ଜାତୀୟ

ଦେଶରେ ଆଉ ରହିବନି ଚାକିରି ସମସ୍ୟା: ୨୦୨୨ ଶେଷ ସୁଦ୍ଧା ସୃଷ୍ଟି ହେବ ୩ କୋଟି ଚାକିରି

ନୂଆଦିଲ୍ଲୀ() କୋଭିଡ୍ ପାଇଁ ଦେଶର ଅନେକ ଲୋକ ନିଜର ଚାକିରି ହରାଇଥିବା ବେଳେ ଏନେଇ ଆସିଛି ଏକ ଖୁସି ଖବର । ଦୂରସଞ୍ଚାର ବିଭାଗ ପକ୍ଷରୁ ସମଗ୍ର ଦେଶରେ ଚଳିତ ବର୍ଷ ଶେଷ ସୁଦ୍ଧା ଦୁଇରୁ ତିନି କୋଟି ଚାକିରି ସୃଷ୍ଟି ହେବାକୁ ଯାଉଛି । ଡିଜିଟାଲୀକରଣକୁ ଗୁରୁତ୍ୱ ଦେବା ଓ ଲୋକଙ୍କୁ ଇଣ୍ଟରନେଟ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଏକ କୋର୍ଟ ସାର୍ବଜନିକ ୱାଇ-ଫାଇ ହଟସ୍ପଟ ସ୍ଥାପନ କରାଯିବ । ବ୍ରଡବ୍ରାଣ୍ଡ ଇଣ୍ଡିଆ ଫୋରମ (ବିଆଇଏଫ) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏନେଇ ସୂଚନା ଦେଇଛନ୍ତି ଦୂରସଞ୍ଚାର କେ. ରାଜରମଣ ।

ସେ କହିଛନ୍ତି ଯେ, ପ୍ରତ୍ୟେକ ହଟସ୍ପଟ ମାଧ୍ୟମରେ ଦୁଇରୁ ତିନି ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୃଷ୍ଟି ହେବ । ଯଦି ଏହି ଯୋଜନାର ସଫଳ କାର୍ଯ୍ୟକାରୀ ହୁଏ, ତେବେ ୨୦୨୨ ଶେଷ ସୁଦ୍ଧା ଦୁଇରୁ ତିନି କୋଟି ଚାକିରି ସୃଷ୍ଟି ହେବ । ଏହାଫଳରେ ଏହି ୱାଇଫାଇ ଯୋଜନା ଦ୍ୱାରା ଗ୍ରାମୀଣ ଅର୍ଥବ୍ୟବସ୍ଥା ବିକଶିତ ହେବାର ସମ୍ଭାବନା ବୃଦ୍ଧି ପାଇବ । ଗ୍ରାମୀଣ କ୍ଷୁଦ୍ର କ୍ଷେତ୍ରଗୁଡ଼ିକରେ ମଧ୍ୟ ଲକ୍ଷ ଲକ୍ଷ ଚାକିରି ସୃଷ୍ଟି ହୋଇପାରିବ ।ପ୍ରଧାନମନ୍ତ୍ରୀ ୱାଇ-ଫାଇ ଆକ୍ସିସ ନେଟୱାର୍କ ଇଣ୍ଟରଫେସ (ପିଏମ-ବାଣୀ) ଯୋଜନା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୫୬ ହଜାରରୁ ଅଧିକ ହଟସ୍ପଟ ସ୍ଥାପନ ହୋଇ ସାରିଛି । ଆଗକୁ ଚାକିରି ଖୋଜୁଥିବା ଦେଶର ଯୁବପୀଢ଼ିଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ସୁବର୍ଣ୍ଣ ସୁଯୋଗ ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com