ଓଡ଼ିଶା

ପୁଲିସ ପଞ୍ଝାରେ ନିଶାଦିଆ ଲୁଟେରା, ମନ୍ଦିରରୁ ଫେରୁଥିବାବେଳେ ମହିଳାଙ୍କୁ ମାଡ ମାରି ଲୁଟ

ଭୁବନେଶ୍ୱର() ସହିଦ ନଗର ଥାନା ପୁଲିସ ପଞ୍ଝାରେ ନିଶାଦିଆ ଲୁଟେରା । ଦୁଇ ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ଲୁଟେରାଙ୍କ ମଧ୍ୟରେ ଜଣେ ଚାନ୍ଦବାଲିର ଥିବାବେଳେ ଜଣେ ଯାଜପୁରର ଅଛନ୍ତି । ଦୁଇ ଲୁଟେରା ବାଣୀବିହାର ଛକରୁ କାର ଯୋଗେ ଯାତ୍ରୀଙ୍କୁ ଉଠାଇଥିଲେ । ରାସ୍ତାରେ ଯାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଅଚେତ୍ କରାଇଥିଲେ । ଅଚେତ୍ ହେବା ପରେ ଲୁଟପାଟ କରି ରାସ୍ତାରେ ଗ୍ରାହକଙ୍କୁ ଫିଙ୍ଗି ଫେରାର ହୋଇଯାଇଥିଲେ । ନିଶାଦିଆ ଲୁଟେରାଙ୍କ ବିରୁଦ୍ଧରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଅନ୍ୟପଟେ ଭୁବନେଶ୍ୱରରେ ଏବେ ସକ୍ରିୟ ହୋଇପଡିଛନ୍ତି ଲୁଟେରା ଗ୍ୟାଙ୍ଗ |

ସୈନିକ ସ୍କୁଲ ଭିଏସଏସ ନଗର ରାସ୍ତାରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଇଛନ୍ତି । ମନ୍ଦିରରୁ ଫେରୁଥିବା ସମୟରେ ମହିଳାଙ୍କୁ ମାଡ଼ ମାରି ଲୁଟ ହୋଇଥିବା ସୂଚନା ମିଳିଛି । ଆଜି ସକାଳ ସାଢେ ୬ଟା ସମୟରେ ମନ୍ଦିରରୁ ଘରକୁ ଫେରୁଥିବା ସମୟରେ ଏହି ଲୁଟ ହୋଇଛି ଗୋଟିଏ ବାଇକରେ ଦୁଇଜଣ ଯୁବକ ଆସିଥିବା ଜଣାପଡିଛି | ଆଉ ଏନେଇ ସହିଦନଗର ଥାନାରେ ମହିଳା ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ସହିଦନଗର ଥାନା ପୁଲିସ ତଦନ୍ତ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com