ଓଡ଼ିଶା
ବିଷାକ୍ତ ମଦ ପିଇ ୫ ମୃତ, ପରିବାର ଲୋକ ଦେଲେ ସୂଚନା
![](https://i0.wp.com/odia.mobilenews24x7.com/wp-content/uploads/2022/01/818467-759088-721338-482600-440531-hooch-poison-rna.jpg?resize=780%2C470&ssl=1)
ନାଳନ୍ଦା() ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଭଳି ଘଟଣା ବିହାରର ନାଳନ୍ଦାରୁ ଶୁଣିବାକୁ ମିଳିଛି । ମୃତକଙ୍କ ପରିବାର ଏନେଇ ସୂଚନା ଦେଇଛନ୍ତି । ତେବେ ଏନେଇ କୌଣସି ଅଫିସିଆଲ୍ ସୂଚନା ମିଳିନାହିଁ । କିନ୍ତୁ ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଏହି ଘଟଣା ନୂଆ ନୁହେଁ ପୂର୍ବରୁ ମଧ୍ୟ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି ।
ଆକଳନ ଅନୁସାରେ, କେବଳ ୬ ଦିନ ମଧ୍ୟରେ ବିଷାକ୍ତ ମଦ ପିଇ ୪୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହାପରେ ପ୍ରଶାସନ ଲୋକଙ୍କୁ ଅପିଲ୍ କରିଛନ୍ତି ଯେ, କୌଣସି ଲୋକ ଯଦି ରୋଗରେ ପଡ଼ୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କୁ ଜଣାନ୍ତୁ ଓ ପୋଲିସ୍ କୁ ମଧ୍ୟ ଏ ବାବଦରେ ସୂଚନା ଯଥାଶୀଘ୍ର ଦିଅନ୍ତୁ ।