Featuredଜାତୀୟମନୋରଞ୍ଜନ

ଅଶ୍ଳୀଳ ଫଟୋ ଉଠାଇ ୨୫୦ସ୍କୁଲ ଛାତ୍ରୀଙ୍କୁ ବ୍ଲାକମେଲ ସହ ଦୁଷ୍କର୍ମ, ଜାଣନ୍ତୁ ପୂରା ଘଟଣା

ନେତା, ଜନତା, ମିଡିଆ ସବୁ ସାଜିଥିଲେ ଦେହଦାନବ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଅତୀତରେ ଘଟିଯାଇଥିବା ଲୋମଟାଙ୍କୁରା ଘଟଣାଗୁଡିକୁ ନେଇ ଏବେ ଅନେକ ସିନେମା ମାର୍କେଟକୁ ଆସୁଛି । ଏହାକୁ ନେଇ ଅନେକ ବିବାଦ ହେବା ସହିତ ଜାଗା ଜାଗାରେ ନିଆଁ ବି ଜଳୁଛି । କିନ୍ତୁ ଏସବୁ ସିନେମାଗୁଡିକ ଭଲ ବ୍ୟବସାୟ କରୁଥିବା ବେଳେ ଭଲ ଦର୍ଶକୀୟ ଆଦୃତି ବି ମିଳୁଛି । ବଡ କଥା ହେଲା ଏସବୁ ସିନେମାକ ୁନେଇ ରାଜନୀତି ବି ଚରମ ସୀମାରେ । କିଛି ସରକାର ଏସବୁ ସିନେମାକୁ ଟାକ୍ସ ଫ୍ରି କରି ସମର୍ଥନ ଜଣାଉଥିବା ବେଳେ କିଛି ରାଜ୍ୟ ଏହାକୁ ହିଂସା ସୃଷ୍ଟିକାରୀ ସିନେମା କହି ବ୍ୟାନ କରି ଦେଉଛନ୍ତି । କାଶ୍ମୀର ଫାଇଲ୍ସ, କେରଳ ଷ୍ଟୋରୀ ପରେ ଦ ଡାଏରୀ ଅଫ ୱେବେଙ୍ଗଲକୁ ନେଇ ବର୍ତ୍ତମାନ ପଶ୍ଚିମବଙ୍ଗରେ ନିଆଁ ଲାଗି ଗଲାଣି । ଏଇ ଅପକମିଂ ସିନେମାକୁ ମମତା ସରକାର ଦୃଢ ଭାବେ ବିରୋଧ କରିବା ସହ ବଙ୍ଗାଲ ପୋଲିସ ଡାଇରେକ୍ଟରଙ୍କ ନାଁରେ ଅନେକ ଦଫାରେ ମାମଲା ରୁଜୁକରି ହାଜିର ହେବାକୁ ନୋଟିସ କରିଛି । ଆଉ ଏହାରି ଭିତରେ ପୁଣି ଏକ ସମ୍ବେଦନଶୀଳ ତଥା ଲୋମଟାଙ୍କୁରା କାହାଣୀକୁ ନେଇ ସିନେମା ଘରକୁ ଆସିବାକୁ ଯାଉଛି ଆଜମେର-୯୨ । ତେବେ ଆଜମେର ୯୨ କଣ ଆସନ୍ତୁ ଜାଣିବାଏବଂ ଜାଣିବା ଫିଲ୍ମଟି କାହାକୁ କେନ୍ଦ୍ର କରି ତିଆରି ହେଉଛି ।

୧୯୯୨ମସିହା । ରାଜସ୍ଥାନର ପ୍ରସିଦ୍ଧ ସହର ଆଜମେରରେ ହଠାତ ଜଣକ ପରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିବାକୁ ଲାଗିଲେ । ପୁଣି କିଏ ପାଗଳ ଭଳି ବୁଲିଲା ତ କିଏ ଘର ଛାଡି ପଳେଇଲା । ଆଉ ବଡ କଥା ହେଲା ସମସ୍ତ ଛାତ୍ରୀମାନେ ଥିଲେ ସହରର ପ୍ରସିଦ୍ଧ ସୋଫିଆ ସିନିୟର ସେକେଣ୍ଡାରୀ ସ୍କୁଲ । ଯେଉଁଠି ପ୍ରାୟ ସମସ୍ତ ସମ୍ଭ୍ରାନ୍ତ ପରିବାରର ଝିଅମାନେ ପାଠ ପଢୁଥିଲେ । ଘଟଣାକୁ ନେଇ ପୁରା ରାଜସ୍ଥାନରେ ଚହଳ ପଡିଗଲା । ଆଉ ଆଜମେର ତ କହିବାକୁ ଗଲେ ପୁରା ସ୍ଥାଣୁ ପାଲଟି ଯାଇଥିଲା । କେହି କିଛି ବୁଝି ପାରୁନଥିଲେ ଘଟଣା କଣ । କାହିଁକି ଏଇ ଛୋଟ ଛୋଟ ଝିଅମାନେ ଆତ୍ମହତ୍ୟା କରୁଛନ୍ତି । କାହିଁକି କିଛି ଝିଅ ପାଗଳ ହୋଇଗଲେ ଆଉ କିଛି ନିଖୋଜ । ପୋଲିସ ବି କାରଣ ଖୋଜିବାକୁ ଲାଗିପଡିଲା । ଆଉ ଏହାରି ଭିତରେ ସ୍ଥାନୀୟ ଏକ ଗଣମାଧ୍ୟମର ଖବର ପୁରା ସହରରେ ନିଆଁ ଲଗେଇ ଦେଇଥିଲା । ଦୈନିକ ନବଜ୍ୟୋତି ନାମକ ଏଇ ଖବରକାଗଜ ପ୍ରଥମ ପୃଷ୍ଠାରେ ତାର ଅନୁସଂଧାନମୂଳକ ଖବର ପ୍ରକାଶ କରିଥିଲା । ଆତ୍ମହତ୍ୟା କରିଥିବା ଜଣେ ଛାତ୍ରୀଙ୍କ ସହ ଦୁଇ ଜଣ ଯୁବକଙ୍କ ନଗ୍ନଫଟୋକୁ ଛାପିଥିଲେ ଫ୍ରଣ୍ଟପେଜରେ । ଏଥଇରେ ଛାତ୍ରୀଙ୍କ ମୁହଁକୁ କଳା କରିଦେଇଥିବା ବେଳେ ଦୁଇ ଯୁବକଙ୍କୁ ସ୍ପଷ୍ଟ ଚିହ୍ନି ହେଉଥିଲା । ଖବରରେ ଲେଖାଥିଲା ଆଜମେରରେ ଏମିତି ଏକ ଗ୍ୟାଙ୍ଗ ଅଛି ଯିଏ ସୋଫିଆ ସେକେଣ୍ଡାରୀ ସ୍କୁଲ ଓ ସାବିତ୍ରୀ ଗାର୍ଲସ ସ୍କୁଲର ଝିଅମାନଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ କରୁଛନ୍ତି । ଏବଂ ସେମାନଙ୍କ ଅଶ୍ଳୀଳ ଫଟୋ ଉଠାଇ ବ୍ଲାକମେଲ କରିବା ସହ ଅନ୍ୟ ସାଙ୍ଗଙ୍କୁ ଆଣିବା ପାଇଁ ବାଧ୍ୟ କରୁଛନ୍ତି । ନହେଲେ ସେମାନଙ୍କ ନଗ୍ନ ଫଟୋକୁ ପୋଷ୍ଟର କରି ସହର ସାରା ଲଗାଇବାର ଧମକ ଦେଉଛନ୍ତି । କିଛି ଝିଅଙ୍କ ଫଟୋ ସାମ୍ନାକୁ ଆସିବା ପରେ ସେମାନେ ଆତ୍ମହତ୍ୟା କରିଛିନ୍ତି । କିଛି ଭୟରେ ଘର ଛାଡି ପଲାଇଛନ୍ତି ତ ଆଉ କିଛି ମାନସିକ ଭାରସାମ୍ୟ ହରାଇ ପାଗଳପ୍ରାୟ ହୋଇଯାଇଛନ୍ତି ।

ଏଇ ଗ୍ୟାଙ୍ଗ ପାଖାପାଖି ୨୫୦ଜଣ ଛାତ୍ରୀଙ୍କୁ ଏଭଳି ଦୁଷ୍କର୍ମ କରି ନଗ୍ନ ଫୋଟୋ ଉତ୍ତୋଳନ କରିଛନ୍ତି । କ୍ୟାମେରାରେ ଫଟୋ ଉଠାଇ ତାକୁ ନେଗେଟିଭରୁ ଫଟୋ କରିବାକୁ ଦେଇଥିବା ବେଳେ ଲାବରେ କାମ କରୁଥିବା କିଛି ପିଲା ତାକୁ ନିଜେ ରଖି କିଛି ଜଣଙ୍କୁ ବାଣ୍ଟି ଦେଇଥିଲେ । ଯାହା ଫଳରେ ଫଟୋ ମାର୍କେଟରେ ବୁଲିଥିଲା । ଏଇ ସ୍କାଣ୍ଡାଲରେ ନେତାଙ୍କ ସହିତ ବହୁ ବଡ ବଡ ଲୋକ ଜଡିତ ଅଛନ୍ତି । ଏ ଖବର ପାଇ କିଛି ମିଡିଆ ବି ସେ ଝିଅଙ୍କ ଠାରୁ ପଇସା ଓ ଦେହ ସୁଖ ନେଇ ଚୁପ ବସି ପଡିଛନ୍ତି । ଏ ଲେଖା ତ ଯାହା ହଇଚଇ କଲା କଲା । ଫଟୋରେ ସ୍ପଷ୍ଟ ଜମା ପଡୁଥିବା ଦୁଇ ଯୁବକ ଥିଲା ଆଜମେର ଦରଗାହର ମୁଖ୍ୟଥିବା ଚିସ୍ତି ପରିବାରର । ଏମାନେ ସମସ୍ତେ ଜିଲ୍ଲାସ୍ତରୀୟ କଂଗ୍ରେସ ନେତାଥିଲେ । ଛୋଟ ନେତାଥିଲେ ବି ଦରଗାହାର ମୁଖ୍ୟ ଥିବାରୁ ବିଧାୟକ ସାଂସଦ ବି ଏମାନଙ୍କ କଥାରେ ଉଠବସ ହେଉଥିଲେ । ଏହାପରେ ମାମଲାକୁ ନିଆଁ ଜଳିଥିଲା । ଅଭିଯୁକ୍ତମାନେ ପ୍ରବାବଶାଳୀଥିବାରୁ ମାମଲାକୁ ଚାପି ଦେବାକୁ ଅନେକ ଚେଷ୍ଟା କରାଗଲା । ଧମକ ପାଇଁ ମାମଲା ରୁଜୁ କରିଥିବା ୨୦ ଛାତ୍ରୀଙ୍କ ମଧ୍ୟରୁ ୧୮ ଜଚ୍ଚମାମଲା ପ୍ରତ୍ୟାହାର କରିନେଲେ । କିନ୍ତୁ ଶେଷରେ ପୋଲିସ ଏମାନଙ୍କୁ ଗିରଫ କରିବା ସହ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ପରେ ଏମାନଙ୍କ ଦଣ୍ଡକୁ କୋହଳ କରାଯାଇ ୧୦ ବର୍ଷ ସଶ୍ରମ କାରାଦଣ୍ଡ କରାଯାଇଥିଲା । ଏ ଘଟଣା ସେତେବେଳେ ପୁରା ଦେଶକୁ ଦେହଲାଇ ଦେଇଥିଲା । ଯାହା ଏବେ ପୁଣି ଥରେ ସିନେମା ଘରେ ଦେଖିବାକୁ ମିଳିବ।

Related Articles

Back to top button
WP Twitter Auto Publish Powered By : XYZScripts.com