ଜାତୀୟ

ବେଙ୍ଗାଲୁରୁ ଏୟାରପୋର୍ଟରେ ଟଳିଲା ବଡ଼ ବିମାନ ଦୁର୍ଘଟଣା : ଆଉ ଏକ ବିମାନ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲା ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନ

ବେଙ୍ଗାଲୁରୁ () ବାଙ୍ଗାଲୁରୁ ଆକାଶରେ ଗତ ଜାନୁଆରି ୭ ତାରିଖରେ ଏକ ବଡ଼ ବିମାନ ଦୁର୍ଘଟଣା ଟଳିଯାଇଛି ।  ମଝି ଆକାଶରେ ଦୁଇଟି ଇଣ୍ଡିଗୋ ବିମାନ ପରସ୍ପର ସହ ଧକ୍କା ହେଉ ହେଉ ବର୍ତ୍ତିଯାଇଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଭୁବନେଶ୍ବର ଆସୁଥିଲା ଓ ଅନ୍ୟଟି କୋଲକାତା ଯାଉଥିଲା । ଘଟଣାଟି ଘଟିଥିଲା ବେଙ୍ଗାଲୁରୁର କାମ୍ପାଗୌଡ଼ା ଅନ୍ତର୍ଜାତୀୟ ଏୟାରପୋର୍ଟରେ ।

ମିଳିଥିବା ରିପୋର୍ଟ ଅନୁସାରେ ଏହି ଏୟାରପୋର୍ଟର ଉତ୍ତର ଓ ଦକ୍ଷିଣ ରନଓ୍ବେକୁ ଏକକାଳୀନ ବିମାନ ଡିପାର୍ଚର ପାଇଁ ବ୍ୟବହାର କରାଯାଏ ନାହିଁ । କାରଣ ଏପରି ହେଲେ ଦୁଇଟି ବିମାନ ଆକାଶରେ ଧକ୍କା ହେବାର ଆଶଙ୍କା ରହିଛି । ସାଧାରଣତଃ, ଉତ୍ତର ରନଓ୍ବେକୁ ଡିପାର୍ଚର ( ବିମାନ ଉଡ଼ାଣ ଆରମ୍ଭ କରିବା) ପାଇଁ ଓ ଦକ୍ଷିଣ ରନଓ୍ବେକୁ ଆରାଇଭାଲ ( ବିମାନ ଓହ୍ଲାଇବା ) ପାଇଁ ବ୍ୟବହାର କରାଯାଏ । କିନ୍ତୁ ସେଦିନ ଭୁବନେଶ୍ବର ଅଭିମୁଖୀ ଇଣ୍ଡିଗୋ ୬ଇ୨୪୬ ଓ କୋଲକାତା ଅଭିମୁଖୀ ଇଣ୍ଡିଗୋ ୬ଇ୪୫୫ ବିମାନକୁ ଉଭୟ ରନଓ୍ବେରେ ଡିପାର୍ଚର ପାଇଁ ଅନୁମତି ଦିଆଯାଇଥିଲା । ତେବେ ପରେ ରାଡାର କଣ୍ଟ୍ରୋଲର ଏହା ଦେଖିପାରିଥିଲେ ଓ ଏ ସଂପର୍କରେ ବିମାନର ପାଇଲଟଙ୍କୁ ଜଣାଇଦିଆଯାଇଥିଲା ।

କିଛି ଦିନ ତଳେ ଦୁବାଇ ଆକାଶରେ ମଧ୍ୟ ସମାନ ପ୍ରକାରର ବିମାନ ଦୁର୍ଘଟଣା ହେଉ ହେଉ ଅଳ୍ପକେ ରହିଯାଇଥିଲା । ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ଭାରତ ଅଭିମୁଖେ ଆସୁଥିବା ଏମିରେଟ୍ସ ଏୟାରର ଦୁଇଟି ବିମାନ ।

Related Articles

Back to top button
WP Twitter Auto Publish Powered By : XYZScripts.com