Breaking NewsFeaturedଜାତୀୟମନୋରଞ୍ଜନ

Bollywoodରେ ଜୋର୍‍ ଧରିଲାଣି ନୂଆ ଦାବି, ହିରୋଙ୍କ ଭଳି ହିରୋଇନଙ୍କୁ Equal Fee ଦାବି

ସ୍ଵର ଉଠାଇଲେ Priyanka-Kangana

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଏବେ ବଲିଉଡରେ ଜୋର୍‍ ଧରିଲାଣି ନୂଆ ଦାବି । ଆଗରୁ ତ ଅଭିନେତା-ଅଭିନେତାମାନେ ଫିଲ୍ମ ପିଛା ବେଶ୍‍ ମୋଟା ଅଙ୍କର ପାରିଶ୍ରମିକ ଦାବି କରୁଥିଲେ, ହେଲେ ଏବେ ସେଥିରେ ଆଉଟିକେ ମସଲା ମିଶାଇଛନ୍ତି ପ୍ରିୟଙ୍କା । ହଁ, ଆପଣ ଠିକ୍‍ ବୁଝିଛନ୍ତି, ଆମେ କହୁଛୁ ହଟ୍‍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ କଥା । ମୋଟା ଅଙ୍କର ଫି’ ଦାବି କରୁଥିବା ପ୍ରିୟଙ୍କା ଏବେ ସମାନ ପାରିଶ୍ରମିକ ପ୍ରସଙ୍ଗ ଉଠାଇଛନ୍ତି । ଅର୍ଥାତ୍‍ ସମାନ କାମକୁ ସମାନ ପାରିଶ୍ରମିକ । ଆଉ ତାଙ୍କ ସହ ସ୍ୱର ମିଶାଇଛନ୍ତି ସବୁବେଳେ ବିବାଦରେ ରହିଆସିଥିବା ଅଭିନେତ୍ରୀ କଙ୍ଗନା । ଅଭିନେତାଙ୍କ ତୁଳନାରେ ଅଭିନେତ୍ରୀଙ୍କୁ କମ୍‍ ପାରିଶ୍ରମିକ ଦିଆଯାଉଥିବା ନେଇ ଦୁଇ ଚର୍ଚ୍ଚିତ ଅଭିନେତ୍ରୀ ଏବେ ମୁହଁ ଖୋଲିଛନ୍ତି ।

ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମସ୍ତ କ୍ଷେତ୍ରରେ ସମାନ ଅଧିକାର ଆବଶ୍ୟକ । ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ସମସ୍ତ ଭେଦଭାବ ନିର୍ବିଶେଷରେ ସବୁକିଛି ସମାନ ଦରକାର ବୋଲି ବହୁବାର ଦାବି ଉଠୁଛି । ବିଶେଷକରି ଚାକିରି ଏବଂ ସମ୍ପତ୍ତି କ୍ଷେତ୍ରରେ ଏହି ନିୟମ ନିହାତି ଦରକାର ବୋଲି ବିଭିନ୍ନ ମହଲରୁ ଦାବି ହୋଇଆସୁଛି । କିନ୍ତୁ ଏବେ ବଲିଉଡରେ ସମାନ ପାରିଶ୍ରମିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର୍‍ ଧରିଛି । ଆଉ ଏହି ସ୍ୱର ପ୍ରଥମେ ପ୍ରିୟଙ୍କାଙ୍କଠାରୁ ଶୁଭିଛି । କିଛି ମାସ ଧରି ବଲିଉଡର ଭିତିରି କଥାର ପର୍ଦ୍ଦାଫାସ୍ କରୁଚନ୍ତି ପ୍ରିୟଙ୍କା । ପୂର୍ବରୁ ବହୁ ଅଭିନେତ୍ରୀ ଏହି ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଏବେ ପ୍ରିୟଙ୍କାଙ୍କ ଦାବିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ସେପଟେ କଙ୍ଗନା କହିଛନ୍ତି ଯେ, ଅଭିନେତାଙ୍କ ତୁଳନାରେ ଅଭିନେତ୍ରୀଙ୍କୁ ବହୁତ କମ୍ ଫି’ ମିଳୁଛି । ମୋର ୨୨ ବର୍ଷ କ୍ୟାରିୟର ଭିତରେ ମୁଁ ପ୍ରଥମ ଥର ପାଇଁ ଅଭିନେତାଙ୍କ ତୁଳନାରେ ଅଧିକ ଫି’ ପାଇଥିଲି । ଗୋଟିଏ ଫିଲ୍ମରେ ଅଭିନେତାଙ୍କୁ ଯେତିକି ପାରିଶ୍ରମିକ ମିଳୁଛି ଅଭିନେତ୍ରୀଙ୍କୁ ମଧ୍ୟ ସେତିକି ମିଳିବା ଦରକାର। ତେେବେ କଙ୍ଗାନାଙ୍କ ଏହି ବୟାନ ପରେ ଏବେ ବହୁ ଅଭିନେତ୍ରୀ ମଧ୍ୟ ନିଜର ଦାବି ଜଣାଇଲେଣି । ତେବେ ଦେଖିବା ବାକି ରହିଳା ବଲିୁଡ଼ରେ ଉଠିଥିବା ଏହି ସମାନ ପାରିଶ୍ରମିକ ପ୍ରସଙ୍ଗର କେବେ ସମାଧାନ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com