ଜାତୀୟ
କୌଣସି ମହିଳାଙ୍କୁ ‘ଡାର୍ଲିଙ୍ଗ’ ବୋଲି କହିବା ଦ୍ୱାରା ପୁରୁଷଙ୍କୁ ଜେଲ୍ ହୋଇପାରେ

କୌଣସି ମହିଳାଙ୍କୁ ‘ଡାର୍ଲିଙ୍ଗ’ ବୋଲି କହିବା ଦ୍ୱାରା ପୁରୁଷଙ୍କୁ ଜେଲ୍ ହୋଇପାରେ । ‘ଡାର୍ଲିଙ୍ଗ’ ବୋଲି ସମ୍ବୋଧନ କରିବା ମଧ୍ୟ ଏକ ଯୌନ ଉତ୍ପୀଡ଼ନ ମାମଲାରେ ଅପରାଧୀ ଭାବେ ଧରାଯିବ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ ।
ଏହାବ୍ୟତୀତ ସମ୍ପୃକ୍ତ ଯୁବକଙ୍କ ଉପରେ ମୋଟା ଅଙ୍କର ଜରିମାନା ମଧ୍ୟ ଲାଗୁ ହୋଇପାରେ । କୋଲକାତା ହାଇକୋର୍ଟରେ ପୋର୍ଟ ବ୍ଲେୟର ପୀଠର ବିଚାରପତି ଜୟ ସେନଗୁପ୍ତା ଏ ନେଇ ରାୟ ଶୁଣାଇଛନ୍ତି ।