Featuredଜାତୀୟଜୀବନଶୈଳୀବାଣିଜ୍ୟ

ଚା’ ବିକିବାର ଅଭିନବ ଶୈଳୀ, ଅଡି କାର୍‌ରେ ବିକ୍ରି ହେଉଛି On Drive Tea

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଚା’କୁ ନେଇ ସବୁଠି ଚର୍ଚ୍ଚା ହୁଏ । କେତେବେଳେ ଚା ପିଇ ପିଇ ଚର୍ଚ୍ଚା ହୁଏ ତ ଆଉ କେତେବେଳେ ଚା ବିଷୟକୁ ନେଇ ଚର୍ଚ୍ଚା ହୁଏ । ସାଧାରଣତଃ ଚା ବିକାଳିମାନେ ରାସ୍ତାକଡ଼ରେ ଷ୍ଟଲ ପକେଇ ଚା ବିକନ୍ତି । ସେହିପରି କେତେକ ହୋଟେଲ୍ ଓ ରେଷ୍ଟୁରାଂଟରେ ଚା ପିଇବାକୁ ମିଳେ । ତେବେ ଚା’କୁ ଏକ ସମ୍ଭ୍ରାନ୍ତ ବ୍ୟବସାୟ ଭାବେ ମଧ୍ୟ ଯୁବପିଢ଼ି ଗ୍ରହଣ କଲେଣି । ବହୁ ଶିକ୍ଷିତ ଯୁବକ ଅଭିନବ ଶୈଳୀରେ ଚାହା ବିକିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଯେପରି ଏମବିଏ ଚାୟ ୱାଲା ଓ କର୍ପୋରେଟ୍ ଚାୟ ୱାଲା ଆଦି ଦୋକାନ ନାମ ହୁଏତ ଆପଣ ଶୁଣିଥିବେ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଚା ବାଲାଙ୍କ ବିଷୟରେ କହିବୁ ଯାହାଙ୍କ କଥା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଆପଣ କେବେ ଶୁଣିଛନ୍ତି କି ଅଡି ଚାୟ ବାଲା ବିଷୟରେ!

କଥାଟା ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ ହେଲେ ଦୃଶ୍ୟ ଦେଖିବା ପରେ ଆପଣ ନିଶ୍ଚୟ ବୁଝିଯିବେ । ଏମିତି ସେମିତି କାର ନୁହେଁ ଅଡି କାରରେ ବିକ୍ରି ହେଉଛି ଚା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଯୁବକ ଏକ ବିଳାସପୂର୍ଣ୍ଣ କାରରେ ଚା ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ଆଉ ଏହି କାରଟି ଅଡି ବୋଲି ସ୍ପଷ୍ଟ ଦେଖାଯାଉଛି । ଏହି ଭିଡିଓରେ ଦୁଇ ଜଣ ଯୁବକ ନିଜ ଅଡି କାର ପାଖରେ ଚା ପ୍ରସ୍ତୁତ କରୁଛନ୍ତି । ଚା ତିଆରି ପାଇଁ ଗାଡି ଡିକି ଭିତରେ ରହିଛି ସମସ୍ତ ସାମଗ୍ରୀ । ତେଣୁ ଯେଉଁଠି ଇଚ୍ଛା ସେହିଠାରେ ଗାଡି ପାର୍କିଂ କରିବା ସହ ଚା’ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ତେଣୁ ଲୋକମାନେ ଏହି ଚା ବିକାଳିଙ୍କୁ ଅଡି ଚାୟ ୱାଲା ବୋଲି ସମ୍ବୋଧିତ କରୁଛନ୍ତି । ଏହି ଦୁଇଜଣ ଯୁବକ ହେଲେ ମୁମ୍ବାଇର ଅମିତ କଶ୍ୟପ ଏବଂ ମନୁ ଶର୍ମା । ଦୁହେଁ ଅଡିରେ ବୁଲି ବୁଲି ଚା ବିକିବା ଆରମ୍ଭ କରିଥିଲେ । ଆଉ ତାହାର ନାଁ ଦେଇଥିଲେ ଅନ୍ ଡ୍ରାଇଭ୍ ଟି । ବର୍ତ୍ତମାନ ଏହି ଅଡି ଚାୟ ୱାଲାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com