Breaking NewsFeaturedଜାତୀୟରାଜନୀତି

ବାଲେଶ୍ୱର ରେଳ ଦୁର୍ଘଟଣା: ଆଗୁଆ ଜାଣିଥିଲେ କହି ଟ୍ରୋଲ୍ ହେଲେ ବାଗେଶ୍ୱର ବାବା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବାଲେଶ୍ୱର ରେଳ ଦୁର୍ଘଟଣା ସମ୍ପର୍କରେ ଆଗୁଆ ଜାଣିଥିଲେ କି ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀ । ଯଦି ଜାଣିଥିଲେ ସତର୍କ କରେଇଲେନି କାହିଁ କି । ନିମ୍ନରେ ଦିଆଯାଇଥିବା ଆମ ଚାନେଲ୍‌ର ଲିଙ୍କ୍‌ ଦେଖନ୍ତୁ, ଶୁଣନ୍ତୁ ବାଲେଶ୍ୱର ରେଳ ଦୁର୍ଘଟଣାକୁ ନେଇ କଣ କହୁଛନ୍ତି ଧୀରେନ୍ଦ୍ର ଶାସ୍ତ୍ରୀ ।

ଶୁଣିଲେ ତ ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀ, ବାଲେଶ୍ୱର ଟ୍ରେନ ଦୁର୍ଘଟଣା ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର କେମିତି ସରଳ ଭାଷାରେ ବୁଝେଇ ଦେଲେ । ଏଥିରେ ଜଣେ ବ୍ୟକ୍ତି ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ପ୍ରଶ୍ନ କରୁଛନ୍ତି, ଆପଣଙ୍କ ଦିବ୍ୟ ଶକ୍ତି ଭାରତରେ ହେବାକୁ ଥିବା ବଡ ବଡ ଘଟଣା ଦୁର୍ଘଟଣା ବିଷୟରେ ସଙ୍କେତ ଦେଇପାରେ କି? ଉତ୍ତରରେ ସେ କହୁଛନ୍ତି ହଁ । ହେଲେ ବଡ ଘଟଣା ବିଷୟରେ ସଙ୍କେତ ମିଳିବା ଏବଂ ଏହାକୁ ରାକିବା ୨ଟା ଭିନ୍ନ କଥା । ଭଗବାନ କୃଷ୍ଣ ମହାଭାରତ ହେବ ବୋଲି ଜାଣିଥିଲେ । କିନ୍ତୁ ସେ ଏହାକୁ ରୋକି ପାରିନଥିଲେ ।

ଚର୍ଚ୍ଚିତ ପ୍ରବଚକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏଭଳି ଭିଡିଓ ଭାଇରାଲ ହେବା ପରେ ଏବେ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି । ଯଦି ବାବା ଭବିଷ୍ୟତ ଦେଖିପାରନ୍ତି ତେବେ ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣା ବିଷୟରେ କାହିଁକି ଜଣାଇଲେ ନାହିଁ । ଜଣାଇଥିଲେ ହୁଏତ ଦୁ୍‌ର୍ଘଟଣାକୁ ରୋକା ଯାଇପାରିଥାନ୍ତା କହି ଲୋକେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଟ୍ରୋଲ କରୁଛନ୍ତି । ତେବେ ଗତ କିଛି ମାସ ହେବ ତାଙ୍କର ଚମତ୍କାର ପାଇଁ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି । ସେ କୁଆଡେ ସମସ୍ତଙ୍କ ଅତିତକୁ ଦେଖି ପାରୁଥିବା ଦାବି କରନ୍ତି । କେବଳ ଏତିକି ନୁହେଁ ବେଳେବେଳେ ସେ ଭବଷ୍ୟବାଣୀ ମଧ୍ୟ କରୁଥିବା ଦେଖିବାକୁ ମିଳିଥାଏ । ଏବେ ବାଲେଶ୍ୱରର ବାହାନଗା ଟ୍ରେନ ଦୁର୍ଘଟଣା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com