Featuredଜାତୀୟଭାଇରାଲ୍ ଭିଡିଓ

ଜୀବେ ଦୟା ଦେଖାଇ ମହିଳା କଲେ ଏମିତି କାଣ୍ଡ, ସମସ୍ତେ କହିଲେ ବାଃ!

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବର୍ତ୍ତମାନ ସମୟରେ ମଣିଷ ଭିତରେ ମାନବିକତା କମି କମି ଯାଉଥିବା ଦେଖାଯାଉଛି । କିନ୍ତୁ ଅନ୍ୟ ପ୍ରାଣୀମାନେ ସେମାନଙ୍କ ଆଚରଣରେ ମଣିଷଠୁ ଅତି ଉନ୍ନତ ଦେଖାଉଥିବା ଆମେ ଅନେକ ସମୟରେ ଦେଖିଆସୁଛେ । ଅନ୍ୟ ଜୀବଜନ୍ତୁଙ୍କୁ ଦୟା ଦେଖାଇବା ଦୂର କଥା, ଏଠି ମଣିଷ ମଣିଷକୁ ବି ଦୟା ଦେଖାଉ ନାହିଁ । ସମ୍ପର୍କ ମଧ୍ୟରେ ସ୍ୱାର୍ଥରେ ବାଧା ଆସିଲେ ମଣିଷ ଏତେ ଭୟଙ୍କର ହୋଇ ଯାଉଛି ଯେ କାହାର ବି ଜୀବନ ନେବାକୁ ପଛାଉ ନାହିଁ । କିନ୍ତୁ ଏବେ ବି ଦୁନିଆଁରେ ବହୁତ ହୃଦୟବାନ୍ ବ୍ୟକ୍ତି ରହିଛନ୍ତି । ଯେଉଁମାନେ ପ୍ରତ୍ୟକ ଜୀବଙ୍କ ପାଇଁ ଦୟା ଭାବ ଦେଖାନ୍ତି । ଯେ କୌଣସି ପ୍ରାଣୀର ସମସ୍ୟା ଦେଖିଲେ ସେମାନଙ୍କ ହୃଦୟ ଡହଳବିକଳ ହୋଇଯାଏ । ଏଭଳି ଏକ ହୃଦୟବାନ୍ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛିା ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ବ୍ଲଗର ହାତରେ ପଥର ନେଇ କାର୍‌୍‌ର କାଚ କୁ ଭାଙ୍ଗୁଛନ୍ତି । ଆପଣ ଭାବୁଥିବେ ସେ ଏପରି କାହିଁକି କରୁଛନ୍ତି… ଏତ ଠିକ୍ କଥା ନୁହେଁ…

ଏଥିରେ ବା ମହାନ୍ କାମ କଣ ରହିଛି । ହଁ ଆଜ୍ଞା, ଆପଣ ଠିକ୍ କହିଛନ୍ତି, ଭିଡିଓ ଆଗକୁ ଦେଖିଲେ ଆପଣ ନିଜେ ଜାଣି ପାରିବେ ଯେ ବ୍ୟକ୍ତି ଜଣଙ୍କ କାହିଁକି କାର୍ କାଚ ଭାଙ୍ଗୁଥିଲେ । ଅସଲ କଥା ହେଲା, ସେହି କାର୍ ଭିତରେ ଗୋଟିଏ କୁକୁର ଛୁଆ ରହିଯାଇଛି । କାର୍ ଭିତରେ ଅସହ୍ୟ ଗରମରେ କଲବଲ ହେଉଛି ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛି । ଏହା ଦେଖିବା ପରେ ମହିଳା ଜଣକ କାର୍‌ର କାଚ ଭାଙ୍ଗି କୁକୁର ଛୁଆଟିକୁ ଉଦ୍ଧାର କରିଛନ୍ତି । ଏହି ଭିଡିଓ ଭାଇରାଲ ହୋବପରେ ସମସ୍ତେ ମହିଳାଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି । ଆପଣ ମଧ୍ୟ ଠିକ୍ ଭାବୁଥିବେ ନିଶ୍ଚୟ…

Related Articles

Back to top button
WP Twitter Auto Publish Powered By : XYZScripts.com