ଜାତୀୟ

ଅଧିକାରୀଙ୍କ ଉପରେ ବର୍ଷିଲେ, ଗଭର୍ଣ୍ଣର ହାଉସ ପାୱାରର ଧମକ ଦେଲେ ରାଜ୍ୟପାଳ ଜଗଦୀପ ଧନଖଡ

କୋଲକାତା() ପଶ୍ଚିମବଙ୍ଗର ସରକାରୀ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି ରାଜ୍ୟପାଳ ଜଗଦୀପ ଧନଖଡ । ଅଧିକାରୀଙ୍କୁ ଚେତାବନୀ ଦେଇ କହିଛନ୍ତି, ଯଦି ଆଇନ କାନୁନ ଠିକ ଭାବେ ପାଳନ କରା ନଯାଏ, କେବେ ରାଜ୍ୟପାଳ ଭବନ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସେଥିପ୍ରତି ସେମାନେ ଅବଗତ ନାହାନ୍ତି। ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ଡା.

ବି.ଆର ଆମ୍ୱେଦକରଙ୍କ ପ୍ରତିମାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଜ୍ୟପାଳ କହିଛନ୍ତି, ସମସ୍ତେ ଆଇନ ଅନୁଯାୟୀ କାମ କରୁନ୍ତୁ, ଏଥିପାଇଁ ବହୁ ଚେଷ୍ଟା କରିଛି । ସରକାରୀ ଅଧିକାରୀ ଆଇନ ଅନୁଯାୟୀ କାମ କରିବା ଭୁଲି ଯାଇଛନ୍ତି । କିନ୍ତୁ ସେ ଜାଣି ନାହାନ୍ତି ଗଭର୍ଣ୍ଣର ହାଉସ କଣ କରିପାରେ । ସେମାନେ ନିଆଁ ସହ ଖେଳ ଖେଳୁଛନ୍ତି ।

ରାଜ୍ୟପାଳ ଧନଖଡ ଅଭିଯୋଗ କରିଛନ୍ତି, ରାଜ୍ୟର ମୁଖ୍ୟ ଶାସନ ସଚିବ ତାଙ୍କ ଫୋନ୍ ଉଠାଉ ନାହାନ୍ତି। ପଶ୍ଚିମବଙ୍ଗର ବାଚସ୍ପତିଙ୍କୁ ନିଶାନା କରି ରାଜ୍ୟପାଳ କହିଛନ୍ତି, ତାଙ୍କ ପାଖରେ ରାଜ୍ୟ ସରକାରଙ୍କ କୌଣସି ବିଧେୟକ କିମ୍ୱା ସୁପାରିସ ସମ୍ୱନ୍ଧୀୟ ପଡି ରହିନାହିଁ ।ରାଜ୍ୟ ସରକାରଙ୍କ ଅଭିଯୋଗ ଥିଲା, ହାୱଡା ନଗର ନିଗମ ବିଧେୟକ ରାଜ୍ୟପାଳଙ୍କ ପାଖରେ ପଡ଼ି ରହିଛି।

ଏହାସହ ରାଜ୍ୟପାଳ କହିଛ୍ତି, ପଶ୍ଚିମବଙ୍ଗ ବିଧାନସଭାର ଅଧ୍ୟକ୍ଷ ନିଜରୁ ଆଇନରୁ ଉପରେ ଭାବୁଛନ୍ତି । ମୁଁ ଏଥିରେ ସ୍ତବ୍ଧ। ବାଚସ୍ପତି ଭାବୁଛନ୍ତି,ତାଙ୍କ ପାଖରେ ରାଜ୍ୟପାଳଙ୍କ ବିରୁଦ୍ଧରେ କିଛି ବି କହିବାର ଅଧିକାର ରହିଛି। ବିଧାନସଭାରେ ଅଭିଭାଷଣ ସମୟରେ ଦୁଇ ଥର ପ୍ରସାରଣ ବନ୍ଦ କରାଯାଇଥିଲା । ଯଦି ବାଚସ୍ପତି ପୁଣି ରାଜ୍ୟପାଳଙ୍କ ଅଭିଭାଷଣର ପ୍ରସାରଣ ବନ୍ଦ କରନ୍ତି କେବେ ତାଙ୍କୁ ଆଇନର ସାମ୍ନା କରିବାକୁ ପଡିବ ବୋଲି ପଶ୍ଚିମବଙ୍ଗ ରାଜ୍ୟପାଳ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com