ଓଡ଼ିଶା

ପ୍ରାର୍ଥିପତ୍ର ନାକଚ ହେବା ପରେ ଧାରଣାରେ ବସିଲେ ସମିତି ସଭ୍ୟ ଆଶାୟୀ

ନବରଙ୍ଗପୁର () ଜାତି ପ୍ରମାଣପତ୍ରକୁ ଇନ୍‌ଭାଲିଡ୍‌ ଦର୍ଶାଇ ବ୍ଲକ ନିର୍ବାଚନ ଅଧିକାରୀ ପ୍ରାର୍ଥିପତ୍ର ନାକଚ କରି ଦେବା ପରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ନମିତା ସାଗରିଆ। ସେ କାମତା ପଞ୍ଚୟାତରୁ ସମିତି ସଭ୍ୟ ହେବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ନମିତା କହିଛନ୍ତି ଯେ ସେ ଗତ ୨୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏଥିପାଁ ଆବଶ୍ୟକ ସମସ୍ତ ତଥ୍ୟ ଓ କାଗଜପତ୍ର ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ଏପରିକି ତାଙ୍କୁ ତେନ୍ତୁଳିଖୁଣ୍ଟି ତହସିଲଦାର ଦେଇଥିବା ଜାତି ପ୍ରମାଣପତ୍ର ବି ଦାଖଲ କରିଥିଲେ। କିନ୍ତୁ ବ୍ଳକ୍ ନିର୍ବାଚନ ଅଧିକାରୀ ଉକ୍ତ ଜାତି ପ୍ରମାଣପତ୍ରକୁ ଇନ୍‌ଭାଲିଡ୍‌ କହି ପ୍ରାର୍ଥିପତ୍ର ନାକଚ କରି ଦେଇଥିଲେ। ତେନ୍ତୁଳିଖୁଣ୍ଟି ବିଡିଓ ଓ ତହସିଲଦାର ବିରୋଧୀଙ୍କ ସହ ମିଶି ତାଙ୍କ ବିରୋଧରେ ଚକ୍ରାନ୍ତ କରି ପ୍ରାର୍ଥିପତ୍ର ନାକଚ କରିଥିବା ସେ ଅଭିଯୋଗ କରିଛନ୍ତି।

ତିନି ମାସର ଗର୍ଭବତୀ ଥିବା ନମିତା ଗତକାଲି ରାତିରୁ ବ୍ଳକ୍ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି। ତାଙ୍କ ସହିତ ଅନ୍ୟାୟ କରାଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ବିଡିଓ ଦୁର୍ଯ୍ୟୋଧନ ଭୋଇ କହିଛନ୍ତି ଯେ ଉଦ୍ଦେଶ୍ୟମୂଳକ ଭାବେ ନମିତା ସାଗରିଆଙ୍କ ପ୍ରାର୍ଥିପତ୍ର ନାକଚ କରାଯାଇ ନାହିଁ।

Related Articles

Back to top button