Breaking NewsFeaturedଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ସ୍ନାନଯାତ୍ରା ପରେ ଜଗତରନାଥ ଶ୍ରୀଜଗନ୍ନାଥ ଅଣସର ଘରେ ରୁହନ୍ତି, ଜାଣନ୍ତୁ କାହିଁକି…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସ୍ନାନ ମଣ୍ଡପରେ ୧୦୮ କଳସୀ ପାଣିରେ ଗାଧୋଇବା ପରେ କାହିଁକି ଅଣସର ଘରେ ରୁହନ୍ତି ଶ୍ରୀ ବିଗ୍ରହ? ମହାପ୍ରଭୁ ଜଗନ୍ନାଥଙ୍କ ଅଣସର ଘରେ ରହିବାକୁ ନେଇ ଅନେକ ପୌରାଣିକ ତଥ୍ୟ ଓ କିମ୍ବଦନ୍ତୀ ରହିଛି । ସେହିପରି ଏକ କାହାଣୀରେ ଲେଖା ଅଛି ଯେ, କାହିଁକି ଶ୍ରୀ ବିଗ୍ରହ ୧୫ ଦିନ ଅଣଶର ଘରେ ରୁହନ୍ତି ।

ଫଳାହାରୀ ମଠର ମହନ୍ତ ଶ୍ରୀମାଧବ ଦାସ । ସେ ଜୀବନ ବ୍ୟାପି ହରିଭକ୍ତ ସାଧନା କରିଥିଲେ । ଶ୍ରୀମାଧବ ଦାସଙ୍କୁ ଯେତେବେଳେ ଶହେ ବର୍ଷ ବୟସ ହୋଇଥିଲା ସେହି ସମୟରେ ସେ ଅତିସାର ରୋଗରେ ପୀଡିତ ହେଇ ଖୁବ ଯନ୍ତ୍ରଣା ଭୋଗ କରୁଥିଲେ । ଏହି ରୋଗର ଉପଶମ ନିମନ୍ତେ ସେ କେବଳ ହରିନାମ ରସାୟନକୁ ମହୋଷଧୀ ଭାବେ ଆପଣେଇ ନେଇଥିଲେ । ସେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆରୋଗ୍ୟ ହେବା ପାଇଁ ଆକୁଳ ପ୍ରାର୍ଥନା କରି ଜଣାଉଥିଲେ । ଶୁଣାଯାଏ ଦିନେ ମହାପ୍ରଭୁ କଳା ଗୋରା ଦୁଇଟି ବାଳକ ରୂପରେ ଆସି ତାଙ୍କର ଶେବା ଶୁଶ୍ରୂଷା କରୁଥିଲେ । ସେ ବାଳକ ଜଣକ କିଏ ତାହା ମାଧବ ଦାସ ଜାଣିବା ପାଇଁ ଅଛପା ରହିନଥିଲା । ଦିନେ ମାଧବ ଦାସ ସେହି ଦୁଇ ବାଳକଙ୍କୁ କହିଥିଲେ- ପ୍ରଭୁ କାହିଁକି ଆଉ ଛଳନା କରୁଛନ୍ତି। ମେତେ ଆରୋଗ୍ୟ କରି ଦିଅନ୍ତୁ ନଚେତ ସଂସାରରୁ ବିଦାୟ ଦିଅନ୍ତୁ । ସେତେବେଳେ ବାଳକ କହିଥିଲେ ନାହିଁରେ ଭକ୍ତ ସେ ଶକ୍ତି ମୋର ନାହିଁ। ସଂସାର ମଧ୍ୟରେ ଯାହାକୁ ଯେମିତି ଭୋଗିବାର ଅଛି ତାହା ବଦଳାଇବାର କ୍ଷମତା ଆମର ନାହିଁ । କିନ୍ତୁ ତୁମର ଏ ରୋଗ ଯନ୍ତ୍ରଣାକୁ ଆମେ ଭୋଗ କରିପାରିବୁ । ଏତିକି କହି ଦୁଇଜଣ ବାଳକ କୁଆଡେ ଅନ୍ତର୍ଧ୍ୟାନ ହୋଇଯାଇଥିଲେ ।

ସେବେଠାରୁ ମାଧବ ଦାସ ଆରୋଗ୍ୟ ହେବାକୁ ଲାଗିଲେ । ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ ହେଲା ପରେ ଦିନେ ମହୋଦଧି ସ୍ନାନ ସାରି ଶ୍ରୀ ମାଧବ ଦାସ ଶ୍ରୀମନ୍ଦିରରେ ଯାଇ ପହଞ୍ଚିଲେ । ଶ୍ରୀମନ୍ଦିରରେ କବାଟ ବନ୍ଦ ଥିବା ଦେଖି ସେ ବଡ ପାଟିରେ ଡାକ ଛାଡିଲେ ହେ ପ୍ରଭୁ କାଳିଆ ବଳିଆ ଠାକୁର ଏ ଅଧମ ଭକ୍ତକୁ ଦର୍ଶନ ଦେବା ହେଉ । ସେହି ସମୟରେ ବଡପଣ୍ଡା ଭିତରୁ ଉତ୍ତର ଦେଲେ ଠାକୁର ମାନଙ୍କୁ ଜ୍ୱର ହେଇଛି । ଦର୍ଶନ ସମ୍ଭବ ନୁହେଁ । ତମେ ଫେରି ଯାଅ । ଏହା ଶୁଣି ମାଧବ ହଠାତ ମୂର୍ଛିତ ହୋଇ ପଡିଲେ । ଏବଂ ଭାବିଲେ ମହାପ୍ରଭୁ ତାଙ୍କୁ ଉପଷମ କରାଇଦେଇ ସେ ନିଜେ ଜ୍ୱରରେ ଆକ୍ରନ୍ତ ହୋଇପଡିଛନ୍ତି । ସେହି ମୂର୍ଛିତ ଅବସ୍ଥାରେ ରହି ୧୫ ଦିନ ପରେ ଶରୀର ତ୍ୟାଗ କରିଥିଲେ । ଏବେ ସେହି ୧୫ ଦିନକୁ ମହାପ୍ରଭୁଙ୍କ ଅନବସର ବା ଅଣସର ଭାବେ ପାଳନ କରାଯାଉଛି । ବିଶ୍ୱାସ ରହିଛି ଏହା ସେବେଠୁ ଆରମ୍ଭ ହୋଇଛି । ତେବେ ଭକ୍ତର ଯନ୍ତ୍ରଣା ହରଣ କରି ଶ୍ରୀ ଜଗନ୍ନାଥ ସ୍ୱୟଂ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ଏହା ମହାପ୍ରଭୁଙ୍କ ଅନବସର ନୀତି ପଛରେ ପ୍ରଚଳିତ କିମ୍ବଦନ୍ତୀ । ଏହା ମହାପ୍ରଭୁଙ୍କ ଭକ୍ତ ବତ୍ସଳତାର ଅନ୍ୟ ଏକ ନିଦର୍ଶନ । ସେହି ଦିନଠାରୁ ଅଦ୍ୟାବଧି ଭାବେ ଏହି ଅଣସର ନୀତି ଶ୍ରୀକ୍ଷେତ୍ରରେ ପାଳିତ ହୋଇଆସୁଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com