Breaking NewsFeaturedଅନ୍ତର୍ଜାତୀୟଜୀବନଶୈଳୀଶିକ୍ଷା

ସପ୍ତାହକର ଛୁଟିରେ ଛାତ୍ରଛାତ୍ରୀମାନେ ବସନ୍ତ ଋତୁ ଉପଭୋଗ ସହ ପ୍ରେମ କରିବେ… ଜାଣନ୍ତୁ କେମିତି

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପ୍ରେମ କରିବା ପାଇଁ ମିଳୁଛି ଛୁଟି । କଲେଜରେ ଦିଆଯାଉଛି ଗୋଟେ ସପ୍ତାହର ସ୍ପ୍ରିଙ୍ଗ ବ୍ରେକ। ଏହି ସପ୍ତାହକର ଛୁଟିରେ ଛାତ୍ରଛାତ୍ରୀ ମାନେ ବସନ୍ତର ମଜା ନେବା ସହ ପ୍ରେମ କରିବେ। କଥାଟା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ହେଲେ ଏହା ବାସ୍ତବିକ। ଯଦିଓ ଭାରତରେ ଏଭଳି ବ୍ୟବସ୍ଥା ହୋଇନାହିଁ, ଦୁନିଆର ସବୁଠାରୁ ଜନବହୁଳ ଦେଶ ଚୀନର କଲେଜରେ ପଢୁଥିବା ବିଦ୍ୟାର୍ଥୀଙ୍କୁ ଏଭଳି ଅଫର ଦିଆଯାଉଛି।

ଏଠି ଆପଣ ନିଶ୍ଚୟ ଭାବୁଥିବେ ଚୀନତ ଜନସଂଖ୍ୟା ମାମଲାରେ ସବଠୁ ଆଗରେ ଅଛି । ପୁଣି କାହିଁକି ଏଭଳି ବ୍ୟବସ୍ଥା କରାଯାଇଛି । କାରଣ ବର୍ତ୍ତମାନ ସେଠାରେ ଜନ୍ମ ହାର ବହୁତ ହ୍ରାସ ପାଇଛି। ଲୋକଙ୍କୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ସରକାର ଏବେ ଉତ୍ସାହିତ କରୁଛନ୍ତି। ଜନ୍ମ ହାର ବୃଦ୍ଧି କରିବା ପାଇଁ ଚୀନ ସରକାର ନୂଆ ନୂଆ ନିଷ୍ପତ୍ତି ଲାଗୁ କରୁଛନ୍ତି। ଏହାରି ଭିତରେ ଚୀନର ମିଆୟାଙ୍ଗ ଫ୍ଲାଇଙ୍ଗ ଭୋକେସନାଲ କଲେଜର ଛାତ୍ରଛାତ୍ରୀଙ୍କ ପାଇଁ ସ୍ପ୍ରିଙ୍ଗ ବ୍ରେକ ଘୋଷଣା କରିଛି । ରିପୋର୍ଟରେ କୁହାଯାଇଛି ଯେ ଚୀନ କଲେଜ ପ୍ରଶାସନର ଏହି ଉଦ୍ୟମ ଚୀନ ସରକାରଙ୍କ ନିର୍ଦ୍ଦେଶରେ ଜନ୍ମ ହାର ବୃଦ୍ଧି କରିବାର ଉପାୟ ଖୋଜି ପାଇଛନ୍ତି । ସେହିପରି ସ୍ପ୍ରିଙ୍ଗ ବ୍ରେକ ଘୋଷଣାକୁ ନେଇ କଲେଜର ଜଣେ ଅଧିକାରୀ କହିଛନ୍ତି ଯେ ଯୁବପିଢି ଏହି ଛୁଟି ଦିନରେ ଝରଣା ପାଣି ଏବଂ ସବୁଜ ପର୍ବତ ବୁଲି ଦେଖିବା ସହ ବସନ୍ତ ଋତୁକୁ ଉପଭୋଗ କରିପାରିବେ। ଫଳରେ ଶ୍ରେଣୀଗୃହକୁ ଫେରିବା ପରେ ଛାତ୍ରଛାତ୍ରୀ ଖୁସି ରହିବା ସହ ନିଜର ଦକ୍ଷତାକୁ ଉତ୍ତମ ପ୍ରତିପାଦିତ କରିପାରିବେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଅନ୍ୟପଟେ ଚୀନରେ କିଭଳି ଜନସଂଖ୍ୟା ବୃଦ୍ଧି ପାଇବ ସେନେଇ ସେଠାକାର ସରକାରଙ୍କୁ ୨୦ରୁ ଅଧିକ ପ୍ରସ୍ତାବ ଆସିଥିଲା । ତେବେ ବର୍ତ୍ତମାନ କଲେଜ ଗୁଡିକ ମଧ୍ୟ ସ୍ପ୍ରିଙ୍ଗ ବ୍ରେକ ଦେବା ଆରମ୍ଭ କରିଛନ୍ତି । ଫଳରେ ଛାତ୍ରଛାତ୍ରୀ ଏହାର ଫାଇଦା ଉଠାଇବେ ବୋଲି ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com