Breaking NewsFeaturedଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ହେବ ସ୍ମରଣୀୟ, ପୁରୀରେ ଭକ୍ତଙ୍କୁ ଫୁଲ ଚନ୍ଦନରେ ସ୍ୱାଗତ କରାଯିବ 

ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସ୍ୱାଗତ କଲେ ଭକ୍ତ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଚତୁର୍ଦ୍ଧା ମୂର୍ତ୍ତିକୁ ଦେଖିବା ପାଇଁ ନିତି ହଜାର ହଜାର ଭକ୍ତ ଶ୍ରୀମନ୍ଦିରକୁ ଛୁଟି ଆସିଥାନ୍ତି । ଆଉ ଏହି ସମୟରେ ଭକ୍ତମାନଙ୍କୁ ବେଳେବେଳେ ପଣ୍ଡାମାନଙ୍କ ଠାରୁ ଅପମାନ ଶୁଣିବାକୁ ପଡିଥାଏ । ଯାହା ସମସ୍ତଙ୍କ ମନରେ ଏକ ଖରାପ ଭାବନା ସୃଷ୍ଟିକରେ । କିନ୍ତୁ ଏସବୁ ଭିତରେ ଭକ୍ତମାନଙ୍କ ପାଇଁ ଏକ ଶୁଭ ଖବର ଆସିଛି । ଏଣିକି ପୁରୀ ଆସୁଥିବା ଭକ୍ତମାନଙ୍କୁ ସ୍ୱାଗତ କରାଯିବ । ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

ନିଷ୍ପତ୍ତି ଅନୁଯାୟୀ ଏଣିକି ଭକ୍ତ ନିବାସକୁ ରହିବାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଫୁଲ ଚନ୍ଦନ ଦିଆଯାଇ ସ୍ୱାଗତ କରାଯିବ । ସେହିପରି ବିଦାୟ ସମୟରେ ଭକ୍ତମାନଙ୍କୁ ରଥ କାଠ, ଦଉଡ଼ି ଏବଂ ରଥ କନା ଆଦି ସାମଗ୍ରୀକୁ ଭେଟି ଦିଆଯିବ । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସମସ୍ତ ୪ଟି ଭକ୍ତ ନିବାସକୁ ଯାଇ ଶ୍ରଦ୍ଧାଳୁଙ୍କ ସହ ଏନେଇ ଆଲୋଚନା କରିଥିଲେ । ସେପଟେ ଶ୍ରୀମନ୍ଦିର ପ୍ରଶାସନର ଏଭଳି ଉଦ୍ୟମଙ୍କୁ ଭକ୍ତମାନେ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ପଦକ୍ଷେପ ଦ୍ୱାରା ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ ଏବଂ ରହଣୀ ଭକ୍ତଙ୍କ ପାଇଁ ଆହୁରି ସ୍ମରଣୀୟ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com