ଜାତୀୟମନୋରଞ୍ଜନ

ଗୁଡ୍‌ ନ୍ୟୁଜ୍‌ ଦେଲେ ଆଦିତ୍ୟ ନାରାୟଣ, କହିଲେ -ମୁଁ ଖୁବ୍‌ ଏକ୍ସସାଇଟେଡ୍‌

ମୁମ୍ବାଇ() ଖୁବ୍‌ ଶୀଘ୍ର ବାପା ହେବେ ବଲିଉଡର ଚାର୍ମିଂ ସିଙ୍ଗର ତଥା ଆଙ୍କର ଆଦିତ୍ୟ ନାରାୟଣ। ୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଦୀର୍ଘ ଦିନର ପ୍ରେମ ପକ୍ଷୀ ଆଦିତ୍ୟ ଓ ଶ୍ୱେତା ଏବେ ପ୍ୟାରେଣ୍ଟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଏହି ଖବରରେ ନିଜେ ମୋହର ମାରିଛନ୍ତି ଅଫକମିଂ ଡାଡ ଆଦିତ୍ୟ।

କିଛ ସମୟ ପୂର୍ବେ ଆଦିତ୍ୟ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ସେ ଓ ଶ୍ୱେତା ଖୁବ୍‌ ଖୁସି ଥିବା ବେଳେ ଶ୍ୱେତାଙ୍କ ବେବି ବମ୍ପ ସ୍ପଷ୍ଟ ବାରି ହୋଇ ପଡ଼ୁଛି।  ଏହି ଫଟୋ ପୋଷ୍ଟ କରି ଏହାର କ୍ୟାପସନରେ ଆଦିତ୍ୟ ନାରାୟଣ ଲେଖିଛନ୍ତି, ଶ୍ୱେତା ଓ ମୁଁ ଖୁବ୍‌ ଶୀଘ୍ର ଆମ ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛି ଏବଂ ଏଥିପାଇଁ ନିଜକୁ ଖୁବ୍‌ ଭାଗ୍ୟବାନ ମନେ କରୁଛୁ।

 

ଏକ ସାକ୍ଷାତକାରରେ ଆଦିତ୍ୟ କହିଛନ୍ତି,  ମୁଁ ପିଲାମାନଙ୍କୁ ଖୁବ୍‌ ଭଲ ପାଏ ଏବଂ ମୋର ବହୁତ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଏବେ ଶ୍ୱେତାଙ୍କ ଉପରେ କାମର ଚାପ ବଢ଼ିଯିବ। କାରଣ ମୁଁ ବି କୌଣସି ପିଲାଠୁ କମ୍‌ ନୁହେଁ। ଆଉ କିଛି ଦିନରେ ଆମ ଘର ଏନର୍ଜୀରେ ଭରପୁର ହୋଇଯିବ। ଏଥିପାଇଁ ମୁଁ ଖୁବ୍‌ ଏକ୍ସସାଇଟେଡ୍‌ ଥିବା ବେଳେ ଖୁସିରେ ମୋ ପାଦ ତଳେ ଲାଗୁନି ବୋଲି କହିଛନ୍ତି ଆଦିତ୍ୟ।

ଖୁବ୍‌ ଶୀଘ୍ର ପରିବାର ସଦସ୍ୟଙ୍କ ଗହଣରେ ଶ୍ୱେତାଙ୍କ ‘ଗୋଦଭରାଇ’ ସେରିମନି ଧୁମଧାମରେ ପାଳନ କରାଯିବ କିନ୍ତୁ କୋଭିଡ ସଂକ୍ରମଣ ଯୋଗୁ ଅଳ୍ପ ଲୋକରେ ଏହି ଉତ୍ସବ ପାଳନ କରାଯିବ ବୋଲି କହିଛନ୍ତି ଆଦିତ୍ୟ।

Related Articles

Back to top button