Breaking NewsFeaturedଜାତୀୟମନୋରଞ୍ଜନ

ଚାଲିଗଲେ ମହାଭାରତର ଶକୁନି ମାମୁ; ବଲିଉଡରେ ଖେଳିଗଲା ଶୋକ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଆଉ ନାହାନ୍ତି ଶକୁନି ମାମୁ । ପାଲିରେ ଗଡିବନି ଆଉ ତାଙ୍କ ପଶାକାଠି । ସବୁଦିନ ପାଇଁ ଭଣଜା ଦୁର୍ଯ୍ୟୋଧନକୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ଆମେ କହୁଛୁ ପୌରାଣିକ ଧାରାବାହିକ ମହାଭାରତରେ ଶକୁନି ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଗୁଫି ପେଣ୍ଟଲଙ୍କ କଥା । ଦୀର୍ଘଦିନର ଅସୁସ୍ଥତାର ପରେ ସବୁଦିନ ଲାଗି ଆଖି ବୁଜିଛନ୍ତି ଗୁଫି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ତାଙ୍କର ପ୍ରକୃତ ନାମ ସରବଜିତ୍‌ ସିଂହ ପୈଣ୍ଟାଲ୍‌, ତେବେ ସେ ଗୁଫି ପୈଣ୍ଟାଲ୍‌ ଭାବେ କଳା ଜଗତରେ ପରିଚିତ ଥିଲେ।

ଗୁଫି ଅଭିନେତା ହେବା ଆଗରୁ ସେନାରେ ରହିଥିଲେ। ତାଙ୍କ ବଡ଼ ଭାଇ ଅମରଜିତ ପଟେଲଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଅଭିନୟ ପାଇଁ ମୁମ୍ବାଇ ଆସିଥିଲେ । ମହାଭାରତ ବ୍ୟତୀତ ଆକବର ବୀରବଲ, ସିଆଇଡି ଏବଂ ରାଧାକୃଷ୍ଣ ଭଳି ଧାରାବହିକରେ ଅଭିନୟ କରିଥିଲେ । ସେହିପରି ସୁହାଗ, ଦାବା, ଦେଶ ପରଦେଶ ଓ ଧୁମରେ ମଧ୍ୟ ସେ ନଜର ଆସିଥିଲେ । ଗୁଫି ଯେ କେବଳ ଅଭିନେତା ଥିଲେ ତା ନୁହେଁ କାଷ୍ଟିଂ ଡାଇରେକ୍ଟର ଭାବେ ମଧ୍ୟ କାମ କରୁଥିଲେ । ତେବେ ମହାଭାରତରେ ଶକୁନି ଚରିତ୍ରରେ ତାଙ୍କର ଅଭିନୟ ବେଶୀ ଲୋକପ୍ରିୟ ହୋଇଥିଲା । ୧୯୪୪ ଅକ୍ଟୋବର ୪ ତାରିଖରେ ଜନ୍ମିତ ଗୁଫି ପେଣ୍ଟଲ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବଲିଉଡରେ ଶୋକ ଖେଳିଯାଇଛି । ସୋମବାର ମୁମ୍ବାଇର ଅନ୍ଧେରୀରେ ଗୁଫି ପେଣ୍ଟଲଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com