ଓଡ଼ିଶା
ବିହାରରେ ଆଖି ବୁଜିଲେ ଓଡ଼ିଆ ଯବାନ

ପାରଳଖେମୁଣ୍ଡି() ବିହାରର ବୀରପୁର ସେନା କ୍ୟାମ୍ପରେ ନିଆଁ ଲାଗି ଜଣେ ଓଡ଼ିଆ ଯବାନ ଆଖି ବୁଜିଛନ୍ତି। ମୃତ ଓଡ଼ିଆ ଯବାନ ହେଲେ ସଶସ୍ତ୍ର ସୀମା ସୁରକ୍ଷା ବଳର ପର୍ଶୁରାମ ଶବର । ପର୍ଶୁରାମ ଶବରଙ୍କ ଘର ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ରାୟଗଡ଼ ବ୍ଲକ କୁରୁଗୁବା ଗାଁରେ । ତାଙ୍କ ବୟସ ୨୪ ବର୍ଷ । ପର୍ଶୁରାମ ସୀମା ସଶସ୍ତ୍ର ବଳ ବା ଏସଏସବିରେ ଯବାନ ଭାବେ ଯୋଗ ଦେଇ ବିହାରର ବୀରପୂରଠାରେ ଟ୍ରେନିଙ୍ଗି ନେଉଥିଲେ । ସେଠାର କ୍ୟାମ୍ପରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ସମୁଦାୟ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପର୍ଶୁରାମ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ଏନେଇ ଖବର ପାଇ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।