ଅନ୍ୟାନ୍ୟ

ଖୋଲୁଛି DJ ଆଜେକ୍ସଙ୍କ ଆତ୍ମହତ୍ୟା ଗୁମର

ଭୁବନେଶ୍ୱର, ୨୨/୦୩/୨୦୨୩ –   DJ ଆଜେକ୍ସଙ୍କ ଜୀବନରେ ଥିଲେ ଆଉ ଜଣେ ବାନ୍ଧବୀ । ଆଜେକ୍ସଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କଥିବା ଜାଣିବାକୁ ପାଇଥିଲେ ବାନ୍ଧବୀ । ତାଙ୍କ ସହିତ ସହିତ କଥା ହୋଇଥିଲେ ଯୁବତୀ । ଆଜେକ୍ସ ଓ ଦ୍ଵିତୀୟ ବାନ୍ଧବୀଙ୍କ ସହିତ କନଫେରନ୍ସ କଲରେ କଥାହୋଇ ମୁଖା ଖୋଲିଛନ୍ତି ଯୁବତୀ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ବ୍ଲାକମେଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାନ୍ଧବୀ । ଗାର୍ଲଫ୍ରେଣ୍ଡକୁ ଜେରାପରେ ଆଜେକ୍ସଙ୍କ ଆତ୍ମହତ୍ୟା ମାମଲାର ଧୀରେ ଧୀରେ ଗୁମର ଖୋଲୁଛି ।

ଆତ୍ମହତ୍ୟାର ତିନି ଦିନ ପୂର୍ବରୁ ଆଜେକ୍ସଙ୍କ ସହ ବ୍ରେକଅପ କରିବାକୁ କହିଥିଲେ ବାନ୍ଧବୀ । ଯାହାକୁ ନେଇ ମାନସିକ ଚାପରେ ଥାଇ ଆଜେକ୍ସ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ଆତ୍ମହତ୍ୟା ପୂର୍ବରୁ ପରସ୍ପର ପରସ୍ପରକୁ ସନ୍ଦେହ କରୁଥିଲେ । ଆଜେକ୍ସଙ୍କ ସମ୍ପର୍କରେ ଥିବା ଅନ୍ୟ ଜଣେ ଯୁବତୀଙ୍କୁ ମଧ୍ୟ ପଚରାଉଚରା କରାଯିବ । ପୋଲିସ ହାତରେ କନଫରେନ୍ସ କଲର ପ୍ରମାଣ ଲାଗିଛି । CDR, ଇନଷ୍ଟାଗ୍ରାମ, ଯୁବତୀଙ୍କ ମୋବାଇଲ, ଆଜେକ୍ସଙ୍କ ପରିବାର ଓ ଯୁବତୀଙ୍କ ବୟାନକୁ ନେଇ ତନାଘନା କରୁଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com