକ୍ରୀଡ଼ା

କ୍ରିଷ୍ଟିଆନ ରୋନାଲଡୋଙ୍କୁ ସୁନା ବାଇକ ଉପହାର ଦେଲେ ସାଉଦି ସରକାର !

ମୋବାଇଲ ନ୍ୟୁଜ ବ୍ୟୁରୋ:  ଉପହାର ଦେବାନେବା ଆଜିକାଲି ଏକ ସାଧାରଣ ଘଟଣା । ଆପଣ ଉପହାରରେ ଶାଢ଼ି, ଗହଣା, ଟଙ୍କା, କାର, ବାଇକ, ଇତ୍ୟାଦି ଦେବାର ଦେଖିଥିବେ ଏବଂ ଶୁଣିଥିବେ ମଧ୍ୟ । କିନ୍ତୁ ଆପଣ ସୁନାର ବାଇକ କେହି କେବେ ଉପହାର ଦେଇଥିବା ଶୁଣିଛନ୍ତି କି ? କଥାଟି ଶୁଣି ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯାଉଥିବେ । କିନ୍ତୁ ଆଶ୍ଚର୍ଯ୍ୟ ହେଲେ ବି ଏଭଳି ଏକ ଖବର ଘୂରି ବୁଲୁଛି ସୋସିଆଲ୍ ମିଡିଆରେ । ଘଟଣାଟି ଘଟିଛି ସାଉଦି ଆରବରେ ।

ଘଟଣାନୁସାରେ ମହାନ ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲଡୋ ବର୍ତ୍ତମାନ ସାଉଦି ଆରବରେ ଅବସ୍ଥିତ ରିଆଦର ଏକ କ୍ଲବ ଅଲ-ନାସର ପାଇଁ ଖେଳୁଛନ୍ତି । ଏହି ଅବସରରେ ସୁନାରେ ତିଆରି ଏକ ମୋଟର ବାଇକକୁ ସାଉଦି ଆରବ ସରକାର ପ୍ରଦାନ କରିଛନ୍ତି । ଯାହାର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ । ଏହି ବାଇକଟିର ଅନେକ ଅଂଶ ୨୨ କ୍ୟାରେଟ ସୁନାରେ ତିଆରି ବୋଲି କୁହାଯାଉଛି । ଏପରି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏନେଇ ରୋନାଲ୍ଡୋ କିମ୍ବା ସାଉଦି ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଲାପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତିି ।

Related Articles

Back to top button
WP Twitter Auto Publish Powered By : XYZScripts.com