ଜାତୀୟ

ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ

ସରୋ() ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ । ଗ୍ରାମବାସୀ ଓ ପୋଲିସ ମଧ୍ୟରେ ମାରପିଟ । ହରିୟାନା ପୋଲିସ ବନ୍ଧୁକ ଦେଖାଇ ଗ୍ରାମବାସୀ ଓ ସାମ୍ବାଦିକକୁ ଧମକ ଦେଇଥିବା ଜଣାପଡ଼ିଛି । ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଷଠି ଅଞ୍ଚଳର ଲିପୁ ରାଉତ ୨୦୨୧ ମସିହାରେ ଏକ ଘରୋଇ କମ୍ପାନୀରୁ ୭୦ ରୁ ୮୦ ଲକ୍ଷ ଟଙ୍କାର ଲୁଟ କରିଥିବା ନେଇ ଅଭିଯୋଗ ହୋଇଥିଲା ।

 

ଉକ୍ତ ଘଟଣାରେ ହରିୟାଣା ପୋଲିସ ଜଣେ ନାବାଳକକୁ ଥାନାକୁ ଉଠାଇ ଆଣିବାରୁ ଗ୍ରାମବାସୀ ଏବଂ ହରିୟାଣା ପୋଲିସ ମଧ୍ୟରେ ମାରପିଟ ହୋଇଥିଲା । ଏହି ସମୟରେ ହରିୟାଣା ପୋଲିସ ବନ୍ଧୁକ ଦେଖାଇ ଧମକ ଦେଉଥିବାର ଦେଖିବାକୁ ମିଳିଛି । ଜଣେ କାର୍ଯ୍ୟରତ ସାମ୍ବାଦିକ ନାରାୟଣ ମହାନ୍ତି ଏହାର ଫଟୋ ଉତ୍ତୋଲନ କରୁଥିବା ବେଳେ ହରିୟାଣା ପୋଲିସର ଆକ୍ରୋଶର ଶିକାର ହୋଇଥିଲେ । ସାମ୍ବାଦିକକୁ ଆକ୍ରମଣ କରିବାକୁ ପଛାଇ ନଥିଲା ହରିୟାଣା ପୋଲିସ । ଥାନା ପରିସରରେ ଉତ୍ତେଜନା । ସଦର sdpo ଥାନାରେ ପହଁଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com