Breaking NewsFeaturedକ୍ରୀଡ଼ାଜାତୀୟଶିକ୍ଷା

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବାପା ମା’ଙ୍କୁ ହରାଇଥିବା ପିଲାଙ୍କୁ ପଢ଼ାଇବେ ସେହ୍ୱାଗ

ଟୁଇଟ ଯୋଗେ ଦେଲେ ସୂଚନା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଯିଏ ଯେପରି ପାରୁଛି ସାହାଯ୍ୟ କରୁଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଯାତ୍ରା ଏବଂ ଫିଲ୍ମ ଷ୍ଟାରଙ୍କ ପର୍ଯ୍ୟନ୍ତ ସମସ୍ତେ ସହଯୋଗର ବଢାଇଛନ୍ତି । ଆଉ ବର୍ତ୍ତମାନ ଏଥିରେ ସାମିଲ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ । ଏହି ଦୁର୍ଘଟଣାରେ ବାପା ମା ହରାଇଥିବା ଅନାଥ ଶିଶୁଙ୍କୁ ମାଗଣାରେ ପାଠ ପଢାଇବେ ବୋଲି କହିଛନ୍ତି ସେହ୍ୱାଗ । ଟୁଇଟ କରି ଏନେଇ ସେ ସୂଚନା ଦେଇଛନ୍ତି । ଟୁଇଟରରେ ଦୁର୍ଘଟଣାର ଏକ ଫଟୋ ଦେବା ସହ ବୀରୁ କହିଛନ୍ତି ଯେ, ଏହି ଫଟୋ ଆମକୁ ଅନେକ ସମୟ ଯାଏ ଡରାଇବ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କର ପିଲାଙ୍କ ପାଠପଢାରେ ମୁଁ ସାହାଯ୍ୟ କରିବି । ସେହ୍ୱାଗ ଇଣ୍ଟରନାସନାଲ ସ୍କୁଲ ବୋର୍ଡିଂ ଫେସିଲିଟିରେ ମୁଁ ଏହି ପିଲାଙ୍କୁ ମାଗଣାରେ ପଢାଇବି ।

ଏଥିସହିତ ଏହି ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ସେହିପରି ଉଦ୍ଦାର କାର୍ଯ୍ୟରେ ସାମିଲ ହୋଇଥିବା ସମସ୍ତ ପୁରୁଷ ଏବଂ ମହିଳାଙ୍କୁ ସାଲ୍ୟୁଟ କରିଛନ୍ତି ସେହ୍ୱାଗ । ଏହାଛଡା ମେଡିକାଲ ଟିମ୍ ଏବଂ ରକ୍ତଦାନ କରିଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ କୃତଜ୍ଞତା ଜଣାଇବା ସହ ଆମେ ସମସ୍ତେ ସାଥିରେ ଅଛୁ ବୋଲି କହିଛନ୍ତି ବୀରୁ । ତେବେ ସେହ୍ୱାଗଙ୍କ ଏହି ଟୁଇଟକୁ ବେଶ୍ ପ୍ରଶଂସା କରିଛନ୍ତି ଦେଶବାସୀ । ସେପଟେ ଗୌତମ ଆଦାନି ମଧ୍ୟ ପିତାମାତା ହରାଇଥିବା ପିଲାଙ୍କୁ ପଢାଇବା ନେଇ ଘୋଷଣା କରିଛନ୍ତି । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଶହ ଶହ ଯାତ୍ରୀ ଏବେ ବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com