FeaturedUncategorizedଜାତୀୟଜୀବନଶୈଳୀ

ଜାଣିଛନ୍ତି କି ଭାରତରେ ଏପରି ଏକ ବସ୍ତି ଯେଉଁଠି ମାତ୍ର ୨ କିମିରେ ରହୁଛନ୍ତି ୧୦ ଲକ୍ଷରୁ ଅଧିକ ଲୋକ…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସମସ୍ତଙ୍କ ସ୍ୱପ୍ନର ସହର ମୁମ୍ବାଇ । ଏଠି ରହିବାକୁ କାହାର ବା ଇଚ୍ଛା ନଥାଏ । ହେଲେ ଏଠି ଏମିତି ଏକ ଯାଗା ଅଛି ଯେଉଁଠି ମାତ୍ର ୨ କିମି ଏରିଆରେ ରହୁଛନ୍ତି ୧୦ ଲକ୍ଷ ଲୋକ । କଥାଟା ଟିକେ ଅଡୁଆରେ ପକଉଛି ନା, ମହାରାଷ୍ଟ୍ର ମୁମ୍ବାଇ ସହରର ମଧ୍ୟ ଭାଗରେ ଥିବା ଧାରାଭି ଅଞ୍ଚଳ । ଧାରାଭି ହେଉଛି ସାରା ବିଶ୍ୱର ସବୁଠୁ ବଡ଼ ବସ୍ତି ଅଞ୍ଚଳ । ଏଠାକାର ଜନସଂଖ୍ୟା ଅନ୍ୟ ଦେଶର ଜନସଂଖ୍ୟା ଠାରୁ ବି ଅଧିକ । କେବେ ଆରମ୍ଭ ହୋଇଥିଲା ଏହି ବସ୍ତି ଅଞ୍ଚଳ ? କଣ ରହିଛି ଏହାର ବିଶେଷତ୍ୱ ଆସନ୍ତୁ ଜାଣିବା ।

୧୮୮୪ରେ ଧାରାଭି ଏକ ଦ୍ୱୀପ ଥିଲା । ଏଠି ଏଠାକାର ଲୋକମାନେ ମାଛ ଧରିବାର କାମ କରୁଥିଲେ । ହେଲେ ସମୟ ସହ ପ୍ରକୃତି ପରିବର୍ତ୍ତନ ହେବାରୁ ଏଠାକାର ପାଣି ଶୁଖିଗଲା । ଏହାପରେ ଲେକମାନେ ଏଠାରେ ଘର କରି ରହିବାକୁ ଲାଗିଲେ । ଆରମ୍ଭରୁ ଯେଉଁମାନେ ଏଠାରେ ରହିଲେ ସେମାନେ ନିଜ ପାଇଁ ବଡ ବଡ ଘର କଲେ । ହେଲେ ଆସ୍ତେ ଆସ୍ତେ ଜନ ସଂଖ୍ୟା ବଢିବାରୁ ଘରର ଆକାର ଛୋଟ ହେଇଗଲା । ଆଉ ଏବେ ଧାରାଭି ଏସିଆର ସବୁଠୁ ବଡ ବସ୍ତିଅଞ୍ଚଳ । ତେବେ ଧାରାଭିକୁ ଏସିଆର ବଡ ବସ୍ତି ଅଞ୍ଚଳ ଏଥିପାଇଁ କୁହାଯାଏ କାରଣ ଏଠାରେ ଜନସଂଖ୍ୟା ଅଧିକ । ଯଦି ଏରିଆ ଅନୁସାରେ ଦେଖିବା ତାହେଲେ ମ୍ୟାକ୍ସିକୋର ନେଜା ଚାଲକୋ ଇତଜା ଏବଂ କରାଚିର ଓରାଙ୍ଗୀ ବସ୍ତି ପରେ ଏସିଆର ଦ୍ୱିତୀୟ ଏବଂ ଦୁନିଆର ତୃତୀୟ ବଡ ବସ୍ତି ଅଞ୍ଚଳ । ପାଖା ପାଖି ୨ କମିର ପରିବ୍ୟାପ୍ତ ଏହି ଅଞ୍ଚଳ ମୁମ୍ବାଇର ଦୁଇଟି ରେଳ ଲାଇନ ମଧ୍ୟରେ ରହିଛି । ଏବଂ ମୁମ୍ବାଇର ମଧ୍ୟ ଭାଗରେ ଥିବା ଏହି ବସ୍ତିକୁ ଚାରିପଟୁ ମାହିମ, ବାନ୍ଦ୍ରା, ସିଓଣ୍ଡ ଏବଂ ମାଟୁଙ୍ଗା ଭଳି ଫେମସ ସହର ଏହାକୁ ଘେରିକି ରହିଛି । ଧାରାଭିର ଲୋକସଂଖ୍ୟା କେତେ ତାହା ସଠିକ ଭାବେ କହିବା କଷ୍ଟକର । ହେଲେ ଜନଗଣନା ଅନୁସାରେ ଏହି ବସ୍ତିରେ ୧୦ ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି । ଏଠି ରହୁଥିବା ଲୋକମାନଙ୍କ ମଧ୍ୟରେ ୬୩ ପ୍ରତିଶତ ହିନ୍ଦୁ, ୩୦ ପ୍ରତିଶତ ମୁସଲିମ, ୬ ପ୍ରତିଶତ ଇସାଇ ଏବଂ ୧ ପ୍ରତିଶତ ଅନ୍ୟ ଧର୍ମର ଲୋକ ଅଛନ୍ତି ।

ତେବେ ଏଠି କହି ରଖୁଛୁ ଏହା ବସ୍ତି ଅଞ୍ଚଳ ହେବା ସତ୍ୱେ ବି ଏଠାକାର ଲୋକଙ୍କ ପାଖରେ ଟ୍ୟାଲେଣ୍ଟର ଅଭାବ ନାହିଁ । ୨୦୧୬ରେ ଏଠାରେ ରହୁଥିବା ୧୨ରୁ ୧୪ ବର୍ଷର କେତେକ ଝିଅ ମିଶି ୩ଟି ଅଲଗା ଅଲଗା ଆଣ୍ଡରାଏଡ ଆପ୍ଲିକେସନ ଆପ କରି ସମସ୍ତଙ୍କୁ ଚକିତ କରିଥିଲେ । ଯେଉଁଥିରେ ପ୍ରଥମଟି ଥିଲା ପଢାଇ ହେ ମେରା ହକ । ଏହା ଏକ ଲର୍ଣ୍ଣିଂ ଆପ୍ଲିକେସନ । ଦ୍ୱିତୀୟ ଆପ୍ଲିକେସନ ହେଲା ଓମେନ ଫାଇଟ ବ୍ୟାକ । ଯାହା ମହିଳାଙ୍କ ସୁରକ୍ଷା ପାଇଁ ଉଦ୍ଧିଷ୍ଟ ଥିଲା । ଏବଂ ତୃତୀୟ ଆପ୍ଲିକେସନ ଥିଲା ପାନୀ ହେ ଜୀବନ । ଏହି ଆପ ମାଧ୍ୟମରେ ଏଠାରେ ଥିବା ଲୋକମାନଙ୍କ ପାଣିକୁ ନେଇ ସମସ୍ୟା ଉପରେ ସମାଧାନ ପାଇଁ ତିଆରି କରାଯାଇଥିଲା । ଏହା ସହ ଧାରାଭିକୁ ଭାରତର ସବୁଠୁ ସିଖିତ ବସ୍ତି ଅଞ୍ଚଳ କୁହାଯାଏ । କାରଣ ଏଠାକାର ଲୋକ ପାଠ ପଢାକୁ ଅଧିକ ଗୁରିତ୍ୱ ଦିଅନ୍ତି । ଏଠାକାର ଶାକ୍ଷରତା ହାର ୯୬ ପ୍ରତିଶତରୁ ବି ଅଧିକ ।

  • ଧାରାଭିରେ କପଡା, ମାଟି ପାତ୍ର, ଚମଡା ଏବଂ ଷ୍ଟିନ ବାସନ ତିଆରି କରିବାର ୫୦୦ରୁ ଅଧିକ କମ୍ପାନୀ ରହିଛି । ଅଉ ସବୁଠୁ ଚକିତ କଲାଭଳି କଥା ହେଉଛି ଏହି ବସ୍ତିରେ ୧୫ ହଜାରେରୁ ଅଧିକ କାରଖାନା ମାତ୍ର ଗୋଟିଏ ଲେଖାଏଁ ଘରେ ଚାଲୁଛି । ଆଉ ଏଥିରୁ ଉତ୍ପାଦିତ ସାମଗ୍ରୀ ଅଲଗା ଅଲଗା ଇ-କମର୍ସ ୱବ ସାଇଡରେ ଭାରତ ସମେତ ଅନ୍ୟ ଦେଶ ଗୁଡିକରେ ବିକ୍ରି ହେଉଛି । ଏହି କାରଣରୁ ଧାରାଭିର ଆନୁଆଲ ଇନକମ ଆମେରିବାର ଡଲାର ଆନୁସାରେ ୬୫୦ ମିଲିୟନରୁ ଏକ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିଯାଏ ।
  • ଧାରାଭିରେ ରି-ସାଇକେଲିଂ କାମ ମଧ୍ୟ ବଡ ଆକାରରେ ହୋଇଥାଏ । ଏହି ରି-ସାଇକେଲିଂକୁ ଧାରାଭିର ମୁଖ୍ୟ ଶିଳ୍ପ ମଧ୍ୟ କୁହାଯାଏ । ଧାରାଭିରେ ସାରା ଭାରତ ବର୍ଷରୁ ଆସୁଥିବା ପ୍ଲାଷ୍ଟିକକୁ ରି-ସାଇକେଲ କରାଯାଏ । କେବଳ ପ୍ଲାଷ୍ଟି ନୁହେଁ ଏଠାରେ ଗ୍ଲାସ ଏବଂ ମେଟାଲର ବି ରି-ସାଇକେଲ କରାଯାଏ ।
  • ଏଠାରେ ଧାରାଭି ରକ୍ସ ନାମକ ଏକ ଫେମସ ଜଙ୍ଗ ବ୍ୟାଣ୍ଡ ଅଛି । ଏହି ବ୍ୟାଣ୍ଡର ଏକ ବିଶେଶତ୍ୱ ହେଉଛି ଏମାନେ ସଂଗୀତ ତିଆରୀ କରିବା ପାଇଁ ଓରିଜିନାଲ ଇଁଷ୍ଟ୍ରୁମେଂଟ ବଦଳରେ ପାଣି ଡବା, ବାଡି, କାଚ ବୋତଲ ଏବଂ ଧାତୁରେ ତିଆରି କିଛି ଜିନିଷର ବ୍ୟବହାର କରିଥାନ୍ତି । ଯେଉଁଥିପାଇଁ ଏହି ବ୍ୟାଣ୍ଡକୁ କ୍ରିଏଟିଭି ଏବଂ ଟ୍ୟାଲେଣ୍ଟେଡ କୁହାଯାଏ ।
  • ସେହିପରି ଧାରାଭି କେବଳ ଭାରତ କିମ୍ବା ଏସିଆରେ ନୁହେଁ ବରଂ ପୁରା ଦୁନିଆରେ ପ୍ରସିଦ୍ଧ । କାରଣ ଭାରତ ବୁଲିବାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ଲିଷ୍ଟରେ ଧାରାଭିର ସବୁଠୁ ଉପରେ ରହିଥାଏ । ଠୋରେ ବିଦେଶୀଙ୍କୁ ଗାଇଡାଟ ଟୁର ମଧ୍ୟ ଦିଆଯାଇଥାଏ । ଫଳରେ ବିଦେଶୀ ମାନେ ଧାରାଭିକୁ ଭଲ ଭାବରେ ଜାଣି ପାରିବେ ।
  • ଧାରାଭି ରେ ବଲିଉଡର ଅନେକ ସିନେମା ସୁଟିଂ ହୋଇଛି । ୧୯୯୨ରେ ଫେମସ ରାଇଟର ଏବଂ ଡିରେକ୍ଟର ସୁଧୀର ମିଶ୍ର ନିଜର ଧାରାଭି ଫ୍ଲମରେ ଏଠାକାର ବସ୍ତି ଅଞ୍ଚଳର ଲୋକଙ୍କ ଜୀବନ ଶୈଳୀକୁ ଭଲ ଭାବରେ ପ୍ରଦର୍ଶୀତ କରିଥିଲେ । ଯେଉଁଥି ପାଇଁ ଏହି ଫ୍ଲମ ନେସନାଲ ଆୱର୍ଡ ଜିତିଥିଲା । ଏହା ସହ ଓସ୍କାର ବିଜେତା ଫ୍ଲମ ସ୍ଲମ ଡଗ ମିଲେନିୟର ସିନେମା ମଧ୍ୟ ଧାରାଭିର ବସ୍ତି ଅଞ୍ଚଳରେ ସୁଟ ହୋଇଥିଲା । ଏହି ଦୁଇଟି ସିନେମାକୁ ଛାଡିଲେ ଦିବାର, ସଲାମ ବମ୍ବେ, ଫରିନ୍ଦା, ଭୁତନାଥ ରିଟର୍ନସ, ଆମିର ଏବଂ ଗଲି ବଏ ଭଳି ଏମିତି ଏନେକ ଫିଲ୍ମର ସୁଟିଂ ମଧ୍ୟ ଧାରାଭିରେ ହୋଇଥିଲା । ସେହିପରି ବଲିଉଡରେ ଅଭିନୟ କରୁଥିବା ସବୁଠୁ ଅଧିକ ଜୁନିୟର କଳାକାର ଧାରାଭିରୁ ହିଁ ଥାନ୍ତି । ଯେଉଁଥିପାଇଁ ଧାରାଭି ଏବଂ ବଲିଉଡର ସମ୍ପର୍କ ଅତ୍ୟନ୍ତ ନିବିଡ ।

ଦୁନିଆର ସବୁଠୁ ବଡ ଜନସଂଖ୍ୟା ଥିବା ବସ୍ତି ବିଷୟରେ ତ ଆପଣମାନେ ଜାଣିଲେ । ଆଗକୁ ଏମିତି ଭଲ ଭଲ ସ୍ଥାନ ବିଷୟରେ ଜାଣିବା ପାଇଁ ଆମ ପୋର୍ଟାଲ୍‌ ଦେଖୁଥାନ୍ତୁ।

 

Related Articles

Back to top button
WP Twitter Auto Publish Powered By : XYZScripts.com