Breaking NewsFeaturedଜାତୀୟବାଣିଜ୍ୟବିଜ୍ଞାନ ଓ ପ୍ରଯୁକ୍ତି

ଅଶୀ-ନବେ ଦଶକର ଲୋକପ୍ରିୟ ଲୁନା Electric Versionରେ ଫେରୁଛି

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଏବେ ଦେଶରେ ଇଲେକ୍ଟ୍ରି ଗାଡ଼ି ବା ଇ-ଭେଇକିଲର ଚାହିଦା ବଢ଼ିବାରେ ଲାଗିଛି । ସେ କାର୍ ହେଉ କି ବାଇକ୍‌, ଅଧିକାଂଶ ଇଲେକ୍ଟ୍ରି ଗାଡ଼ି ଦେଖିବାକୁ ମିଳୁଛି । ଏହିକ୍ରମରେ ୮୦-୯୦ ଦଶକରେ ଦେଶରେ ଚହଳ ପକାଇଥିବା ଲୁନା ନୂଆ ରୂପ-ରଙ୍ଗରେ ଫେରୁଛି । ଇ-ଲୁନା ଫେରିବା ସମ୍ପର୍କରେ କାଇନାଟିକ୍ ଗ୍ରୀନ୍ କମ୍ପାନୀର ସିଇଓ ସୁଲ୍ଲଜା ଫିରାଦିୟା ମୋଟୱାନୀ ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର୍‌ରେ ଏକ ପୋଷ୍ଟ କରିଛନ୍ତି । ନିଜ ପିତାଙ୍କ ପୁରୁଣା ଫଟୋ ଏବଂ ଲୁନାର ଭିଣ୍ଟେଜ୍ ଭିଡିଓ ପୋଷ୍ଟ କରି ‘ବ୍ଲାଷ୍ଟ୍ ଫ୍ରମ ଦ ପାଷ୍ଟ!’ ଉଲ୍ଲେଖ କରିଛନ୍ତି । ଏଥିସହ ଏହାର ପ୍ରତିଷ୍ଠାତା ମୋ ପିତା ପଦ୍ମଶ୍ରୀ ଅରୁଣ ଫିରାଦିୟା ବୋଲି ସୂଚାଇ ଛଲ୍ ମେରୀ ଲୁନା… ବୋଲି ଲେଖିଛନ୍ତି ।

ସୁଲଜ୍ଜାଙ୍କ ପୋଷ୍ଟ ଅନୁସାରେ ତାଙ୍କ କମ୍ପାନୀ ଛାଡ଼ିବାକୁ ଥିବା ପ୍ରଥମ ମଡେଲ୍ ନାଁ ରହିବ E-Luna.

ପୂର୍ବରୁ ବଜାଜ ଅଟୋ ମଧ୍ୟ ନିଜ ଫେମସ ସ୍କୁଟର ଚେତକକୁ ପୁରୁଣା ନେମପ୍ଲେଟ ସହିତ ଇଲେକ୍ଟ୍ରିକ୍ ଅବତାରରେ ଆଣିସାରିଛି । ଏହା ବ୍ୟତୀତ ଏଲଏମଏଲ୍ ମଧ୍ୟ ଚଳିତ ବର୍ଷ ନିଜ ଷ୍ଟାର ସ୍କୁଟରକୁ ଇଲେକ୍ଟ୍ରିକ୍ ଅବତାରରେ ଆଣିବା ପାଇଁ ପ୍ରସ୍ତୁତ ହେଉଛି । ଇଲେକ୍ଟ୍ରିକ୍ ଲୁନା ବା ଇ-ଲୁନା କାଇନାଟିକ୍ ଗ୍ରୀନ୍ ଏନର୍ଜି ଆଣ୍ଡ୍ ପାୱାର ସଲ୍ୟୁସନ୍ସ ତରଫର ମାର୍କେଟକୁ ଆସିବାକୁ ଥିବା ପ୍ରଥମ ମଡେଲ ହେବ । କମ୍ପାନୀ ମହାରାଷ୍ଟ୍ରର ଅହମଦନଗରରେ ଇ-ଲୁନାର ନିର୍ମାଣ କରିବ । କାଇନାଟିକ୍ ଲୁନା ନିଜ ସମୟରେ ବହୁତ ଫେମସ ଥିଲା । ଏହାକୁ କାଇନାଟିକ୍ ଇଞ୍ଜିନିୟରିଂ ପ୍ରଥମ ଥର ୧୯୭୨ ମସିହାରେ ଆଣିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com