Featuredଅନ୍ତର୍ଜାତୀୟକ୍ରୀଡ଼ାଜୀବନଶୈଳୀ

ସମ୍ଭୋଗକୁ ଏକ ଖେଳର ମାନ୍ୟତା ଦେଲା ବିଶ୍ୱର ପ୍ରଥମ ଦେଶ ସ୍ୱିଡେନ୍

ଜୁନ୍-୮ରୁ ଆରମ୍ଭ ହେବ ଚାମ୍ପିଅନ୍‌ଶିପ୍‌

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: କୁହାଯାଏ ଶାରିରୀକ ମିଳନ ପ୍ରକୃତି ପ୍ରଦତ୍ତ । ସ୍ଥାନ-କାଳ-ପାତ୍ର ଅନୁସାରେ ଏସବୁ ପୁରୁଷ-ସ୍ତ୍ରୀଙ୍କ ସହମତିରେ ହୋଇଥାଏ ଏବଂ ଗୁପ୍ତ ରଖାଯାଏ । ପାରିବାରିକ ବଂଶ ବୃଦ୍ଧି ଏବଂ ସାମାଜିକ ସଂହତି ଆଣିବା ଦିଗରେ ସନ୍ତାନ ସୃଷ୍ଟି ଅନିବାର୍ଯ୍ୟ । ଆଉ ସେଥିପାଇଁ ପୁରୁଷ-ସ୍ତ୍ରୀଙ୍କ ମିଳନ ହୋଇଥାଏ । ତେବେ ଏନେଇ ବିଭିନ୍ନ ଦେଶର ସରକାରୀ ନିୟମ ଓ ଲୋକ ଚଳଣିରେ ସ୍ୱତନ୍ତ୍ରତା ରହିଛି । ତେବେ ଦେହର ଭୋକ ପାଇଁ ଅନେକ ଅଜବ ଓ ଅଭାବନୀୟ କାଣ୍ଡ ଘଟୁଥିବା ମଧ୍ୟ ଆପଣ ଶୁଣିଥିବେ । କିନ୍ତୁ ଏବେ ଏହି ପବିତ୍ର ମିଳନର ମୁକୁଳା ଦୃଶ୍ୟ ଦେଖିବ ସାରା ବିଶ୍ୱ! ସାର୍ବଜନୀନ ଭାବେ ଏହା ପ୍ରତିଯୋଗିତା ଆଧାରରେ କରାଯିବାକୁ ଚାଲିଛି ପ୍ରସ୍ତୁତି । ଖାଲି ସେତିକି ନୁହେଁ, ଏହାକୁ ସିଧାସଳଖ ଏକ କ୍ରୀଡ଼ା ବା ଖେଳର ମାନ୍ୟତା ଦେଇ ବିଶ୍ୱରରେ ପ୍ରଥମଥର ଚାମ୍ପିଅନଶିପ୍ ଆୟୋଜନ କରିବାକୁ ଯାଉଛି ୟୁରୋପୀୟ ଦେଶ ସ୍ୱିଡେନ୍ । ଫଳରେ ଏହି ଖବରକୁ ନେଇ ସାରା ବିଶ୍ୱରେ ସୃଷ୍ଟି ହେଲାଣି ଆଲୋଡ଼ନ ଓ କମ୍ପନ ।

ଜୁନ୍ ୮ରେ ସ୍ୱିଡେନର ଗୋଦନବର୍ଗରେ ଆୟୋଜନ ହେବାକୁ ଯାଉଛି ସମ୍ଭୋଗ ଚାମ୍ପିଅନଶିପ୍ । ସ୍ୱିଡେନର ସମ୍ଭୋଗକୁ ନେଇ ରହିଥିବା ଫେଡରେସନ୍ର ପରାମର୍ଶରେ ପରିଚାଳିତ ହେବାକୁ ଥିବା ଏହି ପ୍ରତିଯୋଗିତା ୬ ସପ୍ତାହ ଧରି ଚାଲିବ । ଏଥିରେ ୧୬ ପ୍ରକାର ସମ୍ଭୋଗ ସୂତ୍ରର ଶୃଙ୍ଖଳା ଆଧାରରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ । ଅନ୍ତର୍ଜାତୀୟ ମିଡିଆ ସୂଚନା ଅନୁସାରେ ୧୬ ପ୍ରକାର ବିଭାଗ ମଧ୍ୟରେ ପ୍ରଲୋଭିତ କରିବା, ମୁଖ ସମ୍ଭୋଗ ଓ ଅନୁପ୍ରବେଶ ଭଳି ବିଭିନ୍ନ ସମ୍ଭୋଗ କଳା ପ୍ରଦର୍ଶନ କରିବାକୁ ହେବ । ଖାଲି ସେତିକି ନୁହେଁ, ପ୍ରତିଯୋଗୀମାନେ ବିଭିନ୍ନ ପ୍ରକାର ଯୌନକ୍ରିୟାରେ ଦିନକୁ ପ୍ରାୟ ୪୫ ମିନିଟରୁ ୧ ଘଣ୍ଟା ପର୍ଯ୍ୟନ୍ତ ଲିପ୍ତ ରହିବେ ଏବଂ ଦିନକୁ ୬ ଘଣ୍ଟା ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲୁ ରହିବ । ତେବେ ମ୍ୟାଚ୍ର ଆବଶ୍ୟକତା ଦୃଷ୍ଟିରୁ ଖେଳ ସମୟର ଅବଧିରେ ବୃଦ୍ଧି କିମ୍ବା କମ୍ କରାଯାଇପାରେ ।

ସବୁଠୁ ବଡ଼ କଥା ହେଲା ଏଭଳି ସମ୍ଭୋଗ ପ୍ରତିଯୋଗିତା ପ୍ରଥମଥର ପାଇଁ ବିଶ୍ୱରେ ହେବାକୁ ଯାଉଥିବାବେଳେ ୟୁରୋପ ମହାଦେଶର ବିଭିନ୍ନ ଦେଶରୁ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୨୦ ଜଣ ପ୍ରତିଯୋଗୀ ସେମାନଙ୍କ ନାମ ପଞ୍ଜିକରଣ କରିସାରିଲେଣି । ତେବେ ୩ ଜଣିଆ ବିଚାରକ ମଣ୍ଡଳୀ ହିଁ ବିଜେତା ଚୟନ କରିବେ ଯେଉଁଥିରେ ଅଡିଏନ୍ସ ବା ଦର୍ଶକଙ୍କ ରେଟିଂ ପଏଣ୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣାୟକ ନେବ । ଯୌନ କ୍ରିୟାର ଅଭିଜ୍ଞତା, ପ୍ରଦର୍ଶନ, କଳାଚାତୁରୀ ଆଦି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପ୍ରତିଯୋଗୀଙ୍କୁ ଥରକରେ ୫ରୁ ୧୦ ପଏଣ୍ଟ ଭିତରେ ସ୍କୋର୍ ମିଳିବ । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯେଉଁ ପ୍ରତିଯୋଗୀମାନେ ଭାରତୀୟ ପୁରାତନ ଐତିହ୍ୟ ଓ କଳାରେ ଭରପୂର କାମସୂତ୍ରର କିଛି ଅଂଶ ପ୍ରଦର୍ଶନ କରିବେ ସେମାନଙ୍କୁ ଅତିରିକ୍ତ ପଏଣ୍ଟ ଦିଆଯିବ ବୋଲି ଆୟୋଜକ ପକ୍ଷରୁ ଘୋଷଣା କରାଯାଇଛି । କ୍ରୀଡ଼ାର ଏକ ବିଶେଷ ଅଂଶ ଭାବେ ସମ୍ଭୋଗ କୌଶଳ ଅନ୍ତର୍ଭୁକ୍ତ ହେବା ଅନ୍ୟ ୟୁରୋପୀୟ ଦେଶଗୁଡ଼ିକୁ ଏଥିପ୍ରତି ଉତ୍ସାହ ପ୍ରଦାନ କରିବ ବୋଲି ମଧ୍ୟ ଆୟୋଜକ କହିଛନ୍ତି । ତେଣୁ ପ୍ରତିଯୋଗିତା ସମୟରେ ସମସ୍ତଙ୍କୁ ଉତ୍ସାହ ପ୍ରଦାନ ସହିତ ସହଯୋଗ କରାଯିବ । ସ୍ୱେଦିଶ୍ ସମ୍ଭୋଗ ଫେଡରେସନର ଚେୟାରମ୍ୟାନ ଡ୍ରାଗନ ବ୍ରାଟିଚ୍ କହିଛନ୍ତି ଯେ ଅନ୍ୟ କ୍ରୀଡ଼ା ପାଇଁ ଯେଭଳି ତାଲିମ ଓ ଦକ୍ଷତା ଦରକାର, ଠିକ୍ ସେହିପରି ସମ୍ଭୋଗ ପାଇଁ ମଧ୍ୟ ଜରୁରୀ । ତେଣୁ ଏହି ପ୍ରତିଯୋଗିତାରେ ଭାଗନେବା ଯୁକ୍ତିଯୁକ୍ତ ବୋଲି ଭାରତୀୟ ଗଣମାଧ୍ୟମକୁ ମତାମତ ଦେଇଛନ୍ତି ବ୍ରାଟିଚ୍ ।

 

Related Articles

Back to top button
WP Twitter Auto Publish Powered By : XYZScripts.com