Breaking NewsFeaturedଓଡ଼ିଶାଜାତୀୟରାଜନୀତି

ମୋଦି ସରକାରକୁ ୯ ବର୍ଷ: ନବ ନିର୍ମାଣ ଏବଂ ଗରିବ କଲ୍ୟାଣର ସମୟ ବୋଲି କହିଲେ ମନମୋହନ

ଓଡ଼ିଶା ଆସିବେ ମୋଦି-ଶାହ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ । ଏନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଅଧିକାରୀମାନଙ୍କ ବଦଳି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ରାଜ୍ୟରେ ଆଗୁଆ ନିର୍ବାଚନୀ ଆଲୋଚନା ସରଗରମ ହୋଇଛି । ସେପଟେ ବିଭିନ୍ନ ରାଜନୀତିକ ଦଳ ସେମାନଙ୍କ ରୋଡ୍‍ ମ୍ୟାପ୍‍ ପ୍ରସ୍ତୁତରେ ଲାଗିପଡ଼ିଲେଣି । ଏହି କ୍ରମରେ ସଜବାଜ ହେଲାଣି ବିଜେପି । ନିର୍ବାଚନକୁ ଆଖିଆଗରେ ରଖି ଆଗୁଆ ରଣନୀତି ପ୍ରସ୍ତୁତ କରିବା ପାଇଁ ଏକା ସଙ୍ଗେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ।

କେନ୍ଦ୍ରରେ ମୋଦି ସରକାରକୁ ପୂରିଛି ୯ ବର୍ଷ । ଏହି ଅବସରରେ ଦେଶ ବ୍ୟାପି ମହା ଜନ ସମ୍ପର୍କ ଅଭିଯାନ ଆରମ୍ଭ କରିଛି ବିଜେପି । ଓଡ଼ିଶାରେ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ ମାସ ଧରି ଚାଲିବ ଏହି ଜନ ସମ୍ପର୍କ ପଦଯାତ୍ରା । ଏହି ପଦଯାତ୍ରା ମାଧ୍ୟମରେ ରାଜ୍ୟର ପ୍ରାୟ ୩ ଲୋଟି ଲୋକଙ୍କ ପାଖରେ ପହଞ୍ଚିବା ନେଇ ଲକ୍ଷ୍ୟ ରଖିଛି ରାଜ୍ୟ ବିଜେପି । ଓଡ଼ିଶାରେ ୪ଟି ପ୍ରମୁଖ ସ୍ଥାନରେ ଏହି ଜନ ସମ୍ପର୍କ ଜନସଭା କରାଯିବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେଇପାରନ୍ତି । ଏନେଇ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ମନମୋହନ କହିଛନ୍ତି ଯେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି । ଦଳର ୩୭ ହଜାର ୬୦୬ ବୁଥର ୫ ଲକ୍ଷ କର୍ମକର୍ତ୍ତା ରାଜ୍ୟର ୧ କୋଟି ପରିବାରକୁ ଭେଟିବେ । ମୋଦି ସରକାରଙ୍କ ୯ ବର୍ଷର ସଫଳତା ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିବେ । ଗତ ୯ ବର୍ଷ ହେଉଛି ଭାରତବର୍ଷ ପାଇଁ ନବନିର୍ମାଣ ଏବଂ ଗରିବକଲ୍ୟାଣର ୯ବର୍ଷ ବୋଲି ମନମୋହନ ସାମଲ କହିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com