
ଭୁବନେଶ୍ୱର,ଯଦି ଆପଣ ଏକ ସପ୍ତାହ ଯାଏଁ ନ ଶୁଅନ୍ତି ତେବେ ଏହା ଆପଣଙ୍କ ଶରୀର ଉପରେ କିପରି ପ୍ରଭାବ ପକାଇବ ଆସନ୍ତୁ ଜାଣିବା।ଜଣେ ବ୍ୟକ୍ତି ଲଗାତାର 24 ଘଣ୍ଟା ନ ଶୋଇ କାମ କରୁଥାଏ, ତେବେ ମସ୍ତିଷ୍କର କାର୍ଯ୍ୟ କରିବାର କ୍ଷମତା ପ୍ରାୟ 25% ହ୍ରାସ ପାଏ। 48 ଘଣ୍ଟା ପରେ, ଜଣେ ବ୍ୟକ୍ତିଙ୍କ ଚିନ୍ତା ଏବଂ କଥାବାର୍ତ୍ତା ଧୀର ହୋଇଯାଏ।
72 ଘଣ୍ଟା ପରେ,ତାଙ୍କ ମନରେ ବିଭିନ୍ନ ପ୍ରକାର ଦ୍ୱନ୍ଦ୍ୱ ଏବଂ ଚିନ୍ତା ଆରମ୍ଭ ହୁଏ। ଏବଂ ଯଦି ନିଦ୍ରା ଅଭାବ ଏକ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ରହେ, ତେବେ ଶରୀରର ହୃଦରୋଗର ସମସ୍ଯା ଦେଖାଦେଇଥାଏ। ଏପରିକି ବ୍ଯକ୍ତି ମଧ୍ୟରେ ନାନା ପ୍ରକାର ଚିନ୍ତା ଦେଖାଯାଏ।
ନିଦ୍ରା ଅଭାବର ଲକ୍ଷଣଗୁଡ଼ିକ ପ୍ରାରମ୍ଭରେ ସାମାନ୍ୟ ମନେ ହୋଇପାରେ, ଯେପରିକି ଥକ୍କାପଣ, ଏକାଗ୍ରତାର ଅଭାବ ଏବଂ ଆଖି ପୋଡ଼ିବା। ତଥାପି, ଏହି ଲକ୍ଷଣଗୁଡ଼ିକ ଧୀରେ ଧୀରେ ମନୋଭାବ ପରିବର୍ତ୍ତନ, ଦୁର୍ବଳ ସ୍ମୃତିଶକ୍ତି ଏବଂ ମାନସିକ ବିକାରରେ ପରିଣତ ହୋଇପାରେ। ଯଦି ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହେ, ତେବେ ଏହା ମାନସିକ ବିକୃତି, ଦ୍ୱନ୍ଦ୍ୱ ଏବଂ ଭୟର ଅବସ୍ଥା ମଧ୍ୟ ସୃଷ୍ଟି କରିପାରେ।ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ଅତି କମରେ 7-8 ଘଣ୍ଟା ଶୋଇବା ଉଚିତ।




