କୋଟିଆରେ ହେବ ନିର୍ବାଚନ
![](https://i0.wp.com/odia.mobilenews24x7.com/wp-content/uploads/2022/01/Andhra-Panchayat-elections-in-Kotia.jpg?resize=750%2C430&ssl=1)
ଭୁବନେଶ୍ୱର() ପଟାଙ୍ଗୀ ଜୋନ୍-୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ହେବ । ଫେଲ୍ ମାରିଛି ସର୍ବଦଳୀୟ ଉଦ୍ୟମ, ଫଳରେ ମଇଦାନକୁ ଓହ୍ଲାଇଛନ୍ତି ୨ ପ୍ରାର୍ଥୀ । ସର୍ବଦଳୀୟ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ସ୍ୱାଧୀନ ପ୍ରାର୍ଥୀ । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସହ ଲଢ଼ିବେ ଟିକାଇ ଗ୍ରେମେଲ । ମୋଟାମୋଟି ଭାବେ ୨ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ । ଅନ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ।
ତେବେ ପଞ୍ଚାୟତ ନିର୍ବାଚନକୁୁ ନେଇ ଗାଁ ରାଜନୀତି ବେଶ ସରଗରମ ହୋଇଥିବା ବେଳେ ବିବାଦୀୟ କୋଟିଆ ଉପରେ ସମସ୍ତଙ୍କ ନଜର ଥିଲା । କୋଟିଆରେ କେମିତି ହେବ ନିର୍ବଚାନ ? କିଏ ହେବ ପ୍ରାର୍ଥୀ ? କ’ଣ ହେବ କୋଟିଆ ଭାଗ୍ୟ ? ଏମିତି ଚର୍ଚ୍ଚା ଭିତରେ ପ୍ରାର୍ଥୀ ଚୟନ କରିଥିଲେ ସର୍ବଦଳୀୟ ନେତା । ଅନ୍ୟପଟେ କୋରାପୁଟ ବୈଠକରେ ସର୍ବଦଳୀୟ ନେତାଙ୍କ ସହମତିରେ ଜିଲ୍ଲା ପରିଷଦ ପ୍ରାର୍ଥୀ ମମତା ଜାନୀ ନାମାଙ୍କନ ଭରିଥିବା ବେଳେ ଆଉ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ, ଯାହା ସର୍ବଦଳୀୟ ନେତାଙ୍କୁ ଅଡୁଆରେ ପକାଇ ପକାଇଥିଲା ।