Breaking NewsFeaturedଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଶ୍ରୀମନ୍ଦିରରେ ଦର୍ଶନ ଦେବେନି ଶ୍ରୀଜୀଉ, ଜାଣନ୍ତୁ କେବେ ଓ କାହିଁକି…

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପୁରୀ ଯାଉଛନ୍ତି କି… ଯିବା ପୂର୍ବରୁ ଆମର ଏହି ଭିଡିଓ ଉପରେ ଟିକେ ନଜର ପକାନ୍ତୁ । ନଚେତ ପୁରୀ ଯାଇ ଶ୍ରୀବିଗ୍ରହଙ୍କ ଦର୍ଶନ ନକରି ଫେରିବାକୁ ପଡିପାରେ । ଆସନ୍ତା ୧୬ ଘଂଟା ପାଇଁ ଶ୍ରୀମନ୍ଦିରେ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଶୁକ୍ରବାର ରାତି ୧୦ଟାରୁ ଶନିବାର ଅପରାହ୍ଣ ଦୁଇଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ।

ଦେବସ୍ନାନ ନୀତି ପାଇଁ ଶ୍ରୀବିଗ୍ରହଙ୍କ ଦର୍ଶନ କରିପାରିବେନି ଭକ୍ତ । ଜୁନ ୪ରେ ହେବ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା । ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ ଏହି ନୀତି । ଏହି ଦିନ ସ୍ନାନ ମଣ୍ଡପରୁ ଗଜ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଦାମୁରତି । ଏନେଇ ଶୁକ୍ରବାର ଶ୍ରୀମନ୍ଦିରରେ ଦଇତାପତିଙ୍କ ପ୍ରବେଶ ହୋଇଛି । ରାତ୍ର ୧୨ଟାରେ ପହୁଡ ଆଳତି ସରିବାପରେ ୧୨ଟା ୧୫ରେ ଶ୍ରୀମୁଖ ଖଣ୍ଡୁଆ, ୧୨ଟା ୨୫ରେ ବାହୁଟି କଂଟକ ଓ ୧୨ଟା ୪୦ରେ କୋଠ ସୁଆଁସିଆ ଚାରବନ୍ଧାକୁ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରା ପାଇଁ ଚାରମାଳ ବନ୍ଧା ତଥା ସେନାପଟା ଲାଗି ନୀତି ଆଜି ଅନୁଷ୍ଠିତ ହେବ । ସେଥିପାଇଁ ଜ୍ୟେଷ୍ଠ ଶୁକ୍ଲ ତ୍ରୟୋଦଶୀ ତିଥି ଅର୍ଥାତ୍ ଶୁକ୍ରବାର ରାତି ୧୦ଟାରୁ ଶନିବାର ଦିନ ଦୁଇଟା ପର୍ଯ୍ୟନ୍ତ ଶ୍ରୀବିଗ୍ରହଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରସାସନ ପକ୍ଷରୁ ସୂଚନା ଦିଆଯାଇଛି । ଦେବସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତି ନିଯୋଗର ପ୍ରମୁଖ ଦାୟିତ୍ୱ ରହିଥିବାରୁ ସେମାନଙ୍କ ସହ ସମନ୍ୱୟ ବୈଠକ କରାଯାଇଥିଲା। ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋରରୁ ସେନାପଟା ଲାଗି ନୀତି ପରେ ସକାଳ ୬ଟା ପୂର୍ବରୁ ପହଣ୍ଡି ନୀତି ଶେଷ ହେବ । ସକାଳ ୯ଟା ସୁଦ୍ଧା ଦିବ୍ୟ ସ୍ନାନ ଓ ୧୨ଟାରେ ଗଜାନନ ବେଶ ବା ହାତୀ ବେଶ କରାଯିବ । ସେହିପରି ରାତି ୧୧ଟା ସୁଦ୍ଧା ବାହୁଡା ପହଣ୍ଡି କରାଯିବ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ପ୍ରତିବର୍ଷ ଭଳି ଚଳିତବର୍ଷ ବି ଲକ୍ଷାଧିକ ଭକ୍ତଙ୍କ ଭିଡ ଲାଗିବ ।

Related Articles

Back to top button
WP Twitter Auto Publish Powered By : XYZScripts.com