ଓଡ଼ିଶା
ବନ୍ଧୁକ ମୁନରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
କୋରାପୁଟ () ଜୟପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଲାଲ ବାହାଦୂର ଦର୍ଜିକୁ ଗିରଫ କରିଛି ମହିଳା ଥାନା ପୁଲିସ। ପୁଲିସ୍ ତାକୁ ଅନେକାଡେଲି ଅଞ୍ଚଳରୁ ଗିରଫ କରିଥିଲା। ତା’ ପାଖରୁ ଦେଶୀ ବନ୍ଧୁକ ଜବତ କରାଯାଇଛି। ଲାଲ ବାହାଦୂର ନାଁରେ ୧୮ଟି ମାମଲା ରହିଛି। ଏହା ପୂର୍ବରୁ ଗତ ୪ ତାରିଖରେ ପୁଲିସ୍ ଅନ୍ୟତମ ଅଭିଯୁକ୍ତ ମିନ ବାରିକକୁ ଗିରଫ କରିଥିଲା।
ଏବେ ମାମଲାର ସମସ୍ତ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଖୁବ ଶୀଘ୍ର ଚାର୍ଜଶିଟ୍ ଦାଖଲ କରାଯିବ ବୋଲି କହିଛନ୍ତି ଜୟପୁର SDPO। ଏସଡିପିଓ କହିଛନ୍ତି, ଆମେ ୪ ତାରିଖରେ ପ୍ରଥମ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲୁ। ତେବେ ଅନ୍ୟଜଣେ ମୁଖ୍ୟ ଅଭିଯୁକ୍ତକୁ ଆଜି ସକାଳୁ ଅନେକାଡେଲି ଅଞ୍ଚଳରୁ ଗିରଫ କରିଛୁ। ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା କରାଯିବ। ଯାହା ପରେ ତାକୁ କୋର୍ଟ ଚାଲାଣ କରାଯିବ।
ସୂଚନାଯୋଗ୍ୟ, ଡିସେମ୍ବର ୨୪ ତାରିଖରେ ସ୍ୱାମୀଙ୍କୁ ବନ୍ଧୁକ ମନୁରେ ରଖାଯାଇ ତାଙ୍କ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଆଉ ମହିଳାଙ୍କ ଆଗରେ ତା’ର ତିନି ବର୍ଷର ଶିଶକୁ ମାରପିଟ୍ ମଧ୍ୟ କରାଯାଇଥିଲା। ଯାହାକୁ ଚାରିଆଡ଼ୁ ନିନ୍ଦା କରାଯାଇଥିଲା। ଏ ଘଟଣାକୁ ନେଇ ପୀଡିତା ମହିଳାଙ୍କ ପରିବାର ପକ୍ଷରୁ ପରଦିନ ଅର୍ଥାତ୍ ୨୫ ତାରିଖରେ ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏପରିକି ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଥିଲେ।