
ଭୁବନେଶ୍ୱର,ଶେଷ ପର୍ଯ୍ୟାୟ ପାଇଁ ,ବିହାର ବିଧାନସଭା ନିର୍ବାଚନର ଭୋଟିଂ ଆରମ୍ଭ ହୋଇଛି । ୨୦ ଜିଲ୍ଲାର ୧୨୨ ବିଧାନସଭା ସିଟରେ ମତଦାନ ହେଉଛି। ଏଥିପାଇଁ ୪୫ ହଜାର ପୋଲିଂ ବୁଥ୍ କରାଯାଇଛି। ମୈଦାନରେ ଅଛନ୍ତି ୧୩ଶହ ୨ ପ୍ରାର୍ଥୀ। ଏମାନଙ୍କ ଭିତରେ ଅଛନ୍ତି ୧୩୬ ମହିଳା।
ମତାଧିକାର ସାବ୍ୟସ୍ତ କରିବେ,ବିହାରର ୩ କୋଟି ୭୦ ଲକ୍ଷରୁ ଅଧିକ ଭୋଟର।ନିଜ ଭାଗ୍ୟ ପରୀକ୍ଷା କରାଇବେ ଏନଡିଏରୁ ବିଜେପିର ୫୨, ଜେଡିୟୁର ୪୫, ରାମବିଳାସ ପାଶୱାନଙ୍କ ଏଲଜେପିର ୧୫, ହାମର ୬ ଏବଂ ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ୪ ଜଣ ପ୍ରାର୍ଥୀ।
ସେହିପରି ମହାମେଣ୍ଟରୁ ଆରଜେଡିର ୭୧, କଂଗ୍ରେସର ୩୭, ବିକାଶ ଶୀଳ ଇନସାନ୍ ପାର୍ଟିର ୮ ଓ CPIMର ୬ ଜଣ ପ୍ରାର୍ଥୀ ଲଢୁଛନ୍ତି। ପୂର୍ବରୁ ଗତ ୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୨୧ ବିଧାନସଭା ଆସନରେ ମତଦାନ ହୋଇଥିଲା।
ରେକର୍ଡ ୬୪.୬୬ ପ୍ରତିଶତ ଭୋଟିଂ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବି ବିହାରରେ ମତଦାନ ହାର ଅଧିକ ରହିବ ବୋଲି କୁହାଯାଉଛି। ୧୪ ତାରିଖରେ ଜଣାପଡ଼ିବ କାହା ଦଖଲକୁ ଯିବ ବିହାର।




