ଓଡ଼ିଶା

ଆଜିଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ

ଜଗତସିଂହପୁର() ଜାନୁୟାରୀ ୧୭ ତାରିଖ ଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେଉଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଜଗତସିଂହପୁର ଜିଲ୍ଲାରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାରେ ଫେଲ୍‌ ମାରିଛନ୍ତି। ବିଶେଷ କରି ବିଜେଡିରେ ଅଧିକ ସମସ୍ୟା ଲାଗି ରହିଛି। ବିଜେପି ଓ କଂଗ୍ରେସ ମଧ୍ୟ ଶତପ୍ରତିଶତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିପାରି ନାହିଁ। ତଥାପି ଆସନ୍ତା ମଙ୍ଗଳବାରଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲାରେ ଥିବା ୨୬ଟି ଜୋନ୍‌ର ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀ ତାଲିକା ଉପ‌ରେ ସମସ୍ତଙ୍କ ନଜର ରହିଛି। ଦଳୀୟ ଚିହ୍ନରେ ପ୍ରାର୍ଥୀମାନେ ଏଥିରେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଥିବାରୁ ସବୁ ରାଜନୈତିକ ଦଳ ପାଇଁ ଏହା ସମ୍ମାନର ବିଷୟ ପାଲଟିଛି। ଏଣୁ ଭଲ ଭାବେ ତର୍ଜମା କରିବା ପରେ ଦଳ ଗୁଡ଼ିକ ପ୍ରାର୍ଥୀ ତାଲିକା ପ୍ରକାଶ କରିବାକୁ ଯୋଜନା ରଖିଛନ୍ତି। ବିଜେଡିରୁ କେଉଁମାନେ ପ୍ରାର୍ଥୀ ହେଉଛନ୍ତି, ଏହା ଉପରେ ବିରୋଧୀ ଦଳ ଗୁଡ଼ିକ ଖାସ୍‌ ନଜର ରଖିଛନ୍ତି। ସେହି ଅନୁଯାୟୀ ସେମାନେ ମଧ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବେ। ଗତ ନିର୍ବାଚନରେ ୨୬ଟି ଜୋନରୁ ବିଜେପି ପ୍ରାର୍ଥୀ ପାରାଦୀପରୁ ୨ଟି ଓ ରଘୁନାଥପୁରରୁ ଗୋଟିଏ ଜୋନ ଏପରି ମୋଟ୍ ୩ଟି ଜୋନ୍‌କୁ ଦଖଲ କରିଥିଲା। ଏହାସହ କଂଗ୍ରେସ ବାଲିକୁଦାରେ ଗୋଟିଏ ଜୋନ‌୍‌ରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ବିଜେଡିରେ ୨୨ଟି ଜୋନ୍‌ରେ ବିଜୟୀ ହୋଇଥିଲା ବେଳେ ଚଳିତ ଥର ସମ୍ପୂର୍ଣ୍ଣ ୨୬ଟି ଜୋନକୁ ଅକ୍ତିଆରରେ ରଖିବାକୁ ଯୋଜନା କରିଛି। ମାତ୍ର ଏକାଧିକ ଆଶାୟୀଙ୍କ ଯୋଗୁଁ ଶାସକ ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଏଣୁ ଦଳ ସମସ୍ତ ଅସନ୍ତୁଷ୍ଟଙ୍କୁ ସାଥୀରେ ନେଇ ଶୃଙ୍ଖଳା ସହ ନିର୍ବାଚନ ଲଢ଼ିବାକୁ ଯୋଜନା ରଖିଛି। ଫଳରେ ଦଳର ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରୁ ନାହିଁ ବୋଲି ଚର୍ଚ୍ଚା ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com