ଓଡ଼ିଶା

ମହାନଦୀ ଗର୍ଭରେ ୭ ଶହ ବର୍ଷର ପୁରୁଣା ମନ୍ଦିର

ନୟାଗଡ଼: ମହାନଦୀ ଗର୍ଭରେ ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ । ଅଥଳ ଜଳରାଶି ଭିତରେ ରହିଛି ପଞ୍ଚଦଶ ଶତାବ୍ଦୀର ଗୋପୀନାଥ ମନ୍ଦିର । ନୟାଗଡ଼ ଜିଲ୍ଲା ମହାନଦୀ ଭିତରେ ରହିଛି ଏହି ମନ୍ଦିର । ଗ୍ରୀଷ୍ମ ଋତୁରେ ଜଳସ୍ତର କମିବା ପରେ ପୁଣି ଥରେ ମନ୍ଦିରର ଗମ୍ବୁଜ ଦେଖିବାକୁ ମିଳିଛି । ଯାହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି ।

Old Temple Seen In Mahanadi River Bhapur Nayagarh

ମହାନଦୀର ଶାନ୍ତ ଢେଉରେ ପୁରାତନ ଗାଥା ଗାଉଛି ଗୋପୀନାଥ ମନ୍ଦିର । ନୀଳ ଜଳରାଶିରେ ଲୀନ ହୋଇଥିଲେ ମଧ୍ୟ ଏବେ ବି ୭ ଶହ ବର୍ଷ ପୁରୁଣା ଐତିହ୍ୟର ମୁକସାଖୀ ହୋଇ ଛିଡ଼ା ହୋଇଛି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀରେ ପୁଣି ଥରେ ଦୃଶ୍ୟମାନ ହୋଇଛି ଗୋପୀନାଥ ମନ୍ଦିର । ନଦୀରେ ଜଳସ୍ତର କମିବା ପରେ ମନ୍ଦିର ଦଧିନଉତି ଦେଖିବାକୁ ମିଳିଛି । ପଞ୍ଚଦଶ ଶତାବ୍ଦୀର ମନ୍ଦିରକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ୁଛି ।

Old Temple Seen In Mahanadi River Bhapur Nayagarh

କୁହାଯାଏ ଏହି ମନ୍ଦିର ୧୪୦୦ରୁ ୧୬୦୦ ଶତାବ୍ଦୀ ମଧ୍ୟରେ ନିର୍ମାଣ ହୋଇଛି । ମହାନଦୀର କାୟା ବିସ୍ତାର ପରେ ଗୋପୀନାଥ ମନ୍ଦିର ସହିତ ପ୍ରାୟ ୭ ଖଣ୍ଡ ଗାଁ ନଦୀ ଗର୍ଭରେ ଲୀନ ହୋଇ ଯାଇଥିଲା । ଏବେ କେବଳ ମନ୍ଦିରର ଗମ୍ବୁଜ ଦେଖା ଯାଉଥିବା ବେଳେ ଅବଶିଷ୍ଟ ଅଂଶ ବାଲିରେ ପୋତି ହୋଇ ରହିଯାଇଛି । ଏହା ପୂର୍ବରୁ ୨୦୨୦ ମସିହାରେ ଦୃଶ୍ୟମାନ ହୋଇଥିଲା ମନ୍ଦିରର ଗମ୍ବୁଜ ।

Old Temple Seen In Mahanadi River Bhapur Nayagarh

ମାତ୍ର ପ୍ରତ୍ନତତ୍ତ୍ୱ ବିଭାଗ ଏଯାଏ ଏହା ଉପରେ କୌଣସି ସର୍ବେକ୍ଷଣ କରିନଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି । ନଦୀକୂଳରେ ବାବା ଗୋପୀନାଥ ପୂଜା ପାଉଥିବା ବେଳେ ନଦୀ ଭିତରେ ରହିଥିବା ମନ୍ଦିର ସର୍ବେକ୍ଷଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।

Related Articles

Back to top button
WP Twitter Auto Publish Powered By : XYZScripts.com