Featuredଓଡ଼ିଶାଶିକ୍ଷା

ନିଶା ସେବନ କରୁଥିଲେ ସାବଧାନ, ଛାତ୍ରଛାତ୍ରୀ ହେବେ Restricted

ରାଜ୍ୟ ସରକାର ଗ୍ରହଣ କଲେ କଡ଼ା ଆଭିମୁଖ୍ୟ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଦିନକୁ ଦିନ ଯୁବପଢିଙ୍କୁ କବଳିତ କରିନେଉଛି ନିଶା । ଏଥିସହିତ ଗତ କିଛି ବର୍ଷ ମଧ୍ୟରେ ଛାତ୍ରଛାତ୍ରୀ ମଧ୍ୟ ଅଧିକ ନିଶା ସେବନ କରୁଥିବା ଜଣା ପଡିଛି । ଯାହା ଅଭିଭାବକ, କଲେଜ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ଚିନ୍ତାର କାରଣ ହୋଇଛି । ଏହାକୁ ରୋକିବାକୁ ଅନେକ ଉଦ୍ୟମ କରାଯାଉଥିଲା ମଧ୍ୟବିଶେଷ ସୁଫଳ ମିଳୁନାହିଁ । ତେଣୁ ଛାତ୍ରଛାତ୍ରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଣିକି ବାରମ୍ବାର ନିଶା ସେବନ କରି ଯଦି କୌଣସି ଛାତ୍ରଛାତ୍ରୀ ଧରାପଡନ୍ତି ତେବେ ତାଙ୍କୁ ଶିକ୍ଷାନୁଷ୍ଠାନରୁ ବହିଷ୍କାର କରାଯିବ ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଦିଷ୍ଟ ଜିଲ୍ଲା ଭିତ୍ତରେ ଆକ୍ସନ ପ୍ଲାନରେ ଜଙ୍ଗଲ ବିଭାଗ, କୃଷି, ଗୃହ ଏବଂ ଅବକାରୀ ବିଭାଗକୁ ନେଇ ଏହାକୁ ରୋକିବାକୁ ଆଲୋଚନା କରାଯାଇଛି । ସେହିପରି ନିଶାଦ୍ରବ୍ୟର ଉତ୍ପାଦନ, କ୍ରୟ ,ବିକ୍ରୟ ଏବଂ କାରବାର ସମ୍ପର୍କିତ ଆଇନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ସେହିଭଳି ନିଶା ବ୍ୟାବହାରକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା । ବିଶେଷକରି ପଶ୍ଚିମ ବଙ୍ଗ ଏବଂ ଛତିଶଗଡରୁ ଆସୁଥିବା ବ୍ରାଉନ ସୁଗାର, ଗଞ୍ଜେଇ ଏବଂ ନିଶା କଫ୍ ସିରପ୍ ବିଭିନ୍ନ ଜିଲ୍ଲାକୁ ଚାଲାଣ କରାଯାଇଥାଏ । ତେଣୁ ଏସବୁ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିବାକୁ ତାଗିଦ୍ କରାଯାଇଛି। ସେହିଭଳି ଛାତ୍ରଛାତ୍ରୀଙ୍କୁ ଅଧିକ ସଚେତନନା ପାଇଁ ନିଶା ସମ୍ବନ୍ଧିତ ପାଠ୍ୟକ୍ରମ ବହିରେ ସ୍ଥାନ ଦେବାକୁ ପ୍ରଦୀପ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସରକାରଙ୍କ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ମହାନିର୍ଦେଶିକା, ରେଲ ୱେ କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ, ଅବକାରୀ, ପୁଲିସ ଏବଂ ଗୃହ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com