ଓଡ଼ିଶା

ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ

ବ୍ରହ୍ମପୁର, ୩୦/୦୮/୨୦୨୨-    ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ଟିମ୍ ଓ ଗଞ୍ଜାମ ଟିମ୍ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ଟିମ୍ ୧୭-୧୨ ପଏଣ୍ଟ ବ୍ୟବଧାନରେ ଗଞ୍ଜାମ ଟିମକୁ ପରାସ୍ତ କରି ବିଜୟୀ ହୋଇଥିଲା । ଏହି କ୍ରୀଡ଼ା ଦିବସ ଅବସରରେ ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘର ସମ୍ପାଦକ ସୁରେଶ କୁମାର ପାଢୀ,ଏନଆଇଏସ୍ କୋଚ୍ ତଥା ଅନ୍ତର୍ଜାତୀୟ ରେଫ୍ରି ପ୍ରଶାନ୍ତ କୁମାର ରଥ, ଉପସଭାପତି  ସରୋଜ କୁମାର ସାମନ୍ତ, ସଂଘ ଉପଦେଷ୍ଟା ସଞ୍ଜିତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ମନୋଜ କୁମାର ପାତ୍ର, , କୋଚର ଦେବରାଜ୍, କ୍ରୀଡା ଶିକ୍ଷକ ତଥା ଜାତୀୟ ରେଫେରୀ ଏ ତେଜସ୍ବୀ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

Related Articles

Back to top button