Breaking NewsFeaturedଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ଆଉ ଦେଖିବାକୁ ମିଳିବନି ତାରା, ଆଲୋକ ପ୍ରଦୂଷଣ ହେଲା କାଳ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଆଉ ମା’ କୋଳରେ ପିଲାଟିଏ ତାରା ଦେଖି ଖୁସି ହୋଇପାରିବନି । ବଡ଼ମାନେ ଆଉ ଉଦାହରଣ ଦେଇପାରିବେନି ଯେ ମାମୁଘରେ ଗୋଠେ ଗାଈ, ରାତି ପାହିଲେ ମୋଟେ ନାଇ… ସଞ୍ଜ ନଇଁଲେ ଆକାଶରେ ଆଉ ମିଞ୍ଜି ମିଞ୍ଜି କରୁଥିବା ଆଲୋକ ବିନ୍ଦୁ ଦିଶିବନି, ଏସବୁ ପାଇଁ ଆଲୋକ ପ୍ରଦୂଷଣ କାଳ ସାଜିଛି । ଫଳ ସ୍ୱରୂପ ପରପିଢ଼ି ଲାଗି ତାରା ବୋଲି ଶବ୍ଦ କେବଳ ଇତିହାସି ପୃଷ୍ଟାରେ ରହିଯିବା ମନେ ହେଉଛି । ଏଭଳି ସତର୍କବାଣୀ ଶୁଣାଇଛନ୍ତି ମହାକାଶ ବିଜ୍ଞାନୀ ।

ବ୍ରିଟେନ ଜ୍ୟାତିର୍ବିଜ୍ଞାନୀ ମାର୍ଟିନ ରିଜ୍‌ଙ୍କ କହିବା ଅନୁସାରେ ଗତ କିଛି ବର୍ଷ ହେଲା ଦ୍ରୁତଗତିରେ ବଢ଼ି ଚାଲିଛି ଆଲୋକ ପ୍ରଦୂଷଣ । ଅନ୍ତର୍ଜାତୀୟ ପତ୍ରିକା “ଦ ଗାର୍ଡିଅନ୍‌’କୁ ଦେଇଥିବା ଏକ ସାକ୍ଷାତକାରରେ ମାର୍ଟିନ ଏ ବିଷୟରେ ବିଶେଷ ବର୍ଣ୍ଣନା କରିଛନ୍ତି । ୨୦୧୬ରେ ଜ୍ୟେତିର୍ବିଜ୍ଞାନୀମାନେ ପ୍ରସ୍ତୁତ କରିଥିବା ଏକ ରିପାର୍ଟରେ କୁହାଯାଇଥିଲା ଯେ, ଦୁନିଆର ପ୍ରାୟ ଏକ-ତୃତୀୟାଂଶ ଲାକଙ୍କ ପାଖରେ ମିଲ୍କ ୱେ ଗାଲାକ୍ସି ବା ଆକାଶଗଙ୍ଗାକୁ ଦେଖିବାର କ୍ଷମତା ଆଉ ନାହିଁ । ଏଲ୍‌ଇଡି ଏବଂ ଅନ୍ୟପ୍ରକାର କୃତ୍ରିମ ଲାଇଟିଂ ଯୋଗୁ ରାତିରେ ଆକାଶ ବହୁତ ଅଧିକ ମାତ୍ରାରେ ଚମକୁଛି । ବଢୁଥିବା ଆଲାକ ପ୍ରଦୂଷଣ ପ୍ରତିବର୍ଷ ରାତିର ଆକାଶକୁ ୧୦ ପ୍ରତିଶତ ହାରରେ ଆଲୋକିତ କରୁଛି । ଫଳରେ ତାରା ଦେଖିବା ଅନେକଙ୍କ ପକ୍ଷରେ ଆଉ ସମ୍ଭବ ହେଉନାହିଁ । ରାତିର ଆକାଶ ଆଉ ତାରା ଯଦି ଆଗାମୀ ପିଢ଼ି ଦେଖି ନ ପାରିବେ ତେବେ ଏହାଠାରୁ ବଡ଼ ଦୁର୍ଦ୍ଦଶା ଆଉ କଣ ଅଛି ବୋଲି ମାର୍ଟିନ ପ୍ରକାଶ କରିଛନ୍ତି । ୨୫୦ ତାରା ଦୃଶ୍ୟମାନ ହେଉଥିବା ସ୍ଥାନରେ ଏବେ ଯେଉଁ ପିଲା ଜନ୍ମ ନେଇଛି ସେ ୧୮ ବର୍ଷରେ ପହଞ୍ଚିବା ବେଳକୁ ମାତ୍ର ୧୦୦ଟି ତାରା ଦେଖିପାରିବ ବାଲି ଜର୍ମାନ ସେଣ୍ଟର ଫର୍ ଜିଓ ସାଇନ୍ସର ଖ୍ରୀଷ୍ଟାଫର କାଏବା କହିଛନ୍ତି । କିଛି ଦଶନ୍ଧି ପୂର୍ବରୁ ଲାକେ ରାତିର ଆକାଶରେ ସ୍ପଷ୍ଟଭାବେ ଅଗଣିତ ତାରାଙ୍କୁ ଦେଖିପାରୁଥିଲେ । ହେଲେ ଏବେ ସେହି ଦୃଶ୍ୟ ଦୁର୍ଲଭ ହୋଇଯାଇଛି ।

ଅନ୍ୟପଟେ ଆଶଙ୍କା କରାଯାଉଥିବା ଦୁର୍ଦ୍ଦଶାରୁ ବର୍ତ୍ତିବା ଲାଗି ବୈଜ୍ଞାନିକମାନେ କିଛି ପରାମର୍ଶ ବି ଦେଇଛନ୍ତି । ଆଲୋକୀକରଣରେ ପରିବର୍ତ୍ତନ ଆଣିବା ପାଇଁ ବାହାରେ ଲାଗୁଥିବା ଲାଇଟ୍ ଗୁଡ଼ିକୁ ତଳମୁହାଁ କରାଯିବା, ଲାଇଟର ବ୍ରାଇଟନେସ୍ ବା ଉଜ୍ଜ୍ୱଳତାକୁ ସୀମିତ କରିବା, ବ୍ଲୁ ଲାଇଟସ୍ ବଦଳରେ ହ୍ୱାଇଟ୍ ଲାଇଟ୍ ବ୍ୟବହାର କରାଯିବା ସହ ଏଥିରେ ଲାଲ୍ ବା କମଳା ରଙ୍ଗକୁ ସାମିଲ କରାଯାଇପାରିବ । ଠିକ୍ ସେହିପରି ଲଣ୍ଡନର ବୈଜ୍ଞାନିକ ପ୍ରଫେସର ରବର୍ଟ ଫାସବୁରୀ କହିଛନ୍ତି, ଏଲଇଡିରୁ ବାହାରୁଥିବା ନୀଳ ଆଲୋକ ବା ବ୍ଲୁ ଲାଇଟରେ ରେଡ୍ କିମ୍ୱା ଇନଫ୍ରାରେଡ୍ ଲାଇଟ୍ ରହୁନାହିଁ । ଏହାର ପରିଣାମ ଗମ୍ଭୀର ହାଇପାରେ । ଲାଲ୍ ରଙ୍ଗର ଲାଇଟ୍ ଆମ ଶରୀରରେ ପଡ଼ିଲେ ତାହା ରକ୍ତରେ ଶର୍କରା ସ୍ତରକୁ କମାଇଥାଏ ଏବଂ ମେଲାନିନ୍ ଅଧିକ ମାତ୍ରାରେ ପ୍ରସ୍ତୁତ ହାଇଥାଏ । ଫଳରେ ଡାଇବେଟିସ୍ ଏବଂ ମେଦବହୁଳତାର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ବୋଲି ପ୍ରଫେସର ରବର୍ଟ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com