Breaking NewsFeaturedଓଡ଼ିଶା

ଭୂମିକମ୍ପରେ ଥରିଲା ଓଡିଶା

ଭୁବନେଶ୍ୱର : ଆଜି ସକାଳେ ଓଡ଼ିଶାରେ କିଛି କିଛି ଜାଗାରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସକାଳ ପାଖାପାଖି ୬ଟା ୧୦ ମିନିଟ୍‌ରେ ଓଡ଼ିଶା ସହ ପଶ୍ଚିମବଙ୍ଗରେ ମୃଦୁ ଭୂକମ୍ପ ଅନୂଭୂତ ହୋଇଥିଲା। ଏହା ଭୂପୃଷ୍ଠରୁ ୯୧ କିମି ଗଭୀରରେ ସୃଷ୍ଟି ହୋଇଥିଲା। ଭୁବନେଶ୍ବର, ବାଲେଶ୍ବର,ବାରିପଦା ଓ ପାରାଦୀପରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିବା ଜଣାଯାଇଛି। ବଙ୍ଗୋପସାଗରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରହିଛି। ଭାରତ ଓ ବାଂଲାଦେଶରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିବା ସୂଚନା ରହିଛି। ପୁରୀରୁ ୨୮୬ ଓ ଭୁବନେଶ୍ୱରରୁ ୨୯୭ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ସେହିପରି ବ୍ରହ୍ମପୁର ଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି। ତେବେ ଭୂକମ୍ପ ଦ୍ୱାରା କିଛି କ୍ଷୟ କ୍ଷତି ହୋଇନାହିଁ।

Related Articles

Back to top button