ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ନୂଆ ବିଶ୍ୱବିଦ୍ୟାଳୟ


ଭୁବନେଶ୍ୱର: ରାଜ୍ୟ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯାଉଛି । ୩ ଲକ୍ଷ ୧୦ ହଜାର କୋଟିର ବଜେଟ ଉପସ୍ଥାପନା କରାଯାଇଛି । ଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି । ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ ୩ ଲକ୍ଷ ପିଲା ଉପକୃତ ହେବେ। ଏହାସହ ଉପକୂଳବାସୀଙ୍କ ପାଇଁ ଚଳିତ ବଜେଟରେ ଘୋଷଣା କରାଛନ୍ତି ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ଘୋଷଣାକ୍ରମେ ରାଜ୍ୟରେ ୪ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବକୁ ଘୋଷଣା କରାଯାଇଛି। କେବଳ ସେତିକି ନୁହେଁ ଆଉ ୨ଟି ନୂଆ ସରକାରୀ ଇଞ୍ଜିନିୟରିଂ କଲେଜ ପାଇଁ ବି ଘୋଷଣା କରାଯାଇଛି। ପାରାଦୀପ ଓ ବଲାଙ୍ଗିରରେ ନିର୍ମାଣ ହେବ ଇଞ୍ଜନିୟରିଂ କଲେଜ। ସେହିପରି ଉତ୍କର୍ଷ ITI ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ କରାଯାଇଛି।




