ଓଡ଼ିଶା
କୋର୍ଟ ସ୍ଥାନାନ୍ତର ନିଷ୍ପତ୍ତିକୁ ଓକିଲ ସଂଘର ତୀବ୍ର ବିରୋଧ

ଭୁବନେଶ୍ବର , ୨୦/୦୨/୨୦୨୬: ପୁରୀର ସମସ୍ତ କୋର୍ଟକୁ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳ ନିକଟକୁ ସ୍ଥାନାନ୍ତର ପ୍ରକ୍ରିୟା ନେଇ ଆଜି ଜାତୀୟ ରାଜପଥ ଅବରୋଧ କରିଛନ୍ତି ପୁରୀର ଓକିଲ ସଂଘ । ଦିନ ୧୦ଟାରୁ ଦିନ ୩ଟା ଯାଏଁ ମାଳତୀପାଟପୁର ସମ୍ମୁଖ ଜାତୀୟ ରାଜପଥରେ ପ୍ରତିବାଦ କରି ରାସ୍ତାରୋକ ସହ ଆନ୍ଦୋଳନ କରିଛନ୍ତି ।
ସଙ୍ଘର ଶହ ଶହ ଓକିଲ ଏହି ପ୍ରତିବାଦ କରିବା ସହ ମଧୁରଜଳ ଅଞ୍ଚଳରେ ବେଆଇନ ନିର୍ମାଣ ଉଚ୍ଛେଦ କରାଯାଉ ଆଉ ସେହି ଜାଗାକୁ କିଭଳି କୋର୍ଟକୁ ସ୍ଥାନାନ୍ତର ହେବ ବେଲି ଦାବି କରିଛନ୍ତି ଓକିଲ ସଂଘ । ଫଳରେ ମାଳତୀପାଟପୁର ରାସ୍ତାରେ ଶହ ଶହ ଗାଡ଼ିମଟର ଲମ୍ବି ରହିଛି। ତେବେ ଆଜିଠୁ ୩୫୦ ଦିନ ଧରି ସତ୍ୟାଗ୍ରହ ଚାଲିଥିବା ବେଳେ ପୁରୀ ଜିଲ୍ଲା ଜଜ କୋର୍ଟ ପରିସର ଐତିହ୍ୟ କୋଠା ଆଜିକୁ ୧୬୦ ବର୍ଷ ଧରି ଲୋକଙ୍କ ସେବାରେ ରହିଛି ।




