Featuredଓଡ଼ିଶାକ୍ରୀଡ଼ାଶିକ୍ଷା

କ୍ରୀଡ଼ାର ହବ୍‍ ପାଲଟିଥିବା ଓଡ଼ିଶାର ପାଠ୍ୟକ୍ରମରେ ସାମିଲ୍‍ ହେବ ଖେଳ

ପିଲାଙ୍କୁ ଦିଆଯିବ ତାଲିମ୍‍

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: କେବଳ ପାଠ ପଢା ନୁହେଁ ଏଥର ପିଲାମାନେ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ନିଜର ପାରଦର୍ଶିତା ଦେଖାଇବେ । ଆସନ୍ତା ଶିକ୍ଷା ବର୍ଷରୁ ପିଲାମାନଙ୍କ ସ୍କୁଲ ପାଠ୍ୟକ୍ରମ ସହ ଯୋଡ଼ି ହେବ କ୍ରୀଡ଼ା ବିଷୟ ପାଠ୍ୟକ୍ରମ । କ୍ରୀଡ଼ାକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପାଠ୍ୟକ୍ରମ ପାଇଁ ସ୍ୱତନ୍ତ୍ର ପୁସ୍ତକ ମଧ୍ୟ ପ୍ରକାଶ ପାଇବ ।

ଯୁବପିଢିଙ୍କୁ ପ୍ରୋତ୍ସାହିତ କରିବା ସହ ରାଜ୍ୟରେ କ୍ରୀଡ଼ା ଭିତ୍ତି ଭୂମିକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡ଼ିଛି କ୍ରୀଡ଼ା ବିଭାଗ । କ୍ରୀଡ଼ାର ହବ୍ ଓଡ଼ିଶାରୁ ଭବିଷ୍ୟତ କ୍ରୀଡ଼ାବିତ୍‌ଙ୍କୁ ସୃଷ୍ଟିକରିବା ପାଇଁ ଆରମ୍ଭ ହେବ ଜୋର୍ଦାର ପ୍ରୟାସ । ସ୍କ୍‌ୁଲରେ ପିଲାମାନଙ୍କୁ ଉତ୍ତମ ତାଲିମ୍ ପ୍ରଦାନ ପାଇଁ ପିଇଟି ଶିକ୍ଷଙ୍କୁ ଅଧିକ ପ୍ରଶିକ୍ଷିତ କରାଯିବା ସହ ବିଭିନ୍ନ କ୍ଷେତ୍ରରୁ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରାଯିବ । ୨୦୨୪-୨୫ ଶିକ୍ଷାବର୍ଷରୁ ଏହାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବା ସହ ପରବର୍ତ୍ତି ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ । ବିର୍ସାମୁଣ୍ଡା ଆଥଲେଟିକ୍ସ ଷ୍ଟାଡ଼ିୟମ୍‌, କଳିଙ୍ଗ ଷ୍ଟାଡ଼ିୟମ୍ ଟେନିସ୍ ସେଣ୍ଟର , କେନ୍ଦୁଝରର ଧରଣୀଧର ସ୍ପୋର୍ଟସ୍ କମ୍ପେକ୍ସ ଆଦିରେ କ୍ରୀଡ଼ାବିତ୍‌ମାନଙ୍କୁ ଶୀର୍ଷସ୍ତରୀୟ ତାଲିମ୍ ସୁବିଧା ଯୋଗାଇ ଦିଆଯାଇଛି । ଫୁଟବଲ୍‍, ରଗ୍‍ବୀ, ଖୋଖୋ, ସୁଇମିଂ, ହକି ଆଦି ବିଭିନ୍ନ କ୍ରୀଡ଼ା ପ୍ରତି ବେଶ୍‍ ଗୁରୁତ୍ୱ ଦେଉଛନ୍ତି ଓଡ଼ିଶା ସରକାର । ଆଗାମୀ ଦିନରେ ଏହିସବୁ ଖେଳରେ ଓଡ଼ିଆ ପିଲା ସେମାନଙ୍କ ପାରଦର୍ଶିତା ପ୍ରଦର୍ଶନ କରିବେ ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com